ଦେଶରେ ବାୟୁ ପ୍ରଦୂଷଣରେ ରେକର୍ଡ ଭାଙ୍ଗିଲା ଓଡ଼ିଶା

ଦେଶରେ ବାୟୁ ପ୍ରଦୂଷଣରେ ରେକର୍ଡ ଭାଙ୍ଗିଲା ଓଡ଼ିଶା
Samaya Live News Picture
Published On

ଭୁବନେଶ୍ୱର : ଦିନକୁ ଦିନ ତୀବ୍ର ହେଉଛି ଓଡିଶା ବାୟୁ ପ୍ରଦୂଷଣ । ୨ ଥର ପାଇଁ ଦେଶରେ ପ୍ରଦୂଷଣରେ ରେକର୍ଡ ଭାଙ୍ଗିଲା ଓଡ଼ିଶା । ଦେଶର ୬ ସହର ମଧ୍ୟରେ ଓଡ଼ିଶାର ୪ ସହର ରହିଛି । ଲଗାତର ଦୁଇ ଦିନ ହେଲା ତାଳଚେର ଓ ଅନୁଗୁଳ ଦେଶର ସବୁଠୁ ପ୍ରଦୂଷିତ ଦୁଇ ସହର ରହିଛି । ଆଜି ସକାଳ ୮ଟା ସୁଦ୍ଧା ୩୦୦ରୁ ଅଧିକ ଏକ୍ୟୁଆଇ ସହ ବାୟୁ ମାନ ଅତି ଖରାପ ସ୍ତରରେ ଥିବା ଦେଶର ୫ ସହର ମଧ୍ୟରେ ରହିଛନ୍ତି ଓଡ଼ିଶାର ୪ ସହର । 

ଆଜି ମଧ୍ୟ ୩୫୫ ଏକ୍ୟୁଆଇ ସହ ତାଳଚେର ଦେଶର ସବୁଠୁ ପ୍ରଦୂଷିତ ସହର ହୋଇଥିବା ବେଳେ ୩୨୮ ଏକ୍ୟୁଆଇ ସହ ଅନୁଗୁଳ ଦ୍ୱିତୀୟ, ୩୨୨ ଏକ୍ୟୁଆଇ ସହ ବାରିପଦା ଦେଶର ତୃତୀୟ ପ୍ରଦୂଷିତ ସହର ରହିଛି । ସେହିପରି ଭୁବନେଶ୍ଵରର ଏକ୍ୟୁଆଇ ରହିଛି ୩୦୩ । 

ଗତକାଲି ରାଜଧାନୀ ଦିଲ୍ଲୀରେ ବାୟୁର ମାନ ୨୩୬ ଥିଲା ବେଳେ ଆଜି ସକାଳ ୮ଟାରେ ୨୩୫ ରହିଛି । ସେହିପରି ଗତକାଲି ଦେଶର ୯ ପ୍ରଦୂଷିତ ସହର ମଧ୍ୟରେ ଥିଲା ଓଡ଼ିଶାର ୭ ସହର। 

Tags: