ଆସନ୍ତା ୨୯ ତାରିଖ ଠାରୁ ଆରମ୍ଭ ହେବ ଓସିଏସ ଲିଖିତ ପରୀକ୍ଷା

 ଆସନ୍ତା ୨୯ ତାରିଖ ଠାରୁ ଆରମ୍ଭ ହେବ ଓସିଏସ ଲିଖିତ ପରୀକ୍ଷା
Samaya Live News Picture
Published On

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ (ଓସିଏସ)ର ମୁଖ୍ୟ ଲିଖିତ ପରୀକ୍ଷା ଆସନ୍ତା ୨୯ ତାରିଖ ଠାରୁ ଆରମ୍ଭ ହେବ । ରାଜ୍ୟର ପ୍ରାୟ ୫୬୯୦ ଜଣ ପରୀକ୍ଷାର୍ଥୀ ଉକ୍ତ ପରୀକ୍ଷା ଦେବେ। ବିଭିନ୍ନ ଜୋନରେ ଓପିଏସ୍‌ସି ପକ୍ଷରୁ ପରୀକ୍ଷା ହେବାକୁ ଥିବାବେଳେ ନଭେମ୍ବର ୭ ତାରିଖରେ ଏହା ଶେଷ ହେବ ।  ପ୍ରତିଦିନ ପରୀକ୍ଷା ଦୁଇଟି ସିଟିଂରେ ଅନୁଷ୍ଠିତ ହେବ । ପ୍ରଥମ ସିଟିଂ ,ସକାଳ ୯:୦୦ ରୁ ମଧ୍ୟାହ୍ନ ୧୨:୦୦ ଯାଏଁ  ଏବଂ ଦ୍ବିତୀୟ ସିଟିଂ ଅପରାହ୍ନ ୨:୦୦ ରୁ ସନ୍ଧ୍ୟା ୫:୦୦ ଯାଏଁ ଚାଲିବ ।  ସେହିପରି ଭିନ୍ନକ୍ଷମ (PwD) ପ୍ରାର୍ଥୀମାନଙ୍କୁ ପ୍ରତ୍ୟେକ ସିଟିଂରେ ୧ ଘଣ୍ଟା ଅଧିକ ସମୟ ମିଳିବ । ଏଥିପାଇଁ ଶୁକ୍ରବାର ଠାରୁ ପରୀକ୍ଷାର୍ଥୀ ଆଡମିଟ୍‌ କାର୍ଡ ପାଇପାରିବେ । ଏ ନେଇ ଓପିଏସ୍‌ସି ପକ୍ଷରୁ ଗୁରୁବାର ବିଜ୍ଞପ୍ତି ପ୍ରକାଶ ପାଇଛି ।  ସୂଚନାନୁସାରେ, ଓପିଏସ୍‌ସି ପକ୍ଷରୁ ଜୁନ୍‌ ୭ରେ ଓସିଏସ ପ୍ରିଲିମ୍‌ନାରୀ ପରୀକ୍ଷା କରାଯାଇଥିଲା । କଟକ, ବାଲେଶ୍ବର, ଭୁବନେଶ୍ବର, ବ୍ରହ୍ମପୁର, ସମ୍ବଲପୁର ଓ ଜୟପୁର ଜୋନର ବିଭିନ୍ନ ପରୀକ୍ଷା କେନ୍ଦ୍ର ଆଶାୟୀ ପରୀକ୍ଷା ଦେଇଥିଲେ । ଜୁଲାଇ ୧୦ ତାରିଖରେ ଏହି ପରୀକ୍ଷା ଫଳ ପ୍ରକାଶ ପାଇଥିଲା। ଏଥିରେ ୫୬୯୦ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଥିବାବେଳେ ତନ୍ମଧ୍ୟରୁ ୧୯୦୫ ମହିଳା ପ୍ରାର୍ଥୀ ରହିଥିଲେ ।

Tags: