ଆଜି ଓଡିଶା ବନ୍ଦ, ଜନ ଜୀବନ ପ୍ରଭାବିତ

ଆଜି ଓଡିଶା ବନ୍ଦ, ଜନ ଜୀବନ ପ୍ରଭାବିତ
Samaya Live News Picture
Published On

ଭୁବନେଶ୍ୱର : କଂଗ୍ରେସ ନେତୃତ୍ବାଧୀନ ଇଣ୍ଡିଆ ମେଣ୍ଟ ପକ୍ଷରୁ ଆଜି ୧୨ଘଣ୍ଟିଆ ଓଡିଶା ବନ୍ଦ । ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା, ଏମଏମଡିଆର ବିଲ୍ ପ୍ରତ୍ୟାହାର ଓ ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ରାଜ୍ୟ କଂଗ୍ରେସ ଓ ବାମ ଦଳ ପକ୍ଷରୁ ଅକ୍ଟାବର ୮ ତାରିଖ ସକାଳ ୬ରୁ ସନ୍ଧ୍ୟା ୬ଯାଏଁ ବନ୍ଦ ଡାକରା ଦିଆଯାଇଛି । ଫଳରେ ସାରା ରାଜ୍ୟରେ ଜନଜୀବନ ଗମ୍ଭୀର ଭାବେ ପ୍ରଭାବିତ ହୋଇଛି । ବନ୍ଦ ପାଳନରେ ସିପିଆଇ, ସିପିଆଇ (ଏମ୍), ସିପିଆଇ (ଏମ୍ଏଲ), ଏନସିପି, ଫରୱାର୍ଡ ବ୍ଳକ, ସମାଜବାଦୀ ପାର୍ଟି, ଆରଜେଡି, ଜେଏମଏମ୍ ସାମିଲ ହେବ । ଏ ନେଇ ବୁଧବାର ଭୁବନେଶ୍ୱରରେ ଏକ ପଦଯାତ୍ରା ଓ ବାଇକ୍ ରାଲି ହୋଇଥିଲା ।

୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରାରେ ସାଧାରଣ ଜନତା ହନ୍ତସନ୍ତ। ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖାଯାଇଛି ବନ୍ଦର ପ୍ରଭାବ। ଅଖ ଚକ ବନ୍ଦ ସହ କେବଳ ଜରୁରୀ ସେବାକୁ ଛାଡି ଅନ୍ୟାନ୍ୟ ଗାଡିମୋଟର ଚଳାଚଳ ବନ୍ଦ ରହିଛି। ଭୁବନେଶ୍ବର ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ଗଡ଼ୁନି ବସ୍‌। ଗନ୍ତବ୍ୟ ସ୍ଥଳକୁ ଯିବା ପାଇଁ ଅପେକ୍ଷାରତ ଯାତ୍ରୀ ହନ୍ତସନ୍ତ ହୋଇଛନ୍ତି।  

ଅନ୍ୟପଟେ ବନ୍ଦ ପାଳନରୁ ଜରୁରୀକାଳୀନ ସେବାକୁ ବାଦ ଦିଆଯାଇଛି । ହସ୍ପିଟାଲ, ଆମ୍ବୁଲାନ୍ସ, ଦମକଳ ସେବା, ମେଡିସିନ୍ ଦୋକାନ ସମେତ ଅନ୍ୟାନ୍ୟ ଅତ୍ୟାବଶ୍ୟକ ଓ ଜରୁରୀ ସେବା ଜାରି ରହିବ। 

ଗୁରୁବାର ରହିବ ଅଟୋ ଚଳାଚଳ। ରାଜଧାନୀ ଭୁବନେଶ୍ଵର ସମେତ ସାରା ରାଜ୍ୟରେ ଅଟୋ ଚଳାଚଳ ବନ୍ଦ ରହିବ ବୋଲି ସୂଚନା ଦେଇଛନ୍ତି ନିଖିଳ ଓଡ଼ିଶା ଅଟୋ ଟାକ୍ସି ଚାଳକ ମହାସଂଘ । ମାଷ୍ଟର କ୍ୟାଣ୍ଟିନ୍ ଠାରେ ମଧ୍ୟ ଓଡିଶା ବନ୍ଦର ପ୍ରଭାବରେ ବାଇକ ରାଲି, ଆନ୍ଦୋଳନ ଓ ରାସ୍ତାରୋକ କରାଯାଇଛି । ଜାତୀୟ ରାଜପଥ ଅବରୋଧ କରିଛି କଂଗ୍ରେସ । ଓଡ଼ିଶା ବନ୍ଦ ପାଇଁ ୟୁନିଟ୍ ୨ ମାର୍କେଟ ବିଲଡିଂ ଦୋକାନ ବଜାର ବନ୍ଦ ରହିଛି। ଓଡ଼ିଶା ବନ୍ଦ ଡାକରାରେ କଳ୍ପନା ଛକ ଓ ଜନପଥରେ ଆନ୍ଦୋଳନ କର୍ମୀମାନେ ବିକ୍ଷୋଭ ସହ ରାସ୍ତାରୋକ କରିଛନ୍ତି । ଚକୋଲେଟ୍‌ ଦେଇ ଓଡ଼ିଶା ବନ୍ଦକୁ ସମର୍ଥନ କରିବା ପାଇଁ ନିବେଦନ ମଧ୍ୟ ଅନେକ ସ୍ଥାନରେ କରାଯାଇଛି । ବିଭିନ୍ନ ସ୍ଥାନରେ କଂଗ୍ରେସ କର୍ମୀଙ୍କ ପିକେଟିଂ କରୁଛନ୍ତି । କଂଗ୍ରେସ କର୍ମୀଙ୍କ ପକ୍ଷରୁ ପିକେଟିଂ, ଟାୟାର ଜାଳି ଜାତୀୟ ରାଜପଥ ଅବରୋଧ କରାଯାଇଛି । ରାଜଧାନୀ ଭୁବନେଶ୍ୱର ସମେତ ଉତ୍ତରରୁ ଦକ୍ଷିଣ  ସବୁଠି ଦେଖିବାକୁ ମିଳିଛି ବନ୍ଦ ର ପ୍ରଭାବ । ତେବେ କେତେକ ସ୍ଥାନରେ ବନ୍ଦ ରେ ସାମିଲ ଥିବା କର୍ମୀମାନେ ଟାୟାର ଜାଳି ହିଂସାତ୍ମକ ଆଚରଣ କରୁଥିବା ଦେଖାଯାଇଛି । ଏପରିକି ଭୁବନେଶ୍ୱରରେ ଆମ ବସ ରୁ ଯାତ୍ରୀଙ୍କୁ ଓହ୍ଲାଇଦେବା ସହ ବସକୁ ଭଙ୍ଗାରୁଜା କରିଛନ୍ତି ଆନ୍ଦୋଳନ କାରୀ । 

ଏପଟେ ବନ୍ଦ ଯୋଗୁଁ ସ୍କୁଲ ଯିବାକୁ ମଧ୍ୟ ଲୋକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି । ବନ୍ଦ ଯୋଗୁଁ ଜଣେ ପାଚିକାଙ୍କୁ ଚାଲି ଚାଲି ସ୍କୁଲ ଯିବାକୁ ପଡ଼ିଛି । ସେ କହିଛନ୍ତି, ସକାଳୁ ବସ୍ ଯୋଗେ ସ୍କୁଲ ଯିବା ପାଇଁ ବାହାରିଥିଲେ। ବନ୍ଦକୁ ଦୃଷ୍ଟିରେ ରଖି ସ୍କୁଲ କର୍ତ୍ତୃପକ୍ଷ ତାଙ୍କୁ ଆଗୁଆ ସ୍କୁଲରେ ପହଞ୍ଚିବାକୁ କହିଥିଲେ । ହେଲେ ରାସ୍ତାରେ ବସ୍ ଆଉ ଆଗକୁ ନଯିବାରୁ ବାଧ୍ୟ ହୋଇ ବସ୍‌ରୁ ଓହ୍ଲାଇ ଚାଲି ଚାଲି ସ୍କୁଲ ଯାଇଥିବା ସେ କହିଛନ୍ତି । ଏଭଳି ଭାବେ ବନ୍ଦର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଯାତାୟାତ ବ୍ୟବସ୍ଥା ପ୍ରଭାବିତ ହୋଇଥିବା ବେଳେ ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନ ମଧ୍ୟ ବାଧାପ୍ରାପ୍ତ ହୋଇଛି ।

Tags: