ତେଲ ଗୁଜବ ! ପେଟ୍ରୋଲ ପମ୍ପରେ ଅସମ୍ଭବ ଭିଡ଼

ତେଲ ଗୁଜବ ! ପେଟ୍ରୋଲ ପମ୍ପରେ ଅସମ୍ଭବ ଭିଡ଼

ମାଲକାନଗିରି :ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ଗୁଜବ । ମାଲକାନଗିରି ଜିଲ୍ଲାରେ ମିଳୁନି ପେଟ୍ରୋଲ । ଜିଲ୍ଲାରେ ପେଟ୍ରୋଲ ଡିଜେଲ ଦେବା ନେଇ କଟକଣା ଜାରି କଲା ଜିଲ୍ଲା ଯୋଗାଣ ବିଭାଗ । ଜିଲ୍ଲାରେ ଥିବା ସମସ୍ତ ପେଟ୍ରୋଲ ପମ୍ପ ଗୁଡିକରେ ଅସମ୍ଭବ ଭିଡ଼ ଦେଖିବାକୁ ମିଳୁଛି । ଡିପରୁ ତେଲ ନଆସୁଥିବାରୁ ଜିଲ୍ଲାର ଅନେକ ପେଟ୍ରୋଲ ପମ୍ପରେ ତେଲ ନଥିବା ଦେଖିବାକୁ ମିଳିଛି । ତେଣୁ ଲୋକମାନଙ୍କୁ ଥରକେ ୨୦୦ ଟଙ୍କାର ତେଲ ଦିଆଯାଉଛି ।  

ସମ୍ବନ୍ଧିତ ଖବର ପୁଣି ସ୍କୁଲରେ ରାଗିଙ୍ଗ ଅଭିଯୋଗ

ଅନ୍ୟପଟେ ଡିପୋ ମାଲିକ ମାନେ କହିଛନ୍ତି ମାଲକାନଗିରି ଜିଲ୍ଲାରେ ନାହିଁ ପେଟ୍ରୋଲ ସମସ୍ୟା। ତିନି ଦିନ ଛୁଟି ଯୋଗୁଁ ଜିଲ୍ଲାକୁ ଆସିପାରିନାହିଁ ପେଟ୍ରୋଲ। ଆସନ୍ତା କାଲି ଜିଲ୍ଲାରେ ରହିଥିବ ପର୍ଯ୍ୟାପ୍ତ ପେଟ୍ରୋଲ ଓ ଡିଜେଲ । ତିନି ଦିନ ଧରି ହୋଲି ଓ ବିଭିନ୍ନ ଛୁଟି ପାଇଁ ପେଟ୍ରୋଲ ଓ ଡିଜେଲ ଗାଡି ଲୋଡ଼ ହୋଇପାରି ନଥିଲା ତେଣୁ ଏବେ ମାଲକାନଗିରି ଜିଲ୍ଲା କୁ ପହଞ୍ଚିପାରି ନଥିଲା । ଯାହାଫଳରେ ଜିଲ୍ଲାର ଅଧିକାଂଶ ପମ୍ପ ରେ ପେଟ୍ରୋଲ ଓ ଡିଜେଲ ର ଅଭାବ ଦେଖା ଦେଇଥିଲା । କିନ୍ତୁ ଜିଲ୍ଲାରେ ପେଟ୍ରୋଲ ଓ ଡିଜେଲ ର ଅଭାବ ରହିଥିବା କଥା ବିଭିନ୍ନ ଗଣମାଧ୍ୟମ ରେ ପ୍ରକାଶ ପାଇବା ପରେ ଏବେ ପମ୍ପ କର୍ମଚାରୀ ଙ୍କ ପ୍ରତିକ୍ରିୟା ପ୍ରକାଶ ପାଇଛି ।

ସମ୍ବନ୍ଧିତ ଖବର ମେ' ରେ ବାହାରିବ ମାଟ୍ରିକ ପରୀକ୍ଷାଫଳ ଦେଲେ ବୋର୍ଡ ସଭାପତି

Tags: