୪ର୍ଥ ଥର ପାଇଁ ବଢ଼ିଲା ତୈଳ ଦର

୪ର୍ଥ ଥର ପାଇଁ ବଢ଼ିଲା ତୈଳ ଦର
Samaya Live News Picture
Published On

ଭୁବନେଶ୍ୱର : ସାରା ଦେଶରେ ଅହେତୁକ ଦରବୃଦ୍ଧିକୁ ନେଇ ଜଣ ସାଧାରଣ ସନ୍ତୁଳି ହେଉଥିବାବେଳେ ଆଜି ସକାଳୁ ପୁଣି ଝଟ୍‌କାଦେଇଛି ତୈଳ ଦରବୃଦ୍ଧି । ଚଳିତ ମେ' ମାସ ୧୨ ଦିନ ମଧ୍ୟରେ ୪ର୍ଥ ଥର ପାଇଁ ପେଟ୍ରୋଲ-ଡିଜେଲ ଡର ବୃଦ୍ଧି ଘଟିଛି । ପେଟ୍ରୋଲ ଲିଟର ପିଛା ୨ ଟଙ୍କା ୬୧ ପଇସା, ଡିଜେଲ ଦର ୨ଟଙ୍କା ୭୧ ପଇସା ବୃଦ୍ଧି ହୋଇଛି । ରାଜଧାନୀ  ଭୁବନେଶ୍ବରରେ ପେଟ୍ରୋଲ ଦର ୧୦୯ ଟଙ୍କା ଛୁଇଁଲା । ମେ ୧୫ ରୁ ମୂଲ୍ୟ ବୃଦ୍ଧି ହେବା ପରେ ଏହା ହେଉଛି ଚତୁର୍ଥ ମୂଲ୍ୟ ବୃଦ୍ଧି ।

ମଧ୍ୟପ୍ରାଚ୍ୟ ସଂଘର୍ଷ ଯୋଗୁଁ ତୈଳ କମ୍ପାନୀଗୁଡ଼ିକପ୍ରଚୁର କ୍ଷତି ସହୁଛନ୍ତି । ବିଶ୍ୱବ୍ୟାପୀ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ସତ୍ତ୍ୱେ ସରକାରୀ ତୈଳ କମ୍ପାନୀଗୁଡ଼ିକ ଦର ଅପରିବର୍ତ୍ତିତ ରଖିବା ପରେ କ୍ଷତିର ପୁନରାବୃତ୍ତି ପାଇଁ ସଂଏହାର ସିଧା ପ୍ରଭାବ ଗ୍ରାହକଙ୍କ ଉପରକୁ ପକାଇବା ଆରମ୍ଭ କରିଛନ୍ତି । ମେ ୧୫ ରେ ମୂଲ୍ୟ ଲିଟର ପିଛା ୩ ଟଙ୍କା ବୃଦ୍ଧି ପାଇଥିଲା, ଏହା ପରେ ମେ ୧୯ ରେ ୯୦ ପଇସା ବୃଦ୍ଧି ପାଇଥିଲା । 

 

 

Tags: