ବାହାରିଲା ଓଜେଇଇ ପରୀକ୍ଷା ଫଳ: ଏମ୍ବିଏରେ ଟପ୍ କଲେ ଶ୍ରଦ୍ଧାରବିନ୍ଦ ସାମନ୍ତରାୟ
ଭୁବନେଶ୍ୱର: ଆଜି ସକାଳ ୧୧ରେ ଓଜେଇଇ ପରୀକ୍ଷା ଫଳ ପ୍ରକାଶ ପାଇଛି । ରାଜ୍ୟ ବୈଷୟିକ ଶିକ୍ଷା ପରିଷଦ ଅଡିଟୋରିୟମରେ ବିଧିବଦ୍ଧ ଭାବେ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ଫଳ ପ୍ରକାଶ କରିଛନ୍ତି । ତେବେ ୧୨ଟି ବୈଷୟିକ ଓ ବୃତ୍ତିଗତ ପାଠ୍ୟକ୍ରମ ପାଇଁ ଫଳ ପ୍ରକାଶ ପାଇଛି । ଜୁଲାଇ ୪ ତାରିଖରେ ହୋଇଥିବା ଓଜେଇଇ ପରୀକ୍ଷାରେ ପ୍ରାୟ ୫୮ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ରାଜ୍ୟର ୩୦ ଜିଲ୍ଲାରେ ୬୧ଟି କେନ୍ଦ୍ରରେ ପରୀକ୍ଷା ହୋଇଥିଲା […]
ଭୁବନେଶ୍ୱର: ଆଜି ସକାଳ ୧୧ରେ ଓଜେଇଇ ପରୀକ୍ଷା ଫଳ ପ୍ରକାଶ ପାଇଛି । ରାଜ୍ୟ ବୈଷୟିକ ଶିକ୍ଷା ପରିଷଦ ଅଡିଟୋରିୟମରେ ବିଧିବଦ୍ଧ ଭାବେ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ଫଳ ପ୍ରକାଶ କରିଛନ୍ତି । ତେବେ ୧୨ଟି ବୈଷୟିକ ଓ ବୃତ୍ତିଗତ ପାଠ୍ୟକ୍ରମ ପାଇଁ ଫଳ ପ୍ରକାଶ ପାଇଛି ।
ଜୁଲାଇ ୪ ତାରିଖରେ ହୋଇଥିବା ଓଜେଇଇ ପରୀକ୍ଷାରେ ପ୍ରାୟ ୫୮ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ରାଜ୍ୟର ୩୦ ଜିଲ୍ଲାରେ ୬୧ଟି କେନ୍ଦ୍ରରେ ପରୀକ୍ଷା ହୋଇଥିଲା । ଏହାଛଡ଼ା କୋଲକାତା, ରାଞ୍ଚି ଓ ପାଟନାରେ ଗୋଟିଏ ଗୋଟିଏ ପରୀକ୍ଷା କେନ୍ଦ୍ର କରାଯାଇଥିଲା ।
ଅନ୍ୟପକ୍ଷରେ, ଆଜି ଏମ୍ବିଏ ବିଷୟରେ ଟପର କରିଥିବା ଛାତ୍ରଛାତ୍ରୀଙ୍କ ନାମ ଘୋଷଣା କରାଯାଛି । ଏମ୍ବିଏରେ ଶ୍ରଦ୍ଧାରବିନ୍ଦ ସାମନ୍ତରାୟ ଟପର ହୋଇଥିଲା ବେଳେ ଏମ୍ସିଏରେ ଈଷାନ୍ତ କୁମାର ନାୟକ ଟପ୍ କରିଛନ୍ତି ।
ସେହିପରି ବି.ଫାର୍ମରେ ଅରୂପ ପଣ୍ଡା ,ଏମ୍. ଫାର୍ମରେ ସଚିନ ନାୟକ, ଏମ୍.ଆର୍କରେ ସୃଷ୍ଟି ନଙ୍ଗାଲିଆ , ଏମ୍.ଟେକ୍ ସିଭିଲ ଇଂଜିନିୟରିଂରେ ସଂଜୀବ ପ୍ରଧାନ ,ଏମ୍.ଟେକ୍ ଇଲେକଫ୍ରିକାଲରେ ମିଥୁନ ଅଧିକାରୀ, ମେକାନିକାଲରେ ରାଜନ ମହାପାତ୍ର ଟପ୍ କରିଛନ୍ତି ।




