ପରୀକ୍ଷା ସକାଶେ ଜିରୋ କପି ଜୋନ୍‌ ପାଇଁ ଗଢ଼ା ହେଲା ସତ୍ୱନ୍ତ୍ର ସ୍କ୍ୱାର୍ଡ

ଭୁବନେଶ୍ୱର: ଆଗକୁ ଉଭୟ ଦଶମ ଏବଂ ଯୁକ୍ତ ୨ ଛାତ୍ରଛାତ୍ରୀଙ୍କ ଅଫ୍‌ଲାଇନ୍‌ ପରୀକ୍ଷା ହେବ । ସେଥିପାଇଁ ରାଜ୍ୟ ଶିକ୍ଷା ବିଭାଗ ପରୀକ୍ଷାକୁ କଡ଼ାକଡ଼ି କରିବା ପାଇଁ ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରିଛନ୍ତି । * ଉଭୟ ମାଟ୍ରିକ ଏବଂ ଦ୍ୱାଦଶ ପରୀକ୍ଷା ଲାଗି ଦୁଇଟି ଭିନ୍ନ ସ୍କ୍ୱାର୍ଡ ଗଠନ କରାଯାଇଛି । ଏହି ସ୍କ୍ୱାର୍ଡ ପରୀକ୍ଷା ପୂର୍ବରୁ ସବୁ ପରୀକ୍ଷାକେନ୍ଦ୍ରକୁ ଯାଞ୍ଚ କରାଯିବା ସହିତ ସବୁ ଶ୍ରେଣୀ ଏବଂ ପ୍ରଶ୍ନପତ୍ର ରଖାଯାଉଥିବା କକ୍ଷକୁ ଯାଞ୍ଚ […]

Samaya Live Picture
Published On

ଭୁବନେଶ୍ୱର: ଆଗକୁ ଉଭୟ ଦଶମ ଏବଂ ଯୁକ୍ତ ୨ ଛାତ୍ରଛାତ୍ରୀଙ୍କ ଅଫ୍‌ଲାଇନ୍‌ ପରୀକ୍ଷା ହେବ । ସେଥିପାଇଁ ରାଜ୍ୟ ଶିକ୍ଷା ବିଭାଗ ପରୀକ୍ଷାକୁ କଡ଼ାକଡ଼ି କରିବା ପାଇଁ ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରିଛନ୍ତି ।
* ଉଭୟ ମାଟ୍ରିକ ଏବଂ ଦ୍ୱାଦଶ ପରୀକ୍ଷା ଲାଗି ଦୁଇଟି ଭିନ୍ନ ସ୍କ୍ୱାର୍ଡ ଗଠନ କରାଯାଇଛି । ଏହି ସ୍କ୍ୱାର୍ଡ ପରୀକ୍ଷା ପୂର୍ବରୁ ସବୁ ପରୀକ୍ଷାକେନ୍ଦ୍ରକୁ ଯାଞ୍ଚ କରାଯିବା ସହିତ ସବୁ ଶ୍ରେଣୀ ଏବଂ ପ୍ରଶ୍ନପତ୍ର ରଖାଯାଉଥିବା କକ୍ଷକୁ ଯାଞ୍ଚ ମଧ୍ୟ କରିବେ ।

* ଦଶମ ଶ୍ରେଣୀ ଲାଗି ବୋର୍ଡ କାର୍ଯ୍ୟାଳୟର ୪ଜଣ ଅଧିକାରୀଙ୍କ ସମେତ ୧୩ଜଣ ସଦସ୍ୟ ରହିବେ । ସେହିପରି ଦ୍ୱାଦଶ ପରୀକ୍ଷାକେନ୍ଦ୍ର ଯାଞ୍ଚ ଲାଗି ଯାଞ୍ଚ କମିଟିରେ ୨ପରିଷଦର ଅଧିକାରୀଙ୍କ ସମେତ ସରକାରୀ ଜୁନିୟର କଲେଜର ଅଧ୍ୟକ୍ଷମାନେ ରହିଛନ୍ତି ।

* ରାଜ୍ୟର ବିଦ୍ୟାଳୟ ଏବଂ ଜୁନିୟର କଲେଜ ପରୀକ୍ଷାକେନ୍ଦ୍ରଗୁଡ଼ିକରେ ସିସି କ୍ୟାମେରା ଲଗାଇବା ବାଧ୍ୟତାମୂଳକ କରାଯାଇଛି ।

* କରୋନାକୁ ଦୃଷ୍ଟିରେ ରଖି ପରୀକ୍ଷାକେନ୍ଦ୍ରରେ ସ୍ୱଚ୍ଛତା ଅବଲମ୍ବନ କରିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ସ୍କୁଲ ଓ ଗଣଶିକ୍ଷା ବିଭାଗ ଏନେଇ ଏକ ବ୍ଲୁପ୍ରିଣ୍ଟ୍‌ ପ୍ରସ୍ତୁତ କରିଛି ।

* ପରୀକ୍ଷା କେନ୍ଦ୍ରକୁ ଜିରୋ କପି ଜୋନ୍‌ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପଦକ୍ଷେପ ଗ୍ରହଣ କରିଥିବା ବେଳେ ଯେଉଁମାନେ ନିୟମକୁ ଅବମାନନା କରିବାକୁ ଉଦ୍ୟମ କରିବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାଇଦିଆଯାଇଛି ।

* ସରକାରୀ, ଘରୋଇ, ଅନୁଦାନପ୍ରାପ୍ତ, ସରକାରୀ ସ୍ୱିକୃତୀପ୍ରାପ୍ତ ସବୁ ସ୍କୁଲ ଓ କଲେଜ ଲାଗି ଏହି ନିୟମ କଡ଼ାକଡ଼ି କରାଯାଇଛି । ସ୍କୁଲ ଲାଗି ୬ଟି ନିୟମକୁ ଗୁରୁତ୍ୱ ଦିଆଯାଇଥିବା ବେଳେ ୨ ପରୀକ୍ଷା ଲାଗି ଜୁନିୟର କଲେଜରେ ୯ଟି ବିଷୟକୁ ଗୁରୁତ୍ୱ ଦିଆଯାଇଛି । ଭିତ୍ତିଭୂମି, ଉଚ୍ଚ ପାଚେରୀ, ସିସି କ୍ୟାମେରା, ମୁଖ୍ୟ ଫାଟକ ଏବଂ ବିଲïିଂରେ ସୁରକ୍ଷା, ଅଧିକ ଶିକ୍ଷକ, ଶ୍ରେଣୀରେ ଫ୍ୟାନ୍‌, ଲାଇଟ୍‌, ଝରକା କବାଟ ସହ ସବୁ ମୌଳିକ ବ୍ୟବସ୍ଥା ରଖାଯିବ ।