ଭିଜିଲାନ୍ସ ଜାଲରେ ଓଡିଶା ପ୍ରଶାସନିକ ଅଧିକାରୀ

ଭିଜିଲାନ୍ସ ଜାଲରେ ଓଡିଶା ପ୍ରଶାସନିକ ଅଧିକାରୀ

କଟକ : ଭିଜିଲାନ୍ସ ଜାଲରେ ବରିଷ୍ଠ ପ୍ରଶାସନିକ ଅଧିକାରୀ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ କଣ୍ଟାପଡା ତହସିଲଦାର ପ୍ରସନ୍ନ ସାମନ୍ତରାୟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଏକକାଳୀନ ୭ଟି ସ୍ଥାନରେ ଚଢାଉ କରୁଛି ଭିଜିଲାନ୍ସ ଟିମ୍ । ପ୍ରସନ୍ନ ସାମନ୍ତରାୟଙ୍କ ପୈତୃକ ଘର ପୁରୀ ଜିଲ୍ଲା ଗଡ଼ିଶାଗଦା ଦୁଛିଆ ସମେତ କଟକ, ଭୁବନେଶ୍ୱର, ଓ କେନ୍ଦ୍ରାପଡାର ୭ଟି ସ୍ଥାନରେ ଚଢ଼ାଉ ଜାରି ରହିଛି  । ସେହିପରି ପ୍ରସନ୍ନଙ୍କର ଭୁବନେଶ୍ବର ସହିଦନଗରରେ ରହିଛି ୩ମହଲା ବିଲ୍ଡିଂ । ଏହାସହ ଏକ ନିର୍ମାଣଧୀନ ୩ ମହଲା କୋଠା ରହିଛି । ସେପଟେ ଭୁବନେଶ୍ବର ଲକ୍ଷ୍ମୀସାଗର ଓ କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇରେ ଥିବା ସମ୍ପର୍କୀୟଙ୍କ ଘର, କଣ୍ଟାପଡାରେ ଥିବା ସରକାରୀ କ୍ବାର୍ଟର୍ସ ଓ କାର୍ଯ୍ୟାଳୟରେ ଯାଞ୍ଚ କରୁଛି ଟିମ୍ । ଚଢ଼ାଉରେ ଭିଜିଲାନ୍ସର ଦୁଇ ଜଣ ଅତିରିକ୍ତ ଏସପି, ୮ ଜଣ ଡ଼ିଏସପି, ୧୧ ଜଣ ଇନିସ୍ପେକ୍ଟର, ୫ ଏଏସଆଇ ଓ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି । ବର୍ତ୍ତମାନ ସୁଦ୍ଧା ସମ୍ପୂର୍ଣ୍ଣ ତଥ୍ୟ ଜଣାପଡିନାହିଁ ।

ସମ୍ବନ୍ଧିତ ଖବର ନାମାଙ୍କନ ଦାଖଲ କଲେ ମନମୋହନ ସାମଲ ଓ ସୁଜିତ କୁମାର

Tags: