ପଞ୍ଚାୟତ ନିର୍ବାଚନ ପାଇଁ ଜୋରଦାର ହେଲାଣି ଷ୍ଟାର୍ କ୍ୟାମ୍ପନିଂ
ଭୁବନେଶ୍ୱର: ଫେବୃଆରୀ ୦୯: ଜୟଦେବ ନିର୍ବାଚନ ମଣ୍ଡଳୀରେ ରାଜନୈତିକ ପାଣିପାଗରେ ଆସିଲାଣି ଉଷ୍ମତା। ଏହି ନିର୍ବାଚନ ମଣ୍ଡଳୀର ଜିଲ୍ଲା ପରିଷଦ ଆସନ ସଂଖ୍ୟା ୬ । ମୁଖ୍ୟତଃ ଦଳୀୟ ସଂକେତରେ ଲଢୁଥିବା ପ୍ରାର୍ଥୀଙ୍କ ଉପରେ ଜନତାଙ୍କ ନଜର । କିଏ କରିବ ବାଜିମାତ୍ ସେନେଇ ଚର୍ଚ୍ଚା ବି ଜୋର ଧରିଲାଣି। ତେବେ ପ୍ରଚାର ମଇଦାନକୁ ଶାସକ ବିଜେଡି ଓ ପ୍ରମୁଖ ବିରୋଧୀ ଦଳ ବିଜେପି ଓହ୍ଲାଇ ସାରିଲେଣି। ମାତ୍ର କଂଗ୍ରେସ ପ୍ରାର୍ଥୀଙ୍କୁ ଦେଖିବାକୁ ମିଳୁନି। ଏଠାରେ ଦୀର୍ଘ […]
ଭୁବନେଶ୍ୱର: ଫେବୃଆରୀ ୦୯: ଜୟଦେବ ନିର୍ବାଚନ ମଣ୍ଡଳୀରେ ରାଜନୈତିକ ପାଣିପାଗରେ ଆସିଲାଣି ଉଷ୍ମତା। ଏହି ନିର୍ବାଚନ ମଣ୍ଡଳୀର ଜିଲ୍ଲା ପରିଷଦ ଆସନ ସଂଖ୍ୟା ୬ । ମୁଖ୍ୟତଃ ଦଳୀୟ ସଂକେତରେ ଲଢୁଥିବା ପ୍ରାର୍ଥୀଙ୍କ ଉପରେ ଜନତାଙ୍କ ନଜର । କିଏ କରିବ ବାଜିମାତ୍ ସେନେଇ ଚର୍ଚ୍ଚା ବି ଜୋର ଧରିଲାଣି। ତେବେ ପ୍ରଚାର ମଇଦାନକୁ ଶାସକ ବିଜେଡି ଓ ପ୍ରମୁଖ ବିରୋଧୀ ଦଳ ବିଜେପି ଓହ୍ଲାଇ ସାରିଲେଣି। ମାତ୍ର କଂଗ୍ରେସ ପ୍ରାର୍ଥୀଙ୍କୁ ଦେଖିବାକୁ ମିଳୁନି।
ଏଠାରେ ଦୀର୍ଘ ୩୦ ବର୍ଷରୁ ଅଧିକ ସମୟ ଜନତା ଦଳ ଓ ପରେ ବିଜୁ ଜନତା ଦଳ କ୍ଷମତାରେ ରହି ଆସିଛି। ବର୍ତ୍ତମାନ ଶାସକ ଦଳର ଫୁଲ ବଗିଚାରେ ନଜର ପକାଇଛି ଫୁଲ ଦଳ ବିଜେପି। ବିଜେପି ପ୍ରଥମେ ପ୍ରଚାର ମଇଦାନ ଓହ୍ଲାଇ ଜୋରଦାର ସଂଗ୍ରାମ ଆରମ୍ଭ କରିଦେଇଛି। ଏହି ପ୍ରଚାର ଅଭିଯାନର ମୁଖ୍ୟ ମଙ୍ଗୁଆଳି ସାଜିଛନ୍ତି ଭୁବନେଶ୍ୱର ସାଂସଦ ତଥା ବିଜେପି ଷ୍ଟାର କ୍ୟାମ୍ପେନର ଅପରାଜିତା ଷଡଙ୍ଗୀ। ଦଳବଳ ନେଇ କରୁଛନ୍ତି ରୋଡ୍ ସୋ। ସେହିପରି ବିଜେଡି ପକ୍ଷରୁ ବିଧାୟକ ଅରବିନ୍ଦ ଢାଲିଙ୍କୁ ଟିକେ ବିଶ୍ରାମ ଦେଇ ଦଳର ଜିଲ୍ଲା ସଭାପତି ବିଭୁତି ଭୂଷଣ ବଳବନ୍ତରାୟଙ୍କୁ ଏଥର କରିଛି ମଙ୍ଗୁଆଳ। ୬ଟି ଯାକ ଜିଲ୍ଲା ପରିଷଦ ଆସନ ଉପରେ ଆମ ସଙ୍ଗଠନର ମୁଖିଆ କମଳ କୁମାର ପାତ୍ର ପ୍ରତ୍ୟକ୍ଷ ଭାବେ ନଜର ରଖିଛନ୍ତି। ବାଧାୟକଙ୍କ ନିରବତା କିଛି କର୍ମୀଙ୍କୁ ନିରାଶ କରିଥିବା ବେଳେ ବିଜେଡି ଟିକେଟ ପାଇଥିବା ପ୍ରାର୍ଥୀମାନେ ସମସ୍ତ ପୁରୁଣା ଓ ନୂଆ କର୍ମୀଙ୍କୁ ଭେଟିବାରେ ଲାଗି ପଡିଛନ୍ତି।
ବାଲିଅନ୍ତା ବ୍ଲକ ବିଜେଡି ସଭାପତି ସମସ୍ତ ପୁରୁଖା ୮୦-୯୦ ଦଶକର ଦଳୀୟ ନେତାଙ୍କ ପାଖକୁ ଯାଇ ସଂଗ୍ରାମରେ ସାମିଲ୍ କରାଇବାରେ ଲାଗି ପଡିଛନ୍ତି। ଏହା ବାଦ୍ ଜୋନ୍ ୧୬, ୨୧ର ଟିକେଟ ପାଇଁ ଦୁଇ ଜଣ ଆଶାୟୀ ପ୍ରାର୍ଥୀ ଏବେ ସ୍ୱାଧୀନ ଭାବରେ ଲଢି ଏହି ଦୁଇ ଜୋନକୁ ତ୍ରିମୁଖୀ ପ୍ରତିଦ୍ୱନ୍ଦିତା ସ୍ତରକୁ ଆଣିଛନ୍ତି। ଏହି ସ୍ଥାନରେ କଂଗ୍ରେସ କେବଳ ୬ ପ୍ରାର୍ଥୀ ଛିଡା କରାଇଛି। କିନ୍ତୁ ପ୍ରତିଯୋଗିତାରେ ବହୁ ପଛରେ ରହିଛି ଦଳ। ୪ ଗୋଟି ଆସନରେ ଦ୍ୱିମୁଖି ପ୍ରତିଦ୍ୱନ୍ଦିତା ଆଶଙ୍କା କରାଯାଉଛି। ତେବେ ସ୍ଥାନୀୟ ବିଧାୟକଙ୍କୁ ବାଦ୍ ଦେଇ ବିଜେଡି ତାର ଗଡକୁ ସୁରକ୍ଷିତ ରଖିବା ଦଳର ଜିଲ୍ଲା ସଭାପତିଙ୍କ ପାଇଁ ଚାଲେଞ୍ଜ ଆଣି ଦେଇଛି। ଏହି ସୁଯୋଗରେ ବିଜେପି ଫାଇଦା ଉଠାଇବା ଆଶାରେ ରହିଛି। ତଥାପି ସମସ୍ତ ବିଜୁପ୍ରେମୀ ଏକାଠି ହୋଇ ବାଜି ଜିତିଯିବା କିଛି ଅସମ୍ଭବ ନୁହେଁ।




