ମୋହନ ମାଝୀଙ୍କ ନେତୃତ୍ୱରେ ବିକାଶ ପଥରେ ଆଗେଇ ଚାଲିଛି ଓଡିଶା - ପ୍ରଧାନମନ୍ତ୍ରୀ
ଭୁବନେଶ୍ବର : ଆଜି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ଶୁଭ ଜନ୍ମ ଦିବସ । ନିମନ୍ତ୍ରଣ ରକ୍ଷାକରି ତଥା ରାଜ୍ୟରେ ବିଜେପି ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ମୟୂରଭଞ୍ଜରେ ଆସି ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତିଙ୍କ ଶାଶୂଘର ଗାଁ ପାହାଡ଼ପୁର ବୁଲିବା ସହ ଆଦିବାସୀଙ୍କ ଧର୍ମସ୍ଥଳୀ 'ଜାହୀରା' ଏବଂ 'ଗୋଶାଣୀ' ପୀଠରେ ପୂଜାର୍ଚ୍ଚନା କରିଥିଲେ ।
ରାଜ୍ୟସରକାରଙ୍କ ୨ବର୍ଷ ପୂର୍ତ୍ତି ଅବସରରେ ରାଇରାଙ୍ଗ ପୁର ଦାଣ୍ଡବୋସ ଠାରେ ଆୟୋଜିତ ଏକ ବିଶାଳ ସମାବେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାବାସୀଙ୍କୁ ସମ୍ବୋଧିତ କରିଥିଲେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ବିକାଶ ପଥରେ ରାଜ୍ୟ ଆଗେଇ ଚାଲିଛି ବୋଲି କହିଥିଲେ । ରାଜ୍ୟରେ ପ୍ରଗତିର ଚକ ଦ୍ରୁତଗତିରେ ଆଗକୁ ବଢୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବିଗତ ଦୁଇ ବର୍ଷ ମଧ୍ୟରେ ଓଡ଼ିଶାର ମହାପୁରୁଷମାନଙ୍କ ସ୍ୱପ୍ନ ପୂରଣ କରିବା ପାଇଁ ରାଜ୍ୟ ସରକାର ପ୍ରଶଂସନୀୟ ଉଦ୍ୟମ କରିଥିବା ସେ ପ୍ରକାଶ କରିଛନ୍ତି । ଡବଲ ଇଞ୍ଜିନ ସରକାର ଲୋକଙ୍କ ପାଖରେ ପହଞ୍ଚି ପାରିଛି । ସୁଭଦ୍ରା ଯୋଜନା, ଆୟୁଷ୍ମାନ ଭାରତ ରାଜ୍ୟରେ ଲାଗୁ ହୋଇଛି । ସ୍ବଚ୍ଛ ଭାରତ ଅଭିଯାନରେ ଓଡ଼ିଶା ପ୍ରଶଂସନୀୟ କାର୍ଯ୍ୟ କରୁଛି ଏଥିପାଇଁ ମୁଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବାକୁ ଚାହୁଁଛି ବୋଲି ମୋଦୀ କହିଛନ୍ତି ।




