ବଲିଉଡ ଇଣ୍ଡଷ୍ଟ୍ରିରେ ରାଜ କରୁଛନ୍ତି ଓଡ଼ିଆ ପୁଅ ରାଜ କିଶୋର

ବଲିଉଡ ଇଣ୍ଡଷ୍ଟ୍ରିରେ ରାଜ କରୁଛନ୍ତି ଓଡ଼ିଆ ପୁଅ ରାଜ କିଶୋର
Samaya Live News Picture
Published On

ଭୁବନେଶ୍ୱର : ସୋନପୁରରୁ ବଲିଉଡ ଇଣ୍ଡଷ୍ଟ୍ରି । ଏକ ଲମ୍ବା ଯାତ୍ରା କରି ସଫଳତାର ଶୀର୍ଷରେ ପହଞ୍ଚିଛନ୍ତି ଓଡ଼ିଆ ପୁଅ ରାଜକିଶୋର ହୋତା । ଦୀର୍ଘ ୧୮ବର୍ଷ ଧରି ବଲିଉଡ ଇଣ୍ଡଷ୍ଟ୍ରି ସହ ଜଡିତ ଅଛନ୍ତି ରାଜକିଶୋର । ଜଣେ ସଫଳ ସହ-ନିର୍ଦ୍ଦେଶକ (Assistant Director) ଭାବେ କାମ କରି ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି‌ ରାଜ କିଶୋର । 

ସୁବର୍ଣ୍ଣପୁରର ଏକ ସାଧାରଣ ପରିବାରରୁ ଆସିଥିବା ରାଜ କିଶୋର ନିଜର ଏମବିଏ (MBA) ପାଠପଢ଼ା ଅଧାରୁ ଛାଡ଼ି ମାୟାନଗରୀ ମୁମ୍ବାଇରେ ନିଜ ସ୍ୱପ୍ନକୁ ସାକାର କରିବା ପାଇଁ ଦୀର୍ଘ ବର୍ଷ ଧରି କଠିନ ପରିଶ୍ରମ କରିଛନ୍ତି ।

ରାଜକିଶୋର ବଲିଉଡର ବ୍ଲକବଷ୍ଟର କମେଡି ଫିଲ୍ମ 'ଭୁଲ ଭୁଲେୟା ୩' 'ଡ୍ରିମ୍ ଗର୍ଲ ୨'  ଏବଂ 'ଆଇ ଆମ୍ କଲାମ' ଭଳି ପ୍ରୋଜେକ୍ଟରେ ସହ-ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି‌।

ସେ ପ୍ରାୟ ୨୦୦୭ ମସିହାରୁ ବଲିଉଡରେ ସକ୍ରିୟ ରହି 'କୌନ୍ କିତନେ ପାନୀ ମେଁ' ଏବଂ 'ବାବ୍‌ଲୁ ହାପି ହୈ' ଭଳି ବିଭିନ୍ନ ସିନେମାର ଆସିଷ୍ଟାଣ୍ଟ ଡିରେକ୍ଟର ଭାବେ ଦକ୍ଷତା ପ୍ରତିପାଦନ କରିଛନ୍ତି । ତାଙ୍କର ଏହି ସଫଳତା ଆଜିର ଓଡ଼ିଆ ଯୁବପିଢ଼ିଙ୍କ ପାଇଁ ଏକ ବଡ଼ ପ୍ରେରଣା ପାଲଟିଛି । 

Tags: