ଆଇନ ଶୃଙ୍ଖଳା ବିଗିଡ଼ିବାରେ ଓଡିଶା ନମ୍ବର ୱାନ- ଅରୁଣ ସାହୁ

ଆଇନ ଶୃଙ୍ଖଳା ବିଗିଡ଼ିବାରେ ଓଡିଶା ନମ୍ବର ୱାନ- ଅରୁଣ ସାହୁ
Samaya Live News Picture
Published On

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ ବିପର୍ଯ୍ୟସ୍ତ ହେଉଛି ଆଇନଶୃଙ୍ଖଳା ପରିସ୍ଥିତି । ପୋଲିସର ଅପାରଗ ପଣିଆରୁ ଆଇନ୍କୁ ହାତକୁ ନେବାକୁ ପଛାଉ ନାହାନ୍ତି ଲୋକେ । କେଉଁଠି ପୋଲିସ ସବୁ ଜାଣି ଶୁଣି ଚୁପ ବସି ରହୁଛି ତ କେଉଁଠି ପୁଣି ପୋଲିସ ସାମ୍ନାରେ ଲୋକେ ଘଟାଉଛନ୍ତି ନାରକୀୟ କାଣ୍ଡ ।ଗୋଟିଏ ସପ୍ତାହ ଭିତରେ ପ୍ରଥମେ ହିଞ୍ଜିଳିରେ ଗର୍ଭବତୀଙ୍କୁ ନିର୍ମମ ହତ୍ୟା ପରେ ଢେଙ୍କାନାଳ ଦୁଷ୍କର୍ମ, କଣାସ ବଜାରରେ ଲୋମହର୍ଷଣକାରୀ ଘଟଣା ମନରୁ ନଯାଉଣୁ ଗତକାଲି ପୁଣି ଥରେ ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାରେ କଣାସ ଘଟଣାର ପୁନରାବୃତି ହୋଇଛି । ଅସଦାଚରଣ ଅଭିଯୋଗରେ ସ୍ପଷ୍ଟ ଦିବାଲୋକରେ ଜଣକୁ ଅମାନୁଷିକ ଭାବରେ ପିଟି ପିଟି ମାରିଦେଇଛନ୍ତି ଲୋକେ । ଖୋଦ ପୋଲିସ ଉପସ୍ଥିତିରେ ଘଟିଛି ଏହି ନିର୍ମମ ହତ୍ୟାକାଣ୍ଡ । ରାଜ୍ୟବାସୀଙ୍କ ମନରେ ଆଇନ ଶୃଙ୍ଖଳା ଏବେ ପ୍ରଶ୍ନବାଚୀ ହୋଇ ଉଠିଛି । ଏହି ଘଟଣାକୁ ନେଇ ରାଜନୀତି ଜୋର ଧରିଥିବାବେଳେ ବିଜେଡି ନେତା ଅରୁଣ ସାହୁ ଦେଇଛନ୍ତି ବିସ୍ଫୋରକ ବୟାନ । ସେ ସରକାରଙ୍କୁ କଡା ଟାର୍ଗେଟ କରି କହିଛନ୍ତି ,ନିର୍ବାଚନ ବେଳେ ବିଜେପି ନେତା କହିଲେ ଓଡ଼ିଶା ଏକ ନମ୍ବର ହେବ । ବର୍ତ୍ତମାନ ଓଡ଼ିଶା ଅପରାଧ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ିବାରେ ନମ୍ବର ୱାନ ହୋଇଛି । ହତ୍ୟା, ରେପ, କିଡନାପରେ ଓଡିଶା ୧ନମ୍ବର ହୋଇଛି । ଆମ ଶାନ୍ତଶିଷ୍ଟ ରାଜ୍ୟ ଓଡିଶା ଆଉ ଓଡିଶା ହୋଇ ରହି ନାହିଁ । ଏହା ୟୁପି ବିହାର ହେଇଗଲା ।  ସ୍ପଷ୍ଟ ଦିବାଲୋକରେ ପୋଲିସ ଉପସ୍ଥିତିରେ ବି ଲୋକେ ହତ୍ୟା କରିବାକୁ ପଛାଉ ନାହାନ୍ତି । ରାଜ୍ୟକୁ କେବଳ ଜଗନ୍ନାଥ ଭରସା,ନିର୍ବାଚନ ଜିତି ଖୁସି ମନାଉଛନ୍ତି ସରକାର । 

ସେ ଆହୁରି ମଧ୍ୟ କହିଛନ୍ତି ,ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ିବା ନେଇ ସରକାର ନା ସମ୍ବେଦନ ଶିଳତା ପ୍ରକାଶ କରୁଛନ୍ତି ନା ଗୁରୁତ୍ୱ ଦେଇ ସମୀକ୍ଷା କରୁଛନ୍ତି । ଅସୁରକ୍ଷିତ ରାଜ୍ୟରେ ସୁରକ୍ଷାକୁ ନେଇ ବଡ଼ ପ୍ରଶ୍ନବାଚୀ । ରାଜ୍ୟ ସରକାର ଇସ୍ତଫା ଦିଅନ୍ତୁ , ସରକାର ଅସହାୟ ସାଧାରଣ ଲୋକ କଣ କରିବେ । ସରକାର ସକ୍ଷମ ହୁଅନ୍ତୁ ନହେଲେ ଇସ୍ତଫା ଦିଅନ୍ତୁ । 

Tags: