ଓଡ଼ିଶା ହାଇକୋର୍ଟରେ ୪ ନୂଆ ବିଚାରପତିଙ୍କ ନିଯୁକ୍ତି
କଟକ: ସେପ୍ଟେମ୍ବର ୩୦: ଓଡ଼ିଶା ହାଇକୋର୍ଟର ୪ ନୂଆ ବିଚାରପତିଙ୍କ ନିଯୁକ୍ତି ମିଳିଛି । ଦୁଇ ଜଣ ଆଇନଜୀବୀ ଏବଂ ଦୁଇ ଜଣ ଜୁଡିସିଆଲ୍ ଅଫିସରଙ୍କୁ ହାଇକୋର୍ଟରେ ନିଯୁକ୍ତି ମିଳିଛି । ନୂତନ ବିଚାରପତିମାନେ ହେଲେ- ଆଇନଜୀବୀ ଆଦିତ୍ୟ କୁମାର ମହାପାତ୍ର, ଆଇନଜୀବୀ ମୃଗାଙ୍କ ଶେଖର ସାହୁ , ବିଚାରପତି ରାଧାକୃଷ୍ଣ ପଟ୍ଟନାୟକ ଏବଂ ବିଚାରପତି ଶଶିକାନ୍ତ ମିଶ୍ର । ଏହି ୪ ଜଣ ବିଚାରପତିଙ୍କ ନିଯୁକ୍ତିକୁ ସୁପ୍ରିମକୋର୍ଟ କଲେଜିୟମ୍ ପକ୍ଷରୁ ମଞ୍ଜୁରୀ ମିଳିଛି ।