କିଡନୀ ପ୍ରତିରୋପଣ ରୋଗୀଙ୍କୁ ମେଡିସିନ୍ ଯୋଗାଣର ସମୀକ୍ଷା ବୈଠକ କଲେ ମୁଖ୍ୟ ସଚିବ
ଭୁବନେଶ୍ୱର: କିଡ୍ନୀ ପ୍ରତିରୋପଣ ରୋଗୀଙ୍କୁ ଔଷଧ ଯୋଗାଣର ସମୀକ୍ଷା କରିଛନ୍ତି ମୁଖ୍ୟ ସଚିବ ସୁରେଶ ମହାପାତ୍ର । ଭୁବନେଶ୍ୱରରେ ଲୋକସେବା ଭବନରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରାଯାଇଛି । ନିରାମୟ ମାଧ୍ୟମରେ ଓଡ଼ିଶା ରାଜ୍ୟ ମେଡିକାଲ କର୍ପୋରେସନ ଲିମିଟେଡ ପ୍ରଦାନ କରାଯାଉଥିବା ଔଷଧ ଅତ୍ୟନ୍ତ ଫଳପ୍ରଦ ବୋଲି ବୈଠକରେ ମତ ପ୍ରକାଶ ପାଇଛି । ଯୋଗାଇ ଦିଆଯାଇଥିବା ଔଷଦର ବ୍ୟବହାର ଦ୍ୱାରା କୌଣସି ପାଶ୍ୱର୍ ପ୍ରତିକ୍ରିୟା ନଥିବା ରୋଗୀ କିମ୍ବା ଏକ୍ସପର୍ଟ କମିଟି ଦ୍ୱାରା କୁହାଯାଇଛିଳ […]
ଭୁବନେଶ୍ୱର: କିଡ୍ନୀ ପ୍ରତିରୋପଣ ରୋଗୀଙ୍କୁ ଔଷଧ ଯୋଗାଣର ସମୀକ୍ଷା କରିଛନ୍ତି ମୁଖ୍ୟ ସଚିବ ସୁରେଶ ମହାପାତ୍ର । ଭୁବନେଶ୍ୱରରେ ଲୋକସେବା ଭବନରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରାଯାଇଛି । ନିରାମୟ ମାଧ୍ୟମରେ ଓଡ଼ିଶା ରାଜ୍ୟ ମେଡିକାଲ କର୍ପୋରେସନ ଲିମିଟେଡ ପ୍ରଦାନ କରାଯାଉଥିବା ଔଷଧ ଅତ୍ୟନ୍ତ ଫଳପ୍ରଦ ବୋଲି ବୈଠକରେ ମତ ପ୍ରକାଶ ପାଇଛି । ଯୋଗାଇ ଦିଆଯାଇଥିବା ଔଷଦର ବ୍ୟବହାର ଦ୍ୱାରା କୌଣସି ପାଶ୍ୱର୍ ପ୍ରତିକ୍ରିୟା ନଥିବା ରୋଗୀ କିମ୍ବା ଏକ୍ସପର୍ଟ କମିଟି ଦ୍ୱାରା କୁହାଯାଇଛିଳ । ତେବେ ରୋଗୀଙ୍କ ନିଜ ପସନ୍ଦରେ ଔଷଧ କିଣାଯାଇ ଯୋଗାଇ ଦେବା ସମ୍ଭବ ନୁହେଁ ବୋଲି ବୈଠକରେ କୁହାଯାଉଛି । କିଡ୍ନୀ ରୋଗୀଙ୍କୁ ସର୍ବୋତ୍ତମ ଚିକିତ୍ସା ସେବା ଓ ଔଷଧ ଯୋଗାଇ ପୁଣି ଥରେ ପ୍ରତିଶ୍ରୁତି ଦିଆଯାଇଛି ।
ତେବେ ଉକ୍ତ ଉଚ୍ଚସ୍ତରୀୟ ବୈଠକରେ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ, କିଡ୍ନୀ ରୋଗୀଙ୍କୁ ଯୋଗାଇ ଦିଆଯାଉଥିବା ଔଷଧର ମାନ, ଔଷଧ ସଂଗ୍ରହ ଓ ଯୋଗାଣ ନେଇ ବିସ୍ତୁତ ଭାବେ ସୂଚନା ଦେଇଥିଲେ । କିଡ୍ନୀ ପ୍ରତିରୋପଣ ଓ ଅପରେସନ ପରେ ରୋଗୀଙ୍କୁ ନିରାମୟ କାଉଣ୍ଟର ମାଧ୍ୟମରେ ମାଗଣାରେ ଯୋଗାଇ ଦିଆଯାଉଛି ।




