ସ୍ଥଗିତ ରହିଲା ଓ଼ଜେଏସ ପରୀକ୍ଷା
ଭୁବନେଶ୍ୱର : ସ୍ଥଗିତ ହେଲା ଓଡ଼ିଶା ଜୁଡିସିଆଲ ସର୍ଭିସ୍ (OJS) ପରୀକ୍ଷା । ଆସନ୍ତା ଜୁଲାଇ ୫ତାରିଖରେ ହେବାକୁ ଥିବା ଓଡ଼ିଶା ନ୍ୟାୟିକ ସେବା (OJS) ୨୦୨୬ ପ୍ରାରମ୍ଭିକ ନିଯୁକ୍ତି ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ଏନେଇ ଓପିଏସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପରୀକ୍ଷା ସ୍ଥଗିତ ସହ ଆବେଦନ ପ୍ରକ୍ରିୟାର ଅବଧିକୁ ମଧ୍ୟ ବୃଦ୍ଧି କରାଯାଇଛି । ଫଳରେ ଯେଉଁ ପ୍ରାର୍ଥୀମାନେ ଏପର୍ଯ୍ୟନ୍ତ ଆବେଦନ କରିପାରିନଥିଲେ, ସେମାନଙ୍କ ପାଇଁ ଆଉ ଏକ ସୁଯୋଗ ସୃଷ୍ଟି ହୋଇଛି । ଆବେଦନ ସମୟ ବଢ଼ାଇବା ସହ ନୂତନ ପରୀକ୍ଷା ତାରିଖ ପରେ ଘୋଷଣା କରାଯିବ ବୋଲି ଓପିଏସି ସୂଚନା ଦେଇଛି ।
ଓ଼ଜେଏସ ପରୀକ୍ଷା ରାଜ୍ୟର ନ୍ୟାୟିକ ସେବାରେ ପ୍ରବେଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ହୋଇଥିବାରୁ ହଜାର ହଜାର ଆଶାୟୀ ପ୍ରାର୍ଥୀ ଏହି ପରୀକ୍ଷାକୁ ଅପେକ୍ଷା କରି ରହିଥିଲେ । ହଠାତ୍ ପରୀକ୍ଷା ସ୍ଥଗିତ ଘୋଷଣା ପରେ ପ୍ରାର୍ଥୀଙ୍କ ମଧ୍ୟରେ ବିଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି । ପ୍ରାର୍ଥୀମାନଙ୍କୁ ନିୟମିତ ଭାବେ ଓପିଏସି ୱେବସାଇଟ୍ ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଇଛି ।




