ଓଡିଶା ପୋଲିସ ପାଇବ ସମ୍ମାନଜନକ ପ୍ରେସିଡେଣ୍ଟ କଲର ଆୱାର୍ଡ
ଭୁବନେଶ୍ୱର : ପ୍ରେସିଡେଣ୍ଟସ୍ କଲର ଆୱାର୍ଡ ରେ ସମ୍ମାନିତ ହେବ ଓଡିଶା ପୋଲିସ । ଓଡ଼ିଶା ପୋଲିସର କାର୍ଯ୍ୟଦକ୍ଷତା, ପରାକାଷ୍ଠାର ନିଦର୍ଶନକୁ ଦେଖି ପ୍ରଥମ ଥର ପ୍ରଦାନ କରାଯାଉଛି ପୁରସ୍କାର ।ମହାମହିମ ରାଷ୍ଟ୍ରପଙ୍କ ଠାରୁ ଏହି ସମ୍ମାନଜନକ ପୁରସ୍କାର ପାଇବ ଓଡିଶା ପୋଲିସ । ଓଡିଶା ପୋଲିସକୁ ସମ୍ମାନିତ କରିବା ପାଇଁ ଓଡ଼ିଶା ଆସିବେ ରାଷ୍ଟ୍ରପତି । ଏହି ସମ୍ମାନ ଭାରତର ରାଷ୍ଟ୍ରପତିଙ୍କ ଦ୍ୱାରା ଦେଶର ଏକ ସାମରିକ ୟୁନିଟ୍, ତାଲିମ ପ୍ରତିଷ୍ଠାନ କିମ୍ବା ପୋଲିସ୍ ଫୋର୍ସକୁ ପ୍ରଦାନ କରାଯାଉ ଥିବା ସର୍ବୋଚ୍ଚ ସମ୍ମାନଜନକ ପୁରସ୍କାର ହେଉଛି ପ୍ରେସିଡେଣ୍ଟ କଲର୍ ଆଓ୍ୱାର୍ଡ । ସାହସିକତା ଏବଂ ବୃତ୍ତିଗତ ସେବାକୁ ସ୍ୱୀକୃତି ଦେଇଥାଏ ଏହି ପୁରସ୍କାର।
ଏକ ଆନୁଷ୍ଠାନିକ ପତାକା ଏବଂ ଉତ୍କର୍ଷତାର ପ୍ରତୀକ ସ୍ୱରୂପ ମେଡାଲ କିମ୍ବା ବ୍ୟାଚ୍ ଦିଆ ଯିବାର କାର୍ଯ୍ୟକ୍ରମ ରହିଛି । ସାରା ଦେଶରେ ଏହା ଓଡ଼ିଶା ପୋଲିସକୁ ବଡ଼ ସଫଳତା ବୋଲି କୁହାଯାଉଛି ।। ଯାହା ଅଧିକାରୀମାନେ ସେମାନଙ୍କ ୟୁନିଫର୍ମର ବାମ ହାତରେ ପିନ୍ଧନ୍ତି । ଏଥିପାଇଁ ଅତିକମ୍ରେ ୨୫ ବର୍ଷର ନିଷ୍କଳଙ୍କ ସେବା ଆବଶ୍ୟକ । ଏନେଇ ପୋଲିସ ଡ଼ିଜିଙ୍କ ଅଧ୍ୟକ୍ଷତାରେ ପୋଲିସ ସେବା ଭବନ ସ୍ଥିତ ଡିଜିପି କ୍ୟାମ୍ପ ଅଫିସରେ ଚାଲିଛି ଏହି ଗୁରୁତ୍ୱପୂର୍ଣ୍ଣ ମିଟିଂ।
ବୈଠକରେ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର, ଏଡିଜି ଆଇନଶୃଙ୍ଖଳା ସଞ୍ଜୟ କୁମାର, ଏଡିଜି ଆଧୁନିକୀକରଣ ସୌମେନ୍ଦ୍ର ପ୍ରିୟଦର୍ଶୀ, ଏଡିଜି କମ୍ୟୁନିକେସନ ଦୟାଲ ଗଙ୍ଗୱାର, ଏଡିଜି ଆଣ୍ଟି ନକ୍ସଲ ଅପରେସନ ସଂଜୀବ ପଣ୍ଡା, ଏଡିଜି ରାଜେଶ କୁମାର, ଏଡିଜି ଏସ୍ ସାଇନି, HRPC ଯତୀନ୍ଦ୍ର କୋଏଲ, ପୋଲିସ କମିଶନର ଏସ୍ ଦେବଦତ୍ତ ସିଂ, ଏଡିଜି ମୁଖ୍ୟାଳୟ ପ୍ରତୀକ ମହାନ୍ତି, ଆଇଜି ପ୍ରବୀଣ କୁମାର, ଆଇଜି କ୍ରାଇମବ୍ରାଞ୍ଚ ସାର୍ଥକ ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ଅଛନ୍ତି ।



