ଗରମରେ ରେକର୍ଡ ଭାଙ୍ଗିଲା ଭୁବନେଶ୍ୱର
ଭୁବନେଶ୍ୱର: ଅପ୍ରେଲ ୨୫: ଓଡିଶାରେ କଲବଲ କଲାଣି ଗ୍ରଷ୍ମପ୍ରବାହ । ଉପକୂଳରୁ ଆଭ୍ୟନ୍ତରୀଣ ସବୁଠି ରୌଦ୍ରତାପରେ ଲୋକେ ହନ୍ତସନ୍ତ। ଗତକାଲି ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୪୩ .୩ ଡିଗ୍ରୀ ରେକର୍ଡ ହୋଇଥିଲା। ସୋନପୁର ୪୩.୮ ଡିଗ୍ରୀ ତାପମାତ୍ରା ସହ ହୋଇଥିଲା ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର। କେବେଳ ସେତିକି ନୁହେଁ ରାଜ୍ୟର ୨୮ଟି ସହରରେ ତାପମାତ୍ର ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ୮ଟି ସହରର ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିଥିଲା। ଅନୁଗୁଳରେ ତାପମାତ୍ରା ୪୩.୧, […]
ଭୁବନେଶ୍ୱର: ଅପ୍ରେଲ ୨୫: ଓଡିଶାରେ କଲବଲ କଲାଣି ଗ୍ରଷ୍ମପ୍ରବାହ । ଉପକୂଳରୁ ଆଭ୍ୟନ୍ତରୀଣ ସବୁଠି ରୌଦ୍ରତାପରେ ଲୋକେ ହନ୍ତସନ୍ତ। ଗତକାଲି ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୪୩ .୩ ଡିଗ୍ରୀ ରେକର୍ଡ ହୋଇଥିଲା। ସୋନପୁର ୪୩.୮ ଡିଗ୍ରୀ ତାପମାତ୍ରା ସହ ହୋଇଥିଲା ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର। କେବେଳ ସେତିକି ନୁହେଁ ରାଜ୍ୟର ୨୮ଟି ସହରରେ ତାପମାତ୍ର ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ୮ଟି ସହରର ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିଥିଲା। ଅନୁଗୁଳରେ ତାପମାତ୍ରା ୪୩.୧, ତାଳଚେର ୪୩ ଓ ବଲାଙ୍ଗିରରେ ୪୨.୩ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା। ଆହୁରି ୩ ଦିନ ଏମିତି ସ୍ଥିତି ଜାରି ରହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଆଭ୍ୟନ୍ତରୀଣ ଓଡ଼ିଶାରେ ଆଜିଠୁ ତାତି ଆହୁରି ବଢ଼ିବ। ଏପ୍ରିଲ ୨୫ରୁ ୨୮ ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୫ ଡିଗ୍ରୀ ଅଧିକ ରହିପାରେ। ତେଣୁ ଅଗାମୀ ୨୮ ତାରିଖ ଯାଏ ଜାରି ରହିପାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ। ଆଶଙ୍କାରେ ଆସନ୍ତା ୨୪ ଘଣ୍ଟା ପାଇଁ ୫ ଜିଲ୍ଲା ସୁବର୍ଣ୍ଣପୁର, ବୌଦ୍ଧ, ବଲାଙ୍ଗିର, ଖୋର୍ଦ୍ଧା, ନୟାଗଡ଼କୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି।




