ଓଡ଼ିଶାର ହିର୍ଲି ଏକଲବ୍ୟ ଆବାସିକ ଆଦର୍ଶ ବିଦ୍ୟାଳୟ ଜାତୀୟ ସ୍ତରରେ ପୁରସ୍କୃତ

ଓଡ଼ିଶାର ହିର୍ଲି ଏକଲବ୍ୟ ଆବାସିକ ଆଦର୍ଶ ବିଦ୍ୟାଳୟ ଜାତୀୟ ସ୍ତରରେ ପୁରସ୍କୃତ

ନବରଙ୍ଗପୁର : ଓଡ଼ିଶାର ହିର୍ଲି ଆବାସିକ ବିଦ୍ୟାଳୟ ଜାତୀୟ ସ୍ତରରେ ପୁରସ୍କୃତ । ଭାରତ ମଣ୍ଡପମରେ ଆୟୋଜିତ ଏକ ସମାରୋହରେ ମଡେଲ ଯୁବ ଗ୍ରାମ ସଭା (ଏମୱାଇଜିଏସ)ର ବିଜେତାମାନଙ୍କୁ କେନ୍ଦ୍ର ପଞ୍ଚାୟତିରାଜ ରାଷ୍ଟ୍ରମନ୍ତ୍ରୀ ପ୍ରଫେସର ଏସ୍.ପି. ସିଂହ ବାଘେଲ ଜାତୀୟ ପୁରସ୍କାର ପ୍ରଦାନ କରିଛନ୍ତି । ଓଡ଼ିଶାର ନବରଙ୍ଗପୁର ଜିଲ୍ଲାରେ ଥିବା ହିର୍ଲି ଆବାସିକ ବିଦ୍ୟାଳୟକୁ ଜାତୀୟ ସ୍ତରରେ ଦ୍ୱିତୀୟ ସ୍ଥାନ ସହିତ ୭୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ମିଳିଛି ।

ସମ୍ବନ୍ଧିତ ଖବର ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ

ଜବାହର ନବୋଦୟ ବିଦ୍ୟାଳୟ ବର୍ଗରେ ହିମାଚଳ ପ୍ରଦେଶର ଉନା ପ୍ରଥମ ସ୍ଥାନ ହାସଲ କରି ଏକ କୋଟି ଟଙ୍କାର ପୁରସ୍କାର ରାଶି ପାଇଥିବା ବେଳେ ଦ୍ୱିତୀୟ ସ୍ଥାନରେ ଥିବା କେରଳ କନ୍ନୁର ଜେଏନଭି ୭୫ ଲକ୍ଷ ଏବଂ ତୃତୀୟ ସ୍ଥାନରେ ଥିବା ମଣିପୁର ଉଖ୍ରୁଲ -୧ ଜେଏନଭି ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ହାସଲ କରିଥିଲା।

ସମ୍ବନ୍ଧିତ ଖବର ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଶ୍ୱ ବ୍ୟାଙ୍କ ଅଧ୍ୟକ୍ଷ

ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ବର୍ଗରେ ଛତିଶଗଡ଼ର କୋସାମ୍ବୁଡ଼ା ବିଦ୍ୟାଳୟ ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ଓଡ଼ିଶାର ନବରଙ୍ଗପୁର ଜିଲ୍ଲା ହିର୍ଲି ଇଏମଆରଏସ ଦ୍ୱିତୀୟ ପୁରସ୍କାର ହାସଲ କରିଥିଲା। ସେହିପରି ମଧ୍ୟପ୍ରଦେଶ ଯବଲପୁର ଇଏମଆରଏସ ତୃତୀୟ ପୁରସ୍କାର ପାଇଥିଲା। ଏହି ତିନୋଟି ବିଦ୍ୟାଳୟକୁ ମଧ୍ୟ ଯଥାକ୍ରମେ ୧କୋଟି, ୭୫ ଲକ୍ଷ ଏବଂ ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ମିଳିଛି ।

ସମ୍ବନ୍ଧିତ ଖବର ଇଡିରେ ହାଜର ହେଲେ ବାଲି ମାଫିଆ ବିଶ୍ୱଜିତ ପାତ୍ର

ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ କହିଥିଲେ, ଆଜିର ପ୍ରଶାସନକୁ ବୁଝିବା ଭବିଷ୍ୟତର ନେତା ସୃଷ୍ଟି କରିଥାଏ। ଆଦର୍ଶ ଯୁବ ଗ୍ରାମ ସଭା କାର‌୍ୟ୍ୟକ୍ରମ ଛାତ୍ରଛାତ୍ରୀଙ୍କୁ ନଗର ବିଜ୍ଞାନ ଶିକ୍ଷାର ବାସ୍ତବ ଅଭିଜ୍ଞତା ପ୍ରଦାନ କରିଛି। ଏହି କାର୍ଯ୍ୟକ୍ରମ ଯୁବ ନାଗରିକମାନଙ୍କୁ ପଞ୍ଚାୟତିରାଜ ପ୍ରତିଷ୍ଠାନ ସହିତ ସକ୍ରିୟ ଭାବେ ସମ୍ପୃକ୍ତ ରହିବାକୁ ସଶକ୍ତ କରିଥାଏ। ଏହା ଗ୍ରାମ ସ୍ୱରାଜ ଭାବନାକୁ ସୁଦୃଢ଼ କରିବା ସହିତ ପିଲାମାନଙ୍କ ମଧ୍ୟରେ ନେତୃତ୍ୱ ଗୁଣାବଳୀ ବିକଶିତ କରିଥାଏ ବୋଲି ପ୍ରଫେସର ବାଘେଲ କହିଥିଲେ।

ଏହି ସମାରୋହରେ ଛାତ୍ରଛାତ୍ରୀ, ଶିକ୍ଷକ, ପଞ୍ଚାୟତିରାଜ ପ୍ରତିଷ୍ଠାନର ନିର୍ବାଚିତ ପ୍ରତିନିଧି ଏବଂ ଏମୱାଇଜିଏସ କାର୍ଯ୍ୟକ୍ରମରେ ସାମିଲ ପ୍ରମୁଖ ଅଂଶୀଦାରଙ୍କ ସମେତ ପ୍ରାୟ ୯୦୦ ଅଂଶଗ୍ରହଣକାରୀ ଭାଗ ନେଇଥିଲେ। 
 

Tags: