ରାଜ୍ୟରେ ୧୦ଟି ନୂଆ ଶିଳ୍ପ ପ୍ରକଳ୍ପକୁ ସିଙ୍ଗଲ୍‌ ୱିଣ୍ଡୋ ମଞ୍ଜୁରୀ

ଭୁବନେଶ୍ୱର: ଗତକାଲି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା କମିଟି ବୈଠକରେ ରାଜ୍ୟରେ ୧୯ଶହ ୨୩ କୋଟି ଟଙ୍କାର ୧୦ଟି ନୂଆ ଶିଳ୍ପ ପ୍ରକଳ୍ପକୁ ସିଙ୍ଗଲ୍‌ ୱିଣ୍ଡୋ ମଞ୍ଜୁରୀ ହୋଇଛି । ଏହାଦ୍ୱାରା ରାଜ୍ୟରୁ ଆସିବ ୧,୯୨୩ କୋଟି ଟଙ୍କାର ନିବେଶ । ୫,୧୭୦ଜଣଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ମିଳିବ । ସମୟାନୁବନ୍ଧିତ କ୍ଷେତ୍ରାୟନ ଓ ଉପଯୁକ୍ତ ବର୍ଜ୍ୟବସ୍ତୁ ପରିଚାଳନା ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ମଞ୍ଜୁରୀ ପାଇଥିବା […]

Samaya Live Picture
Published On

ଭୁବନେଶ୍ୱର: ଗତକାଲି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା କମିଟି ବୈଠକରେ ରାଜ୍ୟରେ ୧୯ଶହ ୨୩ କୋଟି ଟଙ୍କାର ୧୦ଟି ନୂଆ ଶିଳ୍ପ ପ୍ରକଳ୍ପକୁ ସିଙ୍ଗଲ୍‌ ୱିଣ୍ଡୋ ମଞ୍ଜୁରୀ ହୋଇଛି । ଏହାଦ୍ୱାରା ରାଜ୍ୟରୁ ଆସିବ ୧,୯୨୩ କୋଟି ଟଙ୍କାର ନିବେଶ । ୫,୧୭୦ଜଣଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ମିଳିବ । ସମୟାନୁବନ୍ଧିତ କ୍ଷେତ୍ରାୟନ ଓ ଉପଯୁକ୍ତ ବର୍ଜ୍ୟବସ୍ତୁ ପରିଚାଳନା ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ମଞ୍ଜୁରୀ ପାଇଥିବା ପ୍ରକଳ୍ପଗୁଡ଼ିକ ଶକ୍ତି, ଅକ୍ଷୟ ଶକ୍ତି, ରସାୟନ, ଆଇଟି ଓ ଇଏସଡିଏମ୍‌, ଖାଦ୍ୟ ପ୍ରକ୍ରିୟାକରଣ, ତୈଳ ଓ ଗ୍ୟାସ୍‌, ପର୍ଯ୍ୟଟନ ଓ ଭିତ୍ତିଭୂମି ଆଦି କ୍ଷେତ୍ର ସହ ଜଡ଼ିତ ରହିଛି ।

ଅନ୍ୟପକ୍ଷରେ, ବାଲେଶ୍ୱରର ସୋମନାଥପୁର ଶିଳ୍ପାଞ୍ଚଳରେ ୧୫୦କୋଟି ଟଙ୍କାରେ ଆଇଏଫବି ଇଣ୍ଡଷ୍ଟ୍ରିଜ ଦ୍ୱାରା ଆକ ୍ୱାଫିଡ୍‌ ମାନୁଫାକଚରିଂ କରାଯିବ । ଏଥିରେ ୨୭୪ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ପୁରୀ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ଅଏଲ ଇଣ୍ଡିଆ ୧୦୮ କୋଟି ଟଙ୍କା ବ୍ୟୟରେ ତୈଳ ଓ ଗ୍ୟାସ ଅନୁସନ୍ଧାନ ୟୁନିଟ୍‌ ଖୋଲିବ । ସେଥିରେ ୧୧୫ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ । କେନ୍ଦୁଝରର ସୈନକୁଲ ଶିଳ୍ପାଞ୍ଚଳରେ ଅଫସୋର ଇନଫ୍ରାଷ୍ଟକ୍‌ଚର ୫୪କୋଟି ଟଙ୍କା ବ୍ୟୟରେ ପାଇପିଂ ସ୍ପୁଲ ଓ ଶିଳ୍ପ ଭିତ୍ତିଭୂମି ନିର୍ମାଣ କରିବ । ଏଥିରେ ୧୪୦ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ଖୋର୍ଦ୍ଧାରେ ମେହାନ ଇଣ୍ଡଷ୍ଟ୍ରିଜ୍‌ ୫୦କୋଟି ଟଙ୍କା ବ୍ୟୟରେ ଇପିଏଫ ଫୋମ, ବ୍ରାଣ୍ଡେଡ୍‌ ଫୋମ୍‌ ଓ ମେମୋରି ଫୋମ୍‌ ଉତ୍ପାଦ କାରଖାନା ନିର୍ମାଣ କରିବ ଓ ଏଥିରେ ୫୦୬ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ ।

ସେହିପରି ପୁରୀର ନୂଆ ମେରାଇନ୍‌ ଡ୍ରାଇଭ ରୋଡରେ ୧୭୦କୋଟି ଟଙ୍କା ବ୍ୟୟରେ ଏମଏମ୍‌ ରିସୋର୍ଟସ ପକ୍ଷରୁ ଫାଇଭଷ୍ଟାର ହୋଟେଲ ନିର୍ମାଣ ହେବ । ଏଥିରେ ୧୮୦ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ଖୋର୍ଦ୍ଧାରେ ଏସଜିପି ଇଣ୍ଡିଆ ଦ୍ୱାରା ୯୦କୋଟି ଟଙ୍କା ବ୍ୟୟରେ ଲଜିଷ୍ଟିକ୍‌ ପାର୍କ ଓ ଆସେମ୍ବିଲିଂ ରିସାଇକ୍ଲିଂ ୟୁନିଟ୍‌ ନିର୍ମାଣ କରାଯିବ ଓ ଏଥିରେ ୨୦୦ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ । ସେହିପରି ଖୋର୍ଦ୍ଧାରେ ଜୟବାଲାଜୀ ଆଗ୍ରୋ ପ୍ରଡକ୍‌ଟସ ପକ୍ଷରୁ ୫୪କୋଟି ଟଙ୍କା ବ୍ୟୟରେ ଓୟାରହାଉସିଂ ତଥା ଲଜିଷ୍ଟିକ ପାର୍କ ନିର୍ମାଣ କରାଯିବ ଓ ଏଥିରେ ୨୫୮ଜଣଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ମିଳିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।