ବ୍ରିକ୍ସ ଯୁବ ସମ୍ମିଳନୀ ରେ ଓଡ଼ିଶାର ଯୁବ ଉଦ୍ୟୋଗୀ ପ୍ରତ୍ୟୁଷ ଦେବାଶିଷ

ବ୍ରିକ୍ସ ଯୁବ ସମ୍ମିଳନୀ ରେ ଓଡ଼ିଶାର ଯୁବ ଉଦ୍ୟୋଗୀ ପ୍ରତ୍ୟୁଷ ଦେବାଶିଷ
Samaya Live News Picture
Published On

ଭୁବନେଶ୍ୱର : ବ୍ରିକ୍ସ ଯୁବ ସମ୍ମିଳନୀ ଗୁଜୁରାଟର ଗାନ୍ଧୀନଗର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ୧୧ଟି ଦେଶର ପ୍ରତିନିଧି ଭାଗ ନେଇଛନ୍ତି । ଶିକ୍ଷା, କୃତିମ ବୁଦ୍ଧିମତ୍ତା , ପରିବେଶ, ସାମାଜିକ ସୁରକ୍ଷା ଆଦି ଅନେକ ବିଷୟରେ ଆଲୋଚନା ହୋଇଛି । ଏହି କାର୍ଯ୍ୟକ୍ରମ ନିମନ୍ତେ ଭାରତର ପ୍ରତିନିଧି ଦଳରେ ସାମିଲ ହୋଇଥିଲେ ଓଡ଼ିଶାର ଯୁବ ଉଦ୍ୟୋଗୀ ପ୍ରତ୍ୟୁଷ ଦେବାଶିଷ । 

ସେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଅନେକ ବିଷୟରେ ଭାରତର ପକ୍ଷ ରଖିଥିଲେ। ସେ ନିଜ ବକ୍ତବ୍ୟରେ ଶିକ୍ଷା, କୃତିମ ବୁଦ୍ଧିମତ୍ତା ବିଷୟରେ ପୁଙ୍ଖାନୁପୁଙ୍ଖ ତଥ୍ୟ ଓ ସୂଚନା ରଖିଥିଲେ। ଭାରତ ନିଜ ଆଲୋଚ୍ୟ ବିଷୟ ସହ ସମସ୍ତ ମଞ୍ଚରେ ନେତୃତ୍ୱ ନେଉଥିଲା । ଭବିଷ୍ୟତ ସହଯୋଗ ପାଇଁ ସମସ୍ତ ସହଯୋଗୀ ଦେଶଙ୍କ ମଧ୍ୟରେ ବୁଝାମଣା ଚୁକ୍ତି ସ୍ୱାକ୍ଷରିତ ହୋଇଛି । ସମସ୍ତ ଦେଶର ନିମନ୍ତ୍ରିତ ଅତିଥି ଭାରତର କୃତିମ ବୁଦ୍ଧିମତ୍ତା ଉପରେ ହେଉଥିବା ଆଲୋଚନା ରେ ଖୁବ୍ ପ୍ରଭାବିତ ହୋଇଥିଲେ। ପ୍ରତ୍ୟୁଷ ଏକ ଯୁବ ଉଦ୍ୟୋଗୀ ହିସାବରେ ଭାରତର ଆଗାମୀ ଭବିଷ୍ୟତ ପାଇଁ କିପରି ଦେଶ ମାନଙ୍କ ମଧ୍ୟରେ ସମ୍ପର୍କ ବୃଦ୍ଧି ପାଇବ, ତାହା ମଧ୍ୟ ଉଲ୍ଲେଖ କଲେ। ନିଜ ଉଦ୍ୟମରେ କିପରି ଜଣେ ନିଜ ଷ୍ଟାର୍ଟ ଅପ୍ ଆରମ୍ଭ କରି ପାରିବ, ତାହା ମଧ୍ୟ ଆଲୋଚନା କଲେ । ଭବିଷ୍ୟତରେ ଓଡ଼ିଶାରେ ମଧ୍ୟ କୃତିମ ବୁଦ୍ଧିମତ୍ତା ସହଯୋଗରେ ଅନେକ କାର୍ଯ୍ୟକ୍ରମ ହେବ ବୋଲି ପ୍ରତ୍ୟୁଷ ପ୍ରତିଶ୍ରୁତି ଦେଇଛନ୍ତି ।

Tags: