ସୌମ୍ୟ ହତ୍ୟା ଘଟଣାରେ ଓମ ର ହାତ ! ଅଡିଓ କ୍ଲିପରେ ସାଙ୍ଘାତିକ ଖୁଲାସା
ଭୁବନେଶ୍ୱର : ଜିଆରପି କନଷ୍ଟେବଳ ସୌମ୍ୟରଞ୍ଜନ ସ୍ୱାଇଁ ମବ୍ ଲିଞ୍ଚିଂ ମାମଲାରେ ତଦନ୍ତ କରୁଛି ଜାତୀୟ ମାନବାଧିକାର କମିଶନ (NHRC)। ଗତକାଲି ୪ର୍ଥ ଦିନରେ ସୌମ୍ୟଙ୍କ ବାନ୍ଧବୀଙ୍କୁ ଜେରା କରିଥିଲା NHRC। ଘଟଣାକୁ ନେଇ ଖୋଳତାଡ଼ ଜାରି ରହିଥିବାବେଳେ , ଘଟଣାରେ ସୌମ୍ୟଙ୍କ ସାଙ୍ଗ ଓମଙ୍କ ଭୂମିକା ସନ୍ଦେହ ଘେରରେ ରହିଛି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଅଡିଓ କ୍ଲିପରେ ଏହା ସ୍ପଷ୍ଟ ଜଣାପଡୁଛି । ସୌମ୍ୟ ହତ୍ୟା ପଛରେ କୌଣସି ପୁରୁଣା ବିବାଦ ଆଡକୁ ଇସାରା ଦେଉଛି ।
ଭାଇରାଲ ହେଉଥିବା ଅଡ଼ିଓ କ୍ଲିପିରେ ଜଣେ ଯୁବତୀଙ୍କ ସ୍ୱର ରହିଛି। ଯେପରିକି ସେ କାହା ସହ କଥାବାର୍ତ୍ତା କରୁଥିବା ଭଳି ଲାଗୁଛି । ଯେଉଁଥିରେ ସୌମ୍ୟ ଓ ସୌମ୍ୟଙ୍କ ସାଙ୍ଗ ଓମ୍ ବିଷୟରେ କଥା ହେଉଛନ୍ତି । ଓମ୍ ବିଷୟରେ ଅନେକ କଥା କହୁଛନ୍ତି। ଯେଉଁ ଯୁବତୀ କଥା ହେଉଛନ୍ତି ସେ ସୌମ୍ୟଙ୍କ ସହ ଅତି ଘନିଷ୍ଠ ସମ୍ପର୍କ ଥିବା ଭଳି ଭଳି ଜଣା ପଡୁଛି। ତେବେ ଏ ଯୁବତୀ ଜଣକ କିଏ? ଯିଏ ସୌମ୍ୟ ଓ ଓମ ଭିତରେ ଥିବା ବିବାଦକୁ ପୂରା ଜାଣିଛି। ଯେଉଁ ଓମଙ୍କୁ ନେଇ ପୂର୍ବରୁ ମଧ୍ୟ ସୌମ୍ୟଙ୍କ ପରିବାର ପ୍ରଶ୍ନ ଉଠାଇଛନ୍ତି।
ଭାଇରାଲ ଅଡିଓରେ ଅନେକ ତଥ୍ୟ ରହିଛି । ସତ୍ୟନଗର ଜିମ ଏବଂ ପଇସାକୁ ନେଇ ବିବାଦ କଥା ଶୁଣାଯାଉଛି । ଯେଉଁଥିପାଇଁ ସୌମ୍ୟରଞ୍ଜନ ଜିମ ବିଜିନେସ ରୁ ଓହରି ଯିବା ଏବଂ ଓମ୍ ଙ୍କୁ ଜିମ ନଆସିବା ପାଇଁ ଯୁବତୀଙ୍କୁ କହିଥିବା ଜଣାପଡୁଛି । ଅଡିଓ କ୍ଲିପ୍ରେ ବୁବୁ, ମାମା ଏବଂ ପ୍ରଦୀପ ନାଁକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ କିଏ ଏହି ଯୁବତୀ ? ତାଙ୍କୁ ତଦନ୍ତ ପରିସରଭୁକ୍ତ କରିବା ଆବଶ୍ୟକତା ରହିଛି । ସୌମ୍ୟଙ୍କ ସହ ଏହି ଯୁବତୀଙ୍କ ସମ୍ପର୍କ କ’ଣ, ତାର ବି ତଦନ୍ତ ହେବା ଜରୁରୀ ।ଭାଇରାଲ ହେଉଥିବା ଏହି ଅଡିଓ କାହାର ଓ କିଏ ସେ ଯୁବତୀ ଏହାର ତଦନ୍ତ ହେବା ଦରକାର ବୋଲି ଦାବି ହେଉଛି ।



