ପ୍ରାର୍ଥୀ ହେଉଛନ୍ତି ନିଜେ ନିଜର ଷ୍ଟାର ପ୍ରଚାରକ
ଭୁବନେଶ୍ୱର: ଏଥର ପ୍ରାର୍ଥୀମାନେ ନିଜର ପ୍ରଚାର କରିବା ପାଇଁ ଷ୍ଟାର ପ୍ରଚାରକଙ୍କ ସମର୍ଥନ ଚାହୁଁନାହାନ୍ତି । ସେମାନେ ନିଜ ନିଜର ଷ୍ଟାର ପ୍ରଚାରକ ସାଜିଛନ୍ତ । ଲୋକପ୍ରିୟତା କାର୍ଯ୍ୟଦକ୍ଷତା କାରଣରୁ ଭୋଟରମାନେ ମଧ୍ୟ ସେମାନଙ୍କୁ ସମର୍ଥନ କରୁଛନ୍ତି । କଟକ ସଦର ବ୍ଲକ୍ର କଳାପଡ଼ ପଞ୍ଚାୟତ । ସରପଞ୍ଚ ପାଇଁ ଏଥର ୪ଜଣ ସ୍ଥାନୀୟ ଲୋକପ୍ରିୟ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଛନ୍ତି । କିଏ କହୁଛି ଲୋକମାନେ ଆମକୁ ସମର୍ଥନ କରୁଛନ୍ତି ତ’ ଆଉ କିଏ କହୁଛନ୍ତି ଦଳର […]
ଭୁବନେଶ୍ୱର: ଏଥର ପ୍ରାର୍ଥୀମାନେ ନିଜର ପ୍ରଚାର କରିବା ପାଇଁ ଷ୍ଟାର ପ୍ରଚାରକଙ୍କ ସମର୍ଥନ ଚାହୁଁନାହାନ୍ତି । ସେମାନେ ନିଜ ନିଜର ଷ୍ଟାର ପ୍ରଚାରକ ସାଜିଛନ୍ତ । ଲୋକପ୍ରିୟତା କାର୍ଯ୍ୟଦକ୍ଷତା କାରଣରୁ ଭୋଟରମାନେ ମଧ୍ୟ ସେମାନଙ୍କୁ ସମର୍ଥନ କରୁଛନ୍ତି । କଟକ ସଦର ବ୍ଲକ୍ର କଳାପଡ଼ ପଞ୍ଚାୟତ । ସରପଞ୍ଚ ପାଇଁ ଏଥର ୪ଜଣ ସ୍ଥାନୀୟ ଲୋକପ୍ରିୟ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଛନ୍ତି । କିଏ କହୁଛି ଲୋକମାନେ ଆମକୁ ସମର୍ଥନ କରୁଛନ୍ତି ତ’ ଆଉ କିଏ କହୁଛନ୍ତି ଦଳର ସବୁ ପୁରୁଖା ନେତେ ଆମ ସାଙ୍ଗରେ ରହିଛନ୍ତି ।
ଏହିପରିକି ପ୍ରଚାର କରିବା ପାଇଁ ପ୍ରାର୍ଥୀ କେତେକ ନିର୍ଦ୍ଦିଷ୍ଟ ନାମ ନେଇଛନ୍ତି । ଯେଉଁ ନିର୍ବାଚନମଣ୍ଡଳୀରେ ଯେଉଁ ପାର୍ଟିିୀ ଦବ୍ଦବା ଅଧିକ ରହିଛି, ସେଠି ପାର୍ଥ୍ରୀ ନିଜକୁ ସେଇ ପାର୍ଟିର ବୋଲି କହି ବୁଲୁଛନ୍ତି ।
ଯଦିଓ ସରପଞ୍ଚ, ସମିତିସଭ୍ୟ ପଦବୀ ନିର୍ବାଚନ ଦଳୀୟ ଚିହ୍ତନ କିମ୍ବା ଦଳୀୟ ରାଜନୀତି ଆଧାରରେ ଲଢ଼ାଯାଇ ନାହିଁ, ତଥାପି ବିଭିନ୍ନ ଦଳର ସମର୍ପିତ ପ୍ରାର୍ଥୀ ମଇଦାନରେ ଓହ୍ଲାଇଛନ୍ତି ।




