ଆସନ୍ତାକାଲି ଓଡ଼ିଶା ବନ୍ଦ

ଆସନ୍ତାକାଲି ଓଡ଼ିଶା ବନ୍ଦ
Samaya Live News Picture
Published On

ଭୁବନେଶ୍ୱର : `ଆସନ୍ତାକାଲି ଓଡ଼ିଶା ବନ୍ଦ ଡାକରା ଦେଇଛି ନଵନିର୍ମାଣ କୃଷକ ସଂଗଠନ । ଆସନ୍ତାକାଲି ସକାଳ ୬ଟାରୁ ଅପରାହ୍ନ ୨ଟା ଯାଏ ୮ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ନବନିର୍ମାଣ କୃଷକ ସଂଗଠନ ସହ ନବନିର୍ମାଣ ଯୁବଛାତ୍ର ସଂଗଠନ ମଧ୍ୟ ଏହି ବନ୍ଦ ଡାକରାରେ ସାମିଲ ହୋଇଛି । ବନ୍ଦ ଡାକରାକୁ ପୂର୍ଣ୍ଣ ସମର୍ଥନ ଜଣାଇଛି କଂଗ୍ରେସ ଓ ସିପିଆଇ ପକ୍ଷରୁ ମଧ୍ୟ୍ୟ ସମର୍ଥନ କରାଯାଇଛି। ଚାଷୀ ସମସ୍ୟା, ପ୍ରଦୂଷଣ ଓ ଟାଟା ପାୱାରର ମନମୁଖୀ କାର୍ଯ୍ୟ ପ୍ରତିବାଦରେ ଓଡ଼ିଶା ବନ୍ଦ ଡାକରା ଦେଇଛି ନଵନିର୍ମାଣ କୃଷକ ସଂଗଠନ । ସବୁ ଚାଷୀଙ୍କୁ ଧାନ ଏମ୍ଏସ୍ ପି ଓ ଇନ୍ ପୁଟ ସବସିଡି ମିଶାଇ କ୍ଵିଣ୍ଟାଲ ପିଛା ୩୧୦୦ଟଙ୍କା କିଣାଯାଉ ।

ସେହିପରି ଧାନ କିଣିବା ପରେ ସଠିକ୍ ସମୟରେ ଚାଷୀଙ୍କୁ ଟଙ୍କା ପ୍ରଦାନ ଓ ଟୋକେନ୍ ସମସ୍ୟାର ସମାଧାନ ପାଇଁ ଦାବି କରାଯାଇଛି । ଦଲାଲ ଓ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କାରି ଓଡିଶା ବନ୍ଦ ଡାକରା ଦିଆଯାଇଛି l ଏହି ବନ୍ଦ ଡାକରାରେ ଜରୁରୀ କାଳୀନ ସେବାକୁ ବାଦ ଦିଆଯିବ ।

ସେପଟେ,ବନ୍ଦ ଡାକରାକୁ କଟାକ୍ଷ କରିଛି ବିଜେପି I ଏହା ନକଲି ଚାଷୀଙ୍କ ଆନ୍ଦୋଳନ ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ବିଜେପି ମୁଖପାତ୍ର ମନୋଜ ମହାପାତ୍ର ।

ସେ କହିଛନ୍ତି ନବର୍ନିମାଣ କୃଷକ ସଂଗଠନର ନେତାମାନେ ଚାଷ କ’ଣ ଜାଣି ନାହାନ୍ତି। ଧାନ କି ବାଳୁଙ୍ଗା ଏମାନେ ଚିହ୍ନି ପାରିବେ ନାହିଁ। ବିଜେଡି ସରକାର ସମୟରେ ଚାଷୀ ହତାଶ ହୋଇ ପଡିଥିଲେ। ଦଲାଲ ମାଲେମାଲ ହେଉଥିଲେ। ମୋହନ ସରକାର ଚାଷୀଙ୍କୁ ଉତ୍ସାହିତ କରିବା ପାଇଁ ବିଭିନ୍ନ ପଦକ୍ଷେପ ନେଇଛନ୍ତି। ଚାଷୀ ମଣ୍ଡିରେ ଧାନ ବିକି ବୋନସ ଆକାରରେ ଅଧିକ ୮୦୦ ଟଙ୍କା ପାଉଥିବା ଭାଜପା ମୁଖପାତ୍ର ମନୋଜ କହିଛନ୍ତି।

Tags: