ଓଡିଶା କୈନ୍ଦ୍ରିକ ପାର୍ଟି ହେବ - ମୋକିମ
ମୋକିମ ଫାଉଣ୍ଡେସନର ଟ୍ରଷ୍ଟି ଥିବାରୁ ବିଭିନ୍ନ କାର୍ଯ୍ୟକ୍ରମରେ ଉପସ୍ଥିତ ରହୁଛନ୍ତି ସୋଫିଆ
କଟକ : ଚର୍ଚ୍ଚାରେ ପଡିଲା କି ପୂର୍ଣ୍ଣଛେଦ । ନୂଆ ଦଳ ଗଢ଼ିବାକୁ ଯାଉଛନ୍ତି ପୂର୍ବତନ ବାରବାଟୀ ବିଧାୟକ ମହମ୍ମଦ ମୋକିମ । ଓଡିଶା କୈନ୍ଦ୍ରିକ ପାର୍ଟି ହେବ । 'ଓଡିଶା ଜନତା କଂଗ୍ରେସ' କିମ୍ବା 'ଓଡିଶା ଲୋକ କଂଗ୍ରେସ ପାର୍ଟି' ନାମ ହୋଇପାରେ । ଏନେଇ ସୂଚନା ଦେଇଛନ୍ତି ମୋକିମ । ତେବେ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚି ନାହୁଁ ,ସମର୍ଥକଙ୍କ ଆଲୋଚନା ପରେ ନାଁ ଫାଇନାଲ୍ ହେବ । ପ୍ରସ୍ତୁତି ଚାଲିଛି, ବିଭନ୍ନ ନେତା ଓ ଲୋକଙ୍କୁ ଭେଟୁଛୁ ବୋଲି କହିଛନ୍ତି । ମାର୍ଚ୍ଚ ଶେଷ ସୁଦ୍ଧା ଦଳ ଗଠନ ହେବ । ଦଳ ଗଠନ ପରେ ପୌର ଓ ପଂଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି କାର୍ଯ୍ୟ କରିବୁ । ଜାନୁଆରୀ ୩୦ ରେ ମହିଳା ସମାବେଶ ଓ ଫେବୃଆରୀ ୫ ରେ କୃଷକ ସମାବେଶ । ବିଭିନ୍ନ ସମସ୍ୟା ସମ୍ପର୍କରେ ସମାବେଶରେ ଆଲୋଚନା ହେବ । ପୂର୍ବରୁ ମୋକିମ କହିଥିଲେ ନୂଆବର୍ଷରୁ ନୂଆ ଦଳ ଘୋଷଣା କରିବେ । ଏବେ କେବଳ ଔପଚାରିକତା ବାକି ଅଛି । ତେବେ ସୋଫିଆଙ୍କ ସମ୍ପର୍କରେ ପ୍ରତିକ୍ରିଆ ଦେଇ ସେ କହିଛନ୍ତି ସୋଫିଆ କଂଗ୍ରେସରେ ଅଛନ୍ତି,ଦଳ ପାଇଁ କାମ କରିବେ । ତେବେ ସେ ମୋକିମ ଫାଉଣ୍ଡେସନର ଟ୍ରଷ୍ଟି ଥିବାରୁ ବିଭିନ୍ନ କାର୍ଯ୍ୟକ୍ରମରେ ଉପସ୍ଥିତ ରହୁଛନ୍ତି ।
ସୋମବାର ରାଜଧାନୀରେ ମୋକିମ ନିଜ ସମର୍ଥକଙ୍କୁ ନେଇ ଏକ ବୈଠକ କରିଥିଲେ । ଯେଉଁଥିରେ ଦଳର ନା ରେଜିଷ୍ଟ୍ରେସନ ନେଇ ମତାମତ ନିଆଯାଇଥିଲା । ଆସନ୍ତା ମାର୍ଚ୍ଚ ସୁଦ୍ଧା ଦଳ ଗଠନ ସମ୍ପୂର୍ଣ୍ଣ ପ୍ରକ୍ରିୟା ସମାପ୍ତ ପରେ ଵିଧି ବଦ୍ଧ ଘୋଷଣା ହେବ ।



