କର୍ତ୍ତବ୍ୟପଥରେ ଗଡିବ ଓଡିଶା ପ୍ରଜ୍ଞାପନ ମେଢ଼

୨୦୨୪ରେ ପ୍ରଥମ ପୁରସ୍କାର ମିଳିଥିଲା, ୨ ବର୍ଷ ପରେ ପୁଣି ଯିବ

କର୍ତ୍ତବ୍ୟପଥରେ ଗଡିବ ଓଡିଶା ପ୍ରଜ୍ଞାପନ ମେଢ଼

ନୂଆଦିଲ୍ଲୀ : ଓଡିଶା ପ୍ରଜ୍ଞାପନ ମେଢ଼କୁ କେନ୍ଦ୍ର ମନ୍ତ୍ରଣାଳୟର ସ୍ୱୀକୃତି । ଆସନ୍ତା ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସ ଅବସରରେ ନୂଆଦିଲ୍ଲୀର କର୍ତ୍ତବ୍ୟପଥରେ ଗଡ଼ିବ ଓଡ଼ିଶାର ପ୍ରଜ୍ଞାପନ ମେଢ଼ । କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଦେଶର ୧୭ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ତାଲିକାରେ ଓଡ଼ିଶାକୁ ମଧ୍ୟ ସ୍ଥାନ ମିଳିଛି । ଜାନୁଆରୀ ୧୯ ସୁଦ୍ଧା କାର୍ଯ୍ୟ ଶେଷ କରିବାକୁ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଜାରି ହୋଇଛି ।

ସମ୍ବନ୍ଧିତ ଖବର ବଡ଼ ଦାଣ୍ଡରେ ମର୍ମନ୍ତୁଦ ଦୁର୍ଘଟଣା,ଜଣେ ମୃତ ୨ ଗୁରୁତର

୨୦୨୬ରେ ପ୍ରଦର୍ଶିତ ହେବାକୁ ଥିବା ପ୍ରଜ୍ଞାପନ ମେଢ଼ରେ ଓଡ଼ିଶାର କୃଷି ଓ ସାଂସ୍କୃତିକ ସମୃଦ୍ଧିରୁ ଆଧୁନିକ ଶିଳ୍ପ, ଦକ୍ଷତା ବିକାଶ, ନବସୃଜନ ଓ ପ୍ରଯୁକ୍ତିର ଏକ ସମ୍ମିଳିତ ଦୃଶ୍ୟ ଉପସ୍ଥାପନ କରାଯିବ । ‘ସମୃଦ୍ଧିର ମନ୍ତ୍ର ଆତ୍ମନିର୍ଭର ଭାରତ’ ବିଷୟବସ୍ତୁ ଆଧାରରେ ହେବାକୁ ଥିବା ଏହି ପ୍ରଜ୍ଞାପନ ମେଢ଼ରେ ଆତ୍ମନିର୍ଭର ଭାରତ ଗଠନ କ୍ଷେତ୍ର (କୃଷିରୁ ସେମିକଣ୍ଡକ୍ଟର୍‌ ପର୍ଯ୍ୟନ୍ତ)ରେ ଓଡ଼ିଶାର ଅବଦାନ ଦେଖିବାକୁ ମିଳିବ। 

ସମ୍ବନ୍ଧିତ ଖବର ଘରୋଇ ବସ ଧକ୍କାରେ ୩ ବାଇକ ଆରୋହୀ ମୃତ

ଜାତୀୟ ଦୃଷ୍ଟିକୋଣ ସହିତ ସମନ୍ୱୟ ରଖି ଓଡ଼ିଶା କିପରି ତାହାର ପ୍ରାକୃତିକ ସମ୍ପଦ, ସାଂସ୍କୃତିକ ଐତିହ୍ୟ, ମାନବସମ୍ବଳ ଏବଂ ପ୍ରଯୁକ୍ତିବିଦ୍ୟା ଉପଯୋଗରେ ଏକ ଆତ୍ମନିର୍ଭରଶୀଳ ଭାରତ ଗଠନକୁ ଇନ୍ଧନ ପ୍ରଦାନ କରୁଛି, ତାହା ପ୍ରଦର୍ଶିତ ହେବ। ମେଢ଼ର ବିଭିନ୍ନ ଅଂଶରେ କୋରାପୁଟ କଫିରୁ ଆରମ୍ଭ କରି ସିଲିକନ୍‌ ସେମିକଣ୍ଡକ୍ଟର୍‌ ପର୍ଯ୍ୟନ୍ତ ନିରନ୍ତର ଯାତ୍ରାକୁ ଉପସ୍ଥାପନ କରାଯିବ। 

ସମ୍ବନ୍ଧିତ ଖବର ବ୍ରାଉନ ସୁଗାର ବେପାରୀକୁ ୨୦ ବର୍ଷ ଜେଲ

ଶ୍ରୀ ଜଗନ୍ନାଥ ରଥର ଭୂମି ଭାବେ ନିର୍ମିତ ପ୍ରଜ୍ଞାପନ ମେଢ଼ର ସମ୍ମୁଖ ଭାଗ ଉପରେ ଲିଙ୍ଗଗତ ସମାନତା ଏବଂ ମହିଳା ସଶକ୍ତୀକରଣ ପ୍ରତି ଓଡ଼ିଶାର ପ୍ରତିବଦ୍ଧତାକୁ ପ୍ରଦର୍ଶନ କରାଯିବ । ସମ୍ବଲପୁରୀ ବସ୍ତ୍ର ଦ୍ବାରା ଆଚ୍ଛାଦିତ ମେଢ଼ର ଉଭୟ ପାର୍ଶ୍ବରେ ପାରମ୍ପରିକ ଜନଜାତି ଚିତ୍ରକଳା ଉପରେ ରୁପା ତାରକସୀ କାରୁକାର୍ଯ୍ୟ, ଓଡ଼ିଶାର ଗଭୀର ସାଂସ୍କୃତିକ ପରିଚୟ ଏବଂ ଉତ୍କୃଷ୍ଟ ହସ୍ତଶିଳ୍ପ ପରମ୍ପରାକୁ ପ୍ରତିଫଳିତ କରାଯିବ। ଏହାର ଲାଇଭ ଡେମୋନଷ୍ଟ୍ରେସନ୍‌ ମଧ୍ୟ ଦେଖିବାକୁ ମିଳିବ।

ଉଲ୍ଲେଖଯୋଗ୍ୟ, ଓଡ଼ିଶାର ସମୃଦ୍ଧ ହସ୍ତଶିଳ୍ପ ଓ ହସ୍ତତନ୍ତ ମାଧ୍ୟମରେ ମହିଳା ସଶକ୍ତୀକରଣକୁ ନେଇ ଗତ ୨୦୨୪ରେ ପ୍ରଦର୍ଶିତ ଓଡ଼ିଶାର ପ୍ରଜ୍ଞାପନ ମେଢ଼ କର୍ତ୍ତବ୍ୟପଥରେ ପରାକାଷ୍ଠା ପ୍ରଦର୍ଶନ କରି ସମଗ୍ର ଦେଶରେ ପ୍ରଥମ ସ୍ଥାନ ହାସଲ କରିଥିଲା।  

 

Tags: