ତାତିଲା ନିର୍ବାଚନ ମଇଦାନ: ୮୫୧ ଜିଲ୍ଲା ପରିଷଦ ପାଇଁ ୩, ୪୦୭ ପ୍ରାର୍ଥୀ
ଭୁବନେଶ୍ୱର: ଫେବୃଆରୀ ୦୪: ରାଜ୍ୟ ନିର୍ବାଚନ ଯେତେ ପାଖେଇ ଆସୁଛି, ପ୍ରାର୍ଥୀ ଓ ଦଳୀୟକର୍ମୀଙ୍କ ମଧ୍ୟରେ ପ୍ରଚାର ଓ ପ୍ରସାର ଜୋର୍ଦାର ଚାଲିଛି । ୮୫୩ଟି ଜିଲ୍ଲା ପରିଷଦ ଜୋନ୍ ମଧ୍ୟରୁ ଗୋଟିକରେ ପ୍ରାର୍ଥୀ ର୍ନିଦ୍ୱନ୍ଦରେ ନିର୍ବାଚିତ ହୋଇଥିଲା ବେଳେ ଆଉ ଗୋଟିକର ପ୍ରଚାର ସବୟରେ ପ୍ରାର୍ଥୀଙ୍କ ମୃତୁ୍ୟ ଯୋଗୁଁ ନିର୍ବାଚନ ସ୍ଥଗିତ ରହିଛି । ଏହାଛଡ଼ା ଅନ୍ୟ ୮୫୧ଟି ଜୋନ୍ରେ ଜିଲ୍ଲା ପରିଷଦ ସଦସ୍ୟ ପଇଁ ନିର୍ବାଚନ ଲଢ଼େଇ ଦଳୀୟ ଭିତ୍ତିରେ ଘମାଘୋଟ ହେଉଛି । […]
ଭୁବନେଶ୍ୱର: ଫେବୃଆରୀ ୦୪: ରାଜ୍ୟ ନିର୍ବାଚନ ଯେତେ ପାଖେଇ ଆସୁଛି, ପ୍ରାର୍ଥୀ ଓ ଦଳୀୟକର୍ମୀଙ୍କ ମଧ୍ୟରେ ପ୍ରଚାର ଓ ପ୍ରସାର ଜୋର୍ଦାର ଚାଲିଛି । ୮୫୩ଟି ଜିଲ୍ଲା ପରିଷଦ ଜୋନ୍ ମଧ୍ୟରୁ ଗୋଟିକରେ ପ୍ରାର୍ଥୀ ର୍ନିଦ୍ୱନ୍ଦରେ ନିର୍ବାଚିତ ହୋଇଥିଲା ବେଳେ ଆଉ ଗୋଟିକର ପ୍ରଚାର ସବୟରେ ପ୍ରାର୍ଥୀଙ୍କ ମୃତୁ୍ୟ ଯୋଗୁଁ ନିର୍ବାଚନ ସ୍ଥଗିତ ରହିଛି । ଏହାଛଡ଼ା ଅନ୍ୟ ୮୫୧ଟି ଜୋନ୍ରେ ଜିଲ୍ଲା ପରିଷଦ ସଦସ୍ୟ ପଇଁ ନିର୍ବାଚନ ଲଢ଼େଇ ଦଳୀୟ ଭିତ୍ତିରେ ଘମାଘୋଟ ହେଉଛି ।
ବରଗଡ଼ ଜିଲ୍ଲା ଆମ୍ବାଭୋନା ବ୍ଲକ୍ର ୨ନମ୍ବର ଜୋନ୍ର ବିଜେଡ଼ି ପ୍ରାର୍ଥୀ କଳ୍ପନା ପ୍ରଧାନ ର୍ନିଦ୍ୱନ୍ଦରେ ନିର୍ବାଚିତ ହୋଇଥିଲା ବେଳେ କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ର ୮ନମ୍ବର ଜୋନ୍ର ବିଜେଡ଼ି ପ୍ରାର୍ଥୀ ଅନାଦି ଚରଣ ସିଂହଙ୍କର ଅକାଳ ମୃତୁ୍ୟ ହେବା ଯୋଗୁଁ ସେଠାରେ ନିର୍ବାଚନ ସ୍ଥଗିତ ରହିଛି ।
ନିର୍ବାଚନ ମଇଦାନରେ ଏବେ ୩, ୪୦୭ ଜଣ ପ୍ରାର୍ଥୀ ବିଭିନ୍ନ ଜିଲ୍ଲା ପରିଷଦ ଜୋନ୍ରୁ ରହିଛନ୍ତି । ତିନୋଟି ଜିଲ୍ଲା ପରିଷଦ ଜୋନ୍ରେ ୯ଜଣ ଲେଖାଁଏ ପ୍ରାର୍ଥୀ ଥିଲାବେଳେ ୫ଟି ଜୋନ୍ରେ ୮ଜଣ ଓ ୨୦ଟି ଜୋନ୍ରେ ୭ଜଣ ଲେଖାଁଏ ପ୍ରାର୍ଥୀ ରହିଛନ୍ତି ।
ଏବେ ୫ଟି ପର୍ଯ୍ୟାୟରେ ମତଦାନ ହେବାକୁ ଥିବା ୩୦ଟି ଜିଲ୍ଲାର ୮୫୧ଟି ଆସନରୁ ୮୫୦ଟିରେ ବିଜେଡିର ପ୍ରାର୍ଥୀ ଅଛନ୍ତି । କୋଟିଆ ଅଞ୍ଚଳରେ ସର୍ବଦଳୀୟ ସ୍ୱାଧୀନ ପ୍ରାର୍ଥୀ ଦିଆଯାଉଥିବାରୁ ସେଠାରେ ବିଜେଡି ଜିଲ୍ଲା ପରିଷଦ ନିର୍ବାଚନରେ ପିଜ ଦଳର ପ୍ରାର୍ଥୀଙ୍କୁ ଛିଡ଼ା କରିନାହାନ୍ତି ।
ବିଜେପି ୮୪୮ଟି ଜିଲ୍ଲା ପରିଷଦ ଜୋନ୍ରେ ନିର୍ବାଚନ ଲଢ଼ୁଥିଲା ବେଳେ, କଂଗ୍ରେସ ୮୩୬, ବହୁଜନ ସମାଜପାର୍ଟି ୧୫୯ ଓ ଆମ ଆଦମୀ ପାର୍ଟି ୧୪୧ଟି ଆସନରେ ପାର୍ଥୀ ଦେଇଛନ୍ତି । ପିସିଆଇ ୩୮ଟି ଜୋନ୍ରେ ନିର୍ବାଚନ ଲଢ଼ୁଥିଲା ବେଳେ ସିପିଏମ୍ ୭୨ଟି, ଜେଏମ୍ଏମ୍ ୪୭ଟି, ଆଜସୁ ୧୨ଟି ଓ ଅନ୍ୟ ଦଳମାନେ ୨୧୪ଟି ଆସନରେ ପ୍ରାର୍ଥୀ ଦେଇଛନ୍ତି । ଏମାନଙ୍କ ଛଡ଼ା ଆଉ ୧୯୮ ଜଣ ସ୍ୱାଧୀନ ପ୍ରାର୍ଥୀ ସଂଖ୍ୟାଧିକ ଦଳୀୟ ପ୍ରାର୍ଥୀଙ୍କ ହୋସ୍ ଉଡ଼ାଇ ଦେଉଛନ୍ତି ।




