ଶାସକ-ବିରୋଧୀ ଷ୍ଟାର ପ୍ରଚାରକଙ୍କ କାଦୁଅ ଫିଙ୍ଗା ରାଜନୀତି

ଭୁବନେଶ୍ୱର: ଫେବୃଆରୀ ୦୯: ରାଜ୍ୟ ରାଜନୀତି ଜୋର ସୋରରେ ଚାଲୁଥିବାବେଳେ ବିରୋଧୀ-ଶାସକ ନିଜ ନିଜ ଭିତରେ କାଦୁଅ ଫିଙ୍ଗା ରାଜନୀତିର ମଙ୍ଗ ଧରିଥିବା ବିଭିନ୍ନ କାର୍ଯ୍ୟରୁ ଜଣା ପଡୁଛି। ଗୋଟିଏ ପଟେ ମଣ୍ଡିରେ ଉଷୁନା ଚାଉଳ ନଉଠାଇବା ପ୍ରତିବାଦରେ ବିଜେଡିର ବିକ୍ଷୋଭ ଓ ଅନ୍ୟପଟେ ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାରେ ଅଭିଯୁକ୍ତକୁ ଜାଣିଶୁଣି ଖସାଇ ଦେଇଥିବାରୁ ବିକ୍ଷୋଭ କରିଛି ବିଜେପି। ଏ ନେଇ ଦୁହେଁ ଆପୋଷ କାଦୁଅ ଫିଙ୍ଗା ଫିଙ୍ଗି ହେଉଥିବା ଦେଖାଯାଉଛି। ଯେହେତୁ […]

Samaya Live Picture
Published On

ଭୁବନେଶ୍ୱର: ଫେବୃଆରୀ ୦୯: ରାଜ୍ୟ ରାଜନୀତି ଜୋର ସୋରରେ ଚାଲୁଥିବାବେଳେ ବିରୋଧୀ-ଶାସକ ନିଜ ନିଜ ଭିତରେ କାଦୁଅ ଫିଙ୍ଗା ରାଜନୀତିର ମଙ୍ଗ ଧରିଥିବା ବିଭିନ୍ନ କାର୍ଯ୍ୟରୁ ଜଣା ପଡୁଛି। ଗୋଟିଏ ପଟେ ମଣ୍ଡିରେ ଉଷୁନା ଚାଉଳ ନଉଠାଇବା ପ୍ରତିବାଦରେ ବିଜେଡିର ବିକ୍ଷୋଭ ଓ ଅନ୍ୟପଟେ ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାରେ ଅଭିଯୁକ୍ତକୁ ଜାଣିଶୁଣି ଖସାଇ ଦେଇଥିବାରୁ ବିକ୍ଷୋଭ କରିଛି ବିଜେପି। ଏ ନେଇ ଦୁହେଁ ଆପୋଷ କାଦୁଅ ଫିଙ୍ଗା ଫିଙ୍ଗି ହେଉଥିବା ଦେଖାଯାଉଛି। ଯେହେତୁ ପଞ୍ଚାୟତ ନିର୍ବାଚନ ସାମ୍ନାରେ ରହିଛି ପ୍ରାର୍ଥୀମାନେ ଯେତିକି ଉତ୍ସାହିତ ଅଛନ୍ତି ସେମାନଙ୍କ ସମର୍ଥିତ ଦଳୀୟ ନେତାମାନେ ସେତିକି ସକ୍ରିୟ ନଜର ଆସୁଛନ୍ତି। ଏଣୁ ନିର୍ବାଚନ ମଇଦାନରେ ନିଜ ଦଳର ମନୋବଳ ବୃଦ୍ଧି ଓ ଜୟକାର କରିବା ସହ ବିରୋଧୀ ଦଳଗୁଡିକୁ କାଦୁଅ ଫିଙ୍ଗି ସେମାନଙ୍କ ନିର୍ମଳ ଭାବମୂର୍ତ୍ତିରେ ଦାଗ ଲଗାଇବାର ପ୍ରୟାସ ମଧ୍ୟ ଜାରି ରହିଛି।

ଅନ୍ୟପଟେ ବିଜେଡିର ଧାରଣା ଆଳରେ ନିର୍ବାଚନୀ ପ୍ରଚାର ଓ ଆରୋପ ପ୍ରତ୍ୟାରୋପରେ ସାମ୍ନାକୁ ଆସିଛନ୍ତି ବିଜେଡି ବିଧାୟକ ଅରବିନ୍ଦ ଢାଲି, ସାଂସଦ ମୁନା ଖାଁ, ଓଡିଶା ମୋ ପରିବାର ଅଧ୍ୟକ୍ଷ ଅରୂପ ପଟ୍ଟନାୟକ ଆଦି ସାମିଲ ଥିବାବେଳେ ବିଜେପି ରାଲିରେ ସାମ୍ନାକୁ ଆସିଛନ୍ତି ରାଜ୍ୟ ଉପସଭାନେତ୍ରୀ ଅନୀତା ଶୁଭଦର୍ଶୀନି, ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ ଓ ରାଜ୍ୟ ମୁଖପାତ୍ର ଉର୍ମିଳା ମହାପାତ୍ର।