ନିର୍ବାଚନରେ ରାଜପରିବାର ସଦସ୍ୟା ଗୀତାଞ୍ଜଳି
ଭଞ୍ଜନଗର: ନିର୍ବାଚନ ଯେତେ ପାଖେଇ ଆସୁଛି, ପ୍ରଚାର ମଧ୍ୟ ବେଶ୍ ସେତେ ତେଜୁଛି । ପ୍ରଚାର କରିବା ପାଇଁ ବହୁ ପ୍ରାର୍ଥୀ ଷ୍ଟାର ପ୍ରଚାରକଙ୍କ ସାହାଯ୍ୟ ନେଉଛନ୍ତି । ହେଲେ ଗୀତାଞ୍ଜଳି ସୁଲକ୍ଷଣାଙ୍କ କଥା ଭିନ୍ନ । ସେ ପ୍ରଚାର ପାଇଁ କୌଣସି ଷ୍ଟାରଙ୍କ ସାହାଯ୍ୟ ନେଇ ନାହାନ୍ତି, କାରଣ ସେ ନିଜେ ହେଲେ ଜଣ ଷ୍ଟାର । ସେ ହେଉଛନ୍ତି ଧରାକୋଟ ରାଜପରିବାରର ତୃତୀୟ ପିଢ଼ି ସଦସ୍ୟା ତଥା ବର୍ତ୍ତମାନର ରାଜା ଭାବେ ଅଭିଷିକ୍ତ । […]
ଭଞ୍ଜନଗର: ନିର୍ବାଚନ ଯେତେ ପାଖେଇ ଆସୁଛି, ପ୍ରଚାର ମଧ୍ୟ ବେଶ୍ ସେତେ ତେଜୁଛି । ପ୍ରଚାର କରିବା ପାଇଁ ବହୁ ପ୍ରାର୍ଥୀ ଷ୍ଟାର ପ୍ରଚାରକଙ୍କ ସାହାଯ୍ୟ ନେଉଛନ୍ତି । ହେଲେ ଗୀତାଞ୍ଜଳି ସୁଲକ୍ଷଣାଙ୍କ କଥା ଭିନ୍ନ । ସେ ପ୍ରଚାର ପାଇଁ କୌଣସି ଷ୍ଟାରଙ୍କ ସାହାଯ୍ୟ ନେଇ ନାହାନ୍ତି, କାରଣ ସେ ନିଜେ ହେଲେ ଜଣ ଷ୍ଟାର ।
ସେ ହେଉଛନ୍ତି ଧରାକୋଟ ରାଜପରିବାରର ତୃତୀୟ ପିଢ଼ି ସଦସ୍ୟା ତଥା ବର୍ତ୍ତମାନର ରାଜା ଭାବେ ଅଭିଷିକ୍ତ । ତାଙ୍କ ଜେଜେବାପା ରାଜା ଅନନ୍ତ ନାରାୟଣ ସିଂହଦେଓ ବହୁ ବାର ସାଂସଦ , ବିଧାୟକ ଓ ଧରାକୋଟ ବ୍ଲକ୍ ଅଧ୍ୟକ୍ଷ ଥିଲେ । ସେହିପରି ଗୀତାଞ୍ଜଳିଙ୍କ ଜେଜେମାଆ ରାଣୀ ଶାନ୍ତିଦେବୀ ମଧ୍ୟ ବିଧାୟିକା ଓ ବ୍ଲକ୍ ଅଧ୍ୟକ୍ଷା ଥିବା ବେଳେ ବାପା ରାଜକିଶୋର ଚନ୍ଦ୍ର ସିହଂଦେଓ ବିଧାୟକ ଓ ବ୍ଲକ୍ ଅଧ୍ୟକ୍ଷ ଥିଲେ ।
ଆଇନ୍ରେ ସ୍ନାତକ ଶେଷ ବର୍ଷର ଛାତ୍ରୀ ଗୀତାଞ୍ଜଳି ସେହି ରାସ୍ତାରେ ଆଗକୁ ବଢ଼ିଛନ୍ତି ।




