ଡେଡ଼ ଲାଇନ ପୂର୍ବରୁ ଓଡିଶା ହେବ ମାଓମୁକ୍ତ - ଡିଜିପି

ଡେଡ଼ ଲାଇନ ପୂର୍ବରୁ ଓଡିଶା ହେବ ମାଓମୁକ୍ତ - ଡିଜିପି

ଭୁବନେଶ୍ୱର : ମାଓବାଦୀଙ୍କୁ ଡିଜିପିଙ୍କ କଡା ଚେତାବନୀ । ଜଙ୍ଗଲରେ ଚାଲିବନି ଜଙ୍ଗଲ ରାଜ । କନ୍ଧମାଳରେ ସକ୍ରିୟ ମାଓବାଦୀ ସୁକ୍ରୁକୁ ଠାବ କରିବାକୁ ସେହି ଅଞ୍ଚଳରେ ଚାଲିଛି ସର୍ଚ୍ଚ ଅପରେସନ । ଏହି ସମୟରେ ମାଓବାଦୀଙ୍କୁ କଡା ଚେତାବନୀ ଦେଇ ଡିଜିପି ୱାଇ.ବି. ଖୁରାନିଆ କହିଛନ୍ତି ବନ୍ଧୁକ ଛାଡି ମୁଖ୍ୟ ସ୍ରୋତରେ ସାମିଲ ହୁଅ । ହିଂସା ଛାଡି ଅହିଂସାର ରାସ୍ତା ଆପଣାଅ । ନହେଲେ ଜେସାକୁ ତେସା ନୀତି ଆପଣାଇବା ଓଡିଶା ପୋଲିସ । ଡେଡ଼ ଲାଇନ ପୂର୍ବରୁ ଓଡିଶାକୁ ମାଓମୁକ୍ତ କରାଯିବ । କେନ୍ଦ୍ର ସରକାରଙ୍କ ଦ୍ବାରା ଆରମ୍ଭ ହୋଇଥିବା ମାଓ ଦମନ ଅଭିଯାନର ସମୟସୀମା ୨୦୨୬ ମାର୍ଚ୍ଚ ୩୧ ରହିଥିବାବେଳେ ଅପରେସନକୁ ଆହୁରି ଜୋରଦାର କରାଯାଇଛି ।

ସମ୍ବନ୍ଧିତ ଖବର ପ୍ରଣବଙ୍କ ଫାର୍ମ ହାଉସର ଭାଙ୍ଗିଲା ପାଚେରୀ

ମାଓ ବିରୋଧୀ ଅପରେସନରେ ଓଡ଼ିଶା ପୋଲିସର ବିଭିନ୍ନ ଓ୍ୱିଙ୍ଗ ସାମିଲ ରହିଛି । ଚଳିତ ମାସରେ ଅପରେସନକୁ ଆହୁରି ଜୋରଦାର କରାଯିବ । ସରକାରଙ୍କ ପକ୍ଷରୁ ଯେଉଁ ପୁନର୍ବାସ ଯୋଜନା କରାଯାଇଛି ତାର ଫାଇଦା ନେବାକୁ ଅପିଲ କରିଛନ୍ତି ପୋଲିସ ଡିଜି । ଏହାସହ ହତିୟାର ନେଇ ଆତ୍ମସମର୍ପଣ କଲେ ମିଳିବ ସରକାରୀ ସହାୟତା । କିନ୍ତୁ ହିଂସା ପଥ ଆପଣାଇଲେ ପରିସ୍ଥିତି ଭୟଙ୍କର ହେବ ବୋଲି ଚେତାବନୀ ଦେଇଛନ୍ତି ଡିଜିପି ୱାଇ.ବି. ଖୁରାନିଆ ।

ସମ୍ବନ୍ଧିତ ଖବର ଗଣତି ମଣତି ପାଇଁ ୨ଟି ଟିମ : ମୁଖ୍ୟ ପ୍ରଶାସକ

 

ସମ୍ବନ୍ଧିତ ଖବର ମହାନଦୀ ଜଳ ବିବାଦ ଶୁଣାଣି ଘୁଞ୍ଚିଲା

Tags: