OCS ବିଜ୍ଞପ୍ତି,ସାମିଲ ହେଲା OAS,ORS

OCS ବିଜ୍ଞପ୍ତି,ସାମିଲ ହେଲା OAS,ORS
Samaya Live News Picture
Published On

ଭୁବନେଶ୍ୱର : ଓଡିଶା ସିଭିଲ ସର୍ଭିସେସ ପରୀକ୍ଷା ବିଜ୍ଞପ୍ତି । ସାମିଲ ହେଲା OAS ,ORS । ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ପରେ ସାମିଲ ହେଲା ୧୪ ଟି OAS  ଓ ୧୧୩ ଟି ORS  ପଦବୀ । ଏହି ପଦବୀକୁ ସାମିଲ କରି ସାନି ବିଜ୍ଞପ୍ତି ପ୍ରକାଶ । ଏହା ସହିତ ଓଡିଶା ପରିବହନ ସେବା OTS ର ୧୬ ଟି ପଦବୀକୁ ମଧ୍ୟ ସାମିଲ କରାଯାଇଛି । ୧୫୧ ଟି ଅଧିକ ପଦବୀ ପୂରଣ ପାଇଁ OPSC କୁ ଅନୁରୋଧ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହସ୍ତକ୍ଷେପ କରି ଖାଲି ପଦବୀ ପୂରଣ ପାଇଁ ନିର୍ଦେଶ ଦେଇଛନ୍ତି । ପୂର୍ବ ବିଜ୍ଞପ୍ତିରେ OAS ଏବଂ ଅର୍ଶ କ୍ୟାଡରର ଆଦୌ ପଦବୀ ନଥିଲା । ଏହାକୁ ନେଇ ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିବାର ଖବର ପ୍ରକାଶିତ ହୋଇଥିଲା ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ସମ୍ପର୍କରେ ଜାଣିବା ପରେ ଏଥିରେ ତୁରନ୍ତ ହସ୍ତକ୍ଷେପ କରି ଏହି ସବୁ ପଦବୀ ସମ୍ପର୍କରେ ସମୀକ୍ଷା କରି ଖାଲି ପଦବୀ ପୂରଣ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହାଦ୍ବାରା ଏହିସବୁ ପଦବୀ ପାଇଁ ଆଶାୟୀ ଥିବା ଅନେକ ଯୁବତୀ ଯୁବକ ପରୀକ୍ଷା ଦେଇ ନିଜ ଯୋଗ୍ୟତା ବଳରେ ସଫଳତା ହାସଲ କରି ପାରିବେ। ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟ ସରକାର ନିଯୁକ୍ତି କ୍ଷେତ୍ରକୁ ସର୍ବାଧିକ ଗୁରୁତ୍ୱ ଆରୋପ କରୁଛନ୍ତି ଏବଂ ଗତ ୧୮ ମାସରେ ପ୍ରାୟ ୪୦ ହଜାର ସରକାରୀ ପଦବୀ ପୂରଣ ହୋଇସାରିଛି।

Tags: