୨ନମ୍ବର ଜିଲ୍ଲା ପରିଷଦ ପଞ୍ଚାୟତ : ଫୁଲ ବାସ୍ନାରେ ଶୁଭୁନି ଶଙ୍ଖନାଦ

ଭୁବନେଶ୍ୱର: ନୀଳଗିରି ଉପଖଣ୍ଡର ଔପଦା ବ୍ଲକ ୨ନମ୍ବର ଜୋନ୍‌ରେ ଜିଲ୍ଲାପରିଷଦ ଭାବେ ଶାସକଦଳ ଓ ବିରୋଧି ଦଳ ମଧ୍ୟରେ କଡ଼ା ମୁକାବିଲା ହେଉଥିବା ଦେଖାଯାଉଛି । ଆଜିର ସ୍ଥିତିରେ ଫୁଲର ବାସ୍ନାରେ ଏବେ ଶଙ୍ଖ ସ୍ୱର ବେସୁରିଆ ହେବାକୁ ଲାଗିଛି । ସୂଚନା ଅନୁସାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଦୁଇ ଇଟା ଭାଟି ମାଲିକଙ୍କ ପତ୍ନୀ ଜିଲ୍ଲା ପରିଷଦରେ ପ୍ରତିଦ୍ୱନ୍ଦିତାରେ ସାମିଲ ହୋଇଛନ୍ତି । ବିଜୁ ଜନତା ଦଳ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜେନା ଲଢ଼ୁଥିବା ବେଳେ ବିଜେପି […]

Samaya Live Picture
Published On

ଭୁବନେଶ୍ୱର: ନୀଳଗିରି ଉପଖଣ୍ଡର ଔପଦା ବ୍ଲକ ୨ନମ୍ବର ଜୋନ୍‌ରେ ଜିଲ୍ଲାପରିଷଦ ଭାବେ ଶାସକଦଳ ଓ ବିରୋଧି ଦଳ ମଧ୍ୟରେ କଡ଼ା ମୁକାବିଲା ହେଉଥିବା ଦେଖାଯାଉଛି । ଆଜିର ସ୍ଥିତିରେ ଫୁଲର ବାସ୍ନାରେ ଏବେ ଶଙ୍ଖ ସ୍ୱର ବେସୁରିଆ ହେବାକୁ ଲାଗିଛି । ସୂଚନା ଅନୁସାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଦୁଇ ଇଟା ଭାଟି ମାଲିକଙ୍କ ପତ୍ନୀ ଜିଲ୍ଲା ପରିଷଦରେ ପ୍ରତିଦ୍ୱନ୍ଦିତାରେ ସାମିଲ ହୋଇଛନ୍ତି । ବିଜୁ ଜନତା ଦଳ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜେନା ଲଢ଼ୁଥିବା ବେଳେ ବିଜେପି ପକ୍ଷରୁ ଉଷାରାଣୀ ରାଉଳ ପ୍ରତିଦ୍ୱନ୍ଦିତା କରୁଛନ୍ତି ।

ଗତ ପଞ୍ଚାୟତ ନିର୍ବାଚନରେ ଶ୍ରଦ୍ଧାଞ୍ଜଜଳି ଜେନାଙ୍କ ସ୍ୱାମୀ ଶୁଭେନ୍ଦୁ ଶେଖର ଜେନା ବିଜେଡି ଜିଲ୍ଲା ପରିଷଦ ଭାବେ ନିର୍ବାଚିତ ହୋଇଥିଲେ । ବିଗତ ୫ବର୍ଷ ମଧ୍ୟରେ ଉକ୍ତ ଜୋନରେ ସେପରି କୌଣସି ଆଖିଦୃଶିଆ କାର୍ଯ୍ୟ କରି ନ ଥିବା ବେଳେ ଅଞ୍ଚଳବାସୀଙ୍କ ଠାରୁ ଶୁଣିବାକୁ ମିଳୁଛି । ଗତ ୫ବର୍ଷ ମଧ୍ୟରେ ଜେନା ଜିତିଲା ପରେ ଜୋନ୍‌ ବାସୀଙ୍କର ସୁଖଦୁଃଖରେ ନ ଥିବା ବେଳେ ଚଳିତ ନିର୍ବାଚନରେ ତାଙ୍କର ସ୍ତ୍ରୀ ଜିଲ୍ଲାପରିଷଦ ପ୍ରାର୍ଥା ଭାବେ ନିର୍ବାଚନ ରଣାଙ୍ଗନରେ ଛିଡ଼ା ହୋଇଥିବା ବେଳେ ଭୋଟରଙ୍କୁ କିଭଳି ଆକୃଷ୍ଟ କରିବେ ତାହା ଆଗାମୀ ସମୟ କହିବ । ତେବେ ନବୀନବାବୁଙ୍କର ଲୋକାଭିମୁଖୀ କାର୍ଯ୍ୟକୁ ପାଥେୟ କରି ଶ୍ରଦ୍ଧାଞ୍ଜଳି ଜେନା ନିର୍ବାଚନୀ ବୈତରଣୀ ପାରିହେବାକୁ ଆପ୍ରାଣ ଚେଷ୍ଟା କରୁଛନ୍ତି ।

ଅନ୍ୟପଟେ ବିରୋଧୀ ବିଜେପି ଦଳର ଜିଲ୍ଲାପରିଷଦ ପ୍ରାର୍ଥୀନୀ ଉଷାରାଣୀ ରାଉଳ ଗତ ୫ବର୍ଷ ଧରି ଶ୍ୟାମସୁନ୍ଦରପୁର ପଞ୍ଚାୟତରେ ସରପଞ୍ଚ ଭାବେ ବିଜୟ ହୋଇ ପଞ୍ଚାୟତବାସୀଙ୍କ ସୁଖଦୁଃଖର ସାଥୀ ହୋଇ ବହୁ ଉନ୍ନୟନ ମୂଳକ କାର୍ଯ୍ୟ କରିଥିଲେ । ଚଳିତ ନିର୍ବାଚନରେ ପଦ୍ମଫୁଲ ଚିହ୍ନରୁ ଲଢ଼ୁଥିବା ବେଳେ ନିଜର ମିଷ୍ଟଭାଷୀ , ସୌହାର୍ଦ୍ଦ୍ୟପୂର୍ଣ୍ଣ ବ୍ୟବହାର, ପରୋପକାରୀ ମନୋଭାବ ଭୋଟରଙ୍କୁ ମନ ଜିଣିପାରିଛି । ତେବେ ଆଜିର ଦିନରେ ଫୁଲର ପାଲା ଭାରି ରହିଥିଲା ବେଳେ ଶଙ୍ଖର ସ୍ୱର ବେସୁରା ହେବାକୁ ଲାଗିଛି ବୋଲି ଶୁଣିବାକୁ ମିଳୁଛି ।