ଜୟପୁର ସହରରେ ତୈଳ ସଙ୍କଟ
କୋରାପୁଟ : ଉଗ୍ର ରୂପ ଧାରଣ କରିଛି କୋରାପୁଟ ଜିଲ୍ଲା ଜୟପୁର ସହରର ତୈଳ ସଙ୍କଟ । ମାଲକାନଗିରି ଜିଲ୍ଲାରେ ସହରାଞ୍ଚଳ ଠାରୁ ଗ୍ରାମାଞ୍ଚଳ ଯାଏଁ ସବୁଠି ଡିଜେଲର ଘୋର ଅଭାବ । ଫଳରେ ପ୍ରଭାବିତ ହୋଇଛି ଗାଡ଼ି ଚଳାଚଳ ବ୍ୟବସ୍ଥା । କେବଳ ଜୟପୁର ସହରରେ ଥିବା ୬ଟି ତେଲ ଟାଙ୍କି ମଧ୍ୟରୁ ୪ଟି ଟାଙ୍କି ବନ୍ଦ ପଡିଥିବାବେଳେ କେବଳ ୨ଟି ଟାଙ୍କିରେ ତେଲ ମିଳୁଛି ଇ ସେଥିପାଇଁ ଦୀର୍ଘ ସମୟ ଧରି ଲମ୍ବା ଲାଇନରେ ଛିଡା ହେଉଛନ୍ତି ଗାଡି ମାଲିକ । ପର୍ଯ୍ୟାପ୍ତ ପରିମାଣର ଇନ୍ଧନ ମିଳୁନଥିବାରୁ ଅଧିକାଂଶ ପରିବହନ ସେବା ଠପ୍ ହୋଇଯାଇଥିବା ଗାଡ଼ି ମାଲିକମାନେ ଅଭିଯୋଗ କରିଛନ୍ତି। ପମ୍ପ କର୍ମଚାରୀଙ୍କ କହିବା ଅନୁସାରେ, ଚାହିଦା ତୁଳନାରେ ଯୋଗାଣ ବହୁତ କମ୍ ଥିବାରୁ ସମସ୍ତଙ୍କୁ ଅଳ୍ପ ଅଳ୍ପ କରି ତେଲ ଦିଆଯାଉଛି। ଏହାକୁ ନେଇ ଗ୍ରାହକ ଏବଂ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ମଧ୍ୟ ଦେଖାଦେଉଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ପମ୍ପ କର୍ତ୍ତୃପକ୍ଷ ଗ୍ରାହକମାନଙ୍କ ପାଇଁ ତେଲ ବଣ୍ଟନରେ ସୀମା ନିର୍ଦ୍ଧାରଣ କରିଛନ୍ତି। ପ୍ରତ୍ୟେକ ଗ୍ରାହକଙ୍କୁ ମାତ୍ର ୨୦୦ ଟଙ୍କାର ପେଟ୍ରୋଲ ଓ ୫୦୦ ଟଙ୍କାର ଡିଜେଲ ଦିଆଯାଉଛି।



