ଆନ୍ତର୍ଜାତୀୟ ନିଶା କାରବାରରେ ଓଡିଶା ଲିଙ୍କ

ଆନ୍ତର୍ଜାତୀୟ ନିଶା କାରବାରରେ ଓଡିଶା ଲିଙ୍କ

ଭୁବନେଶ୍ୱର : ନିଶା କାରବାର ଲିଙ୍କରେ ଇଡି ରେଡ୍ । ଆନ୍ତର୍ଜାତୀୟ ନିଶା କାରବାରରେ ଓଡ଼ିଶା ଲିଙ୍କ୍। ଗୋଆରୁ ଓଡ଼ିଶାକୁ ଲମ୍ବିଛି ଚେର । ସୂଚନା ପାଇବା ପରେ ୭ ରାଜ୍ୟର ୨୬ଟି ସ୍ଥାନରେ ଚଢାଉ କରିଛି ଇଡି । ଏହା ସହ ମାନି ଲଣ୍ଡରିଂ ମାମଲାରେ ଖୋଳତାଡ଼ କରି  ନଗଦ ୩ କୋଟି ଟଙ୍କା ସହ ବିପୁଳ ନିଶାଦ୍ରବ୍ୟ ଜବତ କରିଛି । ନିଶା କାରବାରରେ ଜଡ଼ିତ ଥିବା ଅଭିଯୋଗରେ ଦିଲ୍ଲୀରୁ ଜଣେ ନିଶା ମାଫିଆକୁ ଗିରଫ କରାଯାଇଛି। ସମ୍ପୃକ୍ତ ବ୍ୟକ୍ତିକୁ ୭ଦିନିଆ‌ ରିମାଣ୍ଡରେ ନେଇ ଜେରା କରୁଛି ତଦନ୍ତକାରୀ ଦଳ।

ସମ୍ବନ୍ଧିତ ଖବର ଉଡାବାଲିରେ ଉଡିଲା ତ୍ରିରଙ୍ଗା

ଗତ ସପ୍ତାହ ୧୬ ତାରିଖରେ ଓଡ଼ିଶାର କଟକ ଓ ଫୁଲବାଣୀରେ ହୋଇଥିଲା ଚଢ଼ାଉ । ନାର୍କୋଟିକ କ‌େ‌ଣ୍ଟ୍ରାଲ ବ୍ୟୁରୋ (ଏନ୍‌ସିବି) ଓ ସ୍ଥାନୀୟ ପୁଲିସ ସହାୟତାରେ ଇଡି ଚଢ଼ଉ କରିଥିଲା । ମନି ଲଣ୍ଡରିଂ ମାମଲାର ତଦନ୍ତ କରିବା ବେଳେ ମିଳିଛି ସାଂଘାତିକ ତଥ୍ୟ । ମାଫିଆଙ୍କୁ ଧରିବାକୁ ଓ ସେମାନଙ୍କ ସମ୍ପତ୍ତି ବାଜ୍ୟାପ୍ତି ନେଇ ଚାଲିଛି ପ୍ରୟାସ । ସେପଟେ ନିଶା ମାଫିଆଙ୍କ ପାଇଁ ଗଳା ବାଟ ପାଲଟିଛି ଭୁବନେଶ୍ୱର ବିମାନବନ୍ଦର । ନିକଟରେ ବିମାନବନ୍ଦରରୁ ବହୁ ପରିମାଣର ମାରିଯୁଆନା ଜବତ ହୋଇଥଲା । ଏକ ବଡ ରାକେଟ ଚାଲିଛି ନିଶା ସିଣ୍ଡିକେଟର ।

ସମ୍ବନ୍ଧିତ ଖବର ଆମ ବସ ଚଳାଇବେ ମହିଳା ଡ୍ରାଇଭର

Tags: