ଓଡ଼ିଶା ସିଭିଲ୍ ସର୍ଭିସେସ୍ -୨୦୨୪ ପରୀକ୍ଷା ଫଳ ପ୍ରକାଶ , ବୁବୁନ ସାହୁ ଟପ୍ପର

 ଓଡ଼ିଶା ସିଭିଲ୍ ସର୍ଭିସେସ୍ -୨୦୨୪ ପରୀକ୍ଷା ଫଳ ପ୍ରକାଶ , ବୁବୁନ ସାହୁ ଟପ୍ପର
Samaya Live News Picture
Published On

ଭୁବନେଶ୍ୱର: ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ୍ (OPSC) -୨୦୨୪ ପରୀକ୍ଷା ଫଳ । ଟପ୍ପର୍ ହୋଇଛନ୍ତି ବୁବୁନ ସାହୁ । ସେ କେନ୍ଦୁଝରର ଜଣେ ଚାଷୀ ପରିବାର ଆସିଛନ୍ତି। ରେଭେନ୍ସାରେ ଗ୍ରାଜୁଏସନ ପରେ ଆଇଆଇଟି ଧାନବାଦରେ ପାଠ ପଢି ONGC ଚାକିରି କରୁଥିଲେ । ୨୦୨୩ରେ ପ୍ରଥମେ OPSC ପରୀକ୍ଷା ଦେଇ ୪୦ ନମ୍ବର ରାଙ୍କରେ ଆସିଥିଲେ । ଏହାପରେ ଭୁବନେଶ୍ବର ବିଜୁପଟ୍ଟନାୟକ ପୋଲିସ ଏକାଡେମୀରେ ଟ୍ରେନିଂ ନେଉଥିଲେ। ପୁଣି ୨୦୨୪ରେ OPSC ପରୀକ୍ଷା ଦେଇ ଆଜି ଟପ୍ପର ହୋଇଛନ୍ତି । କେଉଁଝର ଜିଲ୍ଲା ଆନନ୍ଦପୁର ବ୍ଲକ ହରିଡାପାଳ ପଞ୍ଚାୟତ ଟୋଲଙ୍କପଡା ଗାଁର ଭଗବାନ ସାହୁଙ୍କ ପୁଅ ବୁବୁନ ସାହୁ । ତାଙ୍କ ବାପା ଚାଷ କାମ କରନ୍ତି । ବୁବୁନଙ୍କ ପାଇଁ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି ।

ସେହିପରି ୨ୟ ସ୍ଥାନରେ ଅଛନ୍ତି ଦ୍ବିତୀୟ ସ୍ଥାନରେ ରହିଛନ୍ତି ଶୋଭନା ମହାନ୍ତି ଏବଂ ତୃତୀୟରେ ଜିତମିତ୍ର ସାହୁ । ଚତୁର୍ଥରେ କନକ ଜୈନ, ୫ମରେ ସଂଗ୍ରାମ ପ୍ରଧାନ, ଷଷ୍ଠ ଅମନ ଗୋଏଲ, ସପ୍ତମରେ ଶାନ୍ତନୁ କୁମାର ଶତପଥୀ, ଅଷ୍ଟମରେ ନିତେଶ କୁମାର ବାରିକ, ନବମରେ ଶିତଲ ପାତ୍ର ଏବଂ ଦଶମରେ ଇତିଶ୍ରୀ ଜେନା ଅଛନ୍ତି ।

ଚଳିତ ବର୍ଷ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୨ ଶହ କୃତକାର୍ଯ୍ୟ ହୋଇଛନ୍ତି । ୨ ଶହ ମଧ୍ୟରୁ ୭୮ ଜଣ ମହିଳା କୃତକାର୍ଯ୍ୟ ହୋଇଛନ୍ତି । ଜାନୁଆରୀ ୩୧ ରୁ ଫେବୃଆରୀ ୧୦ ମଧ୍ୟରେ ଅନୁଷ୍ଠିତ ହୋଇଥିବା ମୁଖ୍ୟ ଲିଖିତ ପରୀକ୍ଷା (Main Exam) ଏବଂ ମେ ୧୪ ରୁ ମେ ୨୦ ମଧ୍ୟରେ ହୋଇଥିବା ବ୍ୟକ୍ତିତ୍ୱ ପରୀକ୍ଷା ଆଧାରରେ ଏହି ଯୋଗ୍ୟତା ତାଲିକା ପ୍ରସ୍ତୁତ କରାଯାଇଛି। 

ଚଳିତ ବର୍ଷ ସମସ୍ତ ୨୦୦ଟି ଯାକ ପଦବୀ ପୂରଣ ହୋଇଛି। UR, SEBC, SC ଏବଂ ST ବର୍ଗରେ କୌଣସି ବି ସିଟ୍ ଖାଲି ପଡ଼ିନାହିଁ। ଏଥରର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି, ସଂରକ୍ଷିତ ସୀମାକୁ ପଛରେ ପକାଇ ୭୮ ଜଣ ମହିଳା ପ୍ରାର୍ଥୀ ଏହି ସଫଳତା ସୂଚୀରେ ସ୍ଥାନ ପାଇଛନ୍ତି । OPSC ପକ୍ଷରୁ ପ୍ରାର୍ଥୀଙ୍କ ପାଇଁ ଜରୁରୀ ସୂଚନା ଦିଆଯାଇଛି । ତେବେ ବର୍ତ୍ତମାନର ଏହି ଚୟନ ସମ୍ପୂର୍ଣ୍ଣ ଭାବେ ଅସ୍ଥାୟୀ ବା ପ୍ରୋଭିଜନାଲ୍ ଅଟେ। ସାର୍ଟିଫିକେଟ୍ ଯାଞ୍ଚ, ଯୋଗ୍ୟତା ମାପଦଣ୍ଡ ଏବଂ ମେଡିକାଲ୍ ଫିଟନେସ୍ ପରେ ହିଁ ଚୂଡ଼ାନ୍ତ ନିଯୁକ୍ତି ମିଳିବ। 

Tags: