ଏପ୍ରିଲ ୨୮ରେ ଯୁକ୍ତଦୁଇ ପରୀକ୍ଷା

ଭୁବନେଶ୍ୱର: ମାର୍ଚ୍ଚ ୧୭: ବଢ଼ୁଥିବା ଖରାକୁ ଦୃଷ୍ଟିରେ ରଖାଯାଇ ଏପ୍ରିଲ ୨୮ରୁ ଯୁକ୍ତଦୁଇ ପରୀକ୍ଷା ଅଫ୍‌ଲାଇନ୍‌ରେ ଆରମ୍ଭ ହେବ । ସକାଳ ୯ଟାରୁ ଦୈନିକ ଗୋଟିଏ ସିଟିଂ ପରୀକ୍ଷା କରାଯିବ । ସେହିପରି ମହାମାରୀ ପାଇଁ ପରୀକ୍ଷାରେ ବ୍ୟବସ୍ଥା କୋହଳ କରାଯାଇଛି । ନିଜ ଶିକ୍ଷକମାନଙ୍କ ଦ୍ୱାରା ସମସ୍ତ ପ୍ରାକଫିକାଲ୍‌ ପରୀକ୍ଷା କରାଯିବ । ବାର୍ଷିକ ପରୀକ୍ଷାରେ ହୋଇଥିବା ପବର୍ଶନ ଭିତ୍ତିରେ ମାର୍କ ଦିଆଯିବ । ଦୁଇଟି ବ୍ୟବସ୍ଥାରୁ ଯେଉଁଟିରେ ସର୍ବାଧିକ ମାର୍କ ରହିବ, ସେଇଟା ଚୂଡ଼ନ୍ତ […]

Samaya Live Picture
Published On

ଭୁବନେଶ୍ୱର: ମାର୍ଚ୍ଚ ୧୭: ବଢ଼ୁଥିବା ଖରାକୁ ଦୃଷ୍ଟିରେ ରଖାଯାଇ ଏପ୍ରିଲ ୨୮ରୁ ଯୁକ୍ତଦୁଇ ପରୀକ୍ଷା ଅଫ୍‌ଲାଇନ୍‌ରେ ଆରମ୍ଭ ହେବ । ସକାଳ ୯ଟାରୁ ଦୈନିକ ଗୋଟିଏ ସିଟିଂ ପରୀକ୍ଷା କରାଯିବ । ସେହିପରି ମହାମାରୀ ପାଇଁ ପରୀକ୍ଷାରେ ବ୍ୟବସ୍ଥା କୋହଳ କରାଯାଇଛି । ନିଜ ଶିକ୍ଷକମାନଙ୍କ ଦ୍ୱାରା ସମସ୍ତ ପ୍ରାକଫିକାଲ୍‌ ପରୀକ୍ଷା କରାଯିବ ।

ବାର୍ଷିକ ପରୀକ୍ଷାରେ ହୋଇଥିବା ପବର୍ଶନ ଭିତ୍ତିରେ ମାର୍କ ଦିଆଯିବ । ଦୁଇଟି ବ୍ୟବସ୍ଥାରୁ ଯେଉଁଟିରେ ସର୍ବାଧିକ ମାର୍କ ରହିବ, ସେଇଟା ଚୂଡ଼ନ୍ତ ହେବ । ଛାତ୍ରଛାତ୍ରୀଙ୍କ ପରୀକ୍ଷା ମୂଲ୍ୟାଙ୍କନ ନେଇ ଦୁଇଟି ସ୍କିମ୍‌ ହେବ ।

କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ହେବ । ରାଜ୍ୟରେ ମୋଟ୍‌ ୩ ଲକ୍ଷ ୨୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ବାର୍ଷିକ ପରୀକ୍ଷାର ୮୦% ଓ କ ୍ୱାର୍ଟର ଏଣ୍ଡର ୨୦% ଅନୁସାରେ ମାର୍କ । ଏହି ଦୁଇଟି ବ୍ୟବସ୍ଥାରୁ ଯେଉଁଟିରେ ସର୍ବାଧିକ ମାର୍କ ରହିବ, ସେଇଟା ଚୂଡ଼ନ୍ତ ହେବ ।