ନୂଆପଡା ଉପନିର୍ବାଚନ,ବାପାଙ୍କୁ ଟପିଲେ ପୁଅ ଜୟ

ନୂଆପଡା ଉପନିର୍ବାଚନ,ବାପାଙ୍କୁ ଟପିଲେ ପୁଅ ଜୟ

ନୂଆପଡା : ନୂଆପଡ଼ାରେ ବିଜେପିର ଦମ୍‌ଦାର ପ୍ରଦର୍ଶନ ପରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । କହିଲେ ବାପାଙ୍କ ଉପରେ ଯେତିକି ବିଶ୍ୱାସ ଥିଲା ତାଠାରୁ ଅଧିକ ବିଶ୍ୱାସ ମୋ ଉପରେ ଥିବାରୁ ଜନସାଧାରଣଙ୍କୁ ଧନ୍ୟବାଦ । ନୂଆପଡ଼ାରେ ଜାରି ରହିଛି ଭୋଟ ଗଣତି । ୧୯ ରାଉଣ୍ଡ ଗଣତି ସୁଦ୍ଧା ୯୨ ହଜାର ୯୯୭ ଖଣ୍ଡ ଭୋଟ ପାଇ ସର୍ବାଗ୍ରେ ରହିଛନ୍ତି ଜୟ ଢୋଲକିଆ I ତାଙ୍କ ପଛକୁ ୩୦ ହଜାର ୬୩୪ ଖଣ୍ଡ ଭୋଟ ପାଇ ୨ୟ ସ୍ଥାନରେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ରହିଥିବାବେଳେ ତୃତୀୟ ସ୍ଥାନରେ ରହିଛନ୍ତି ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ I ତେବେ ଚଳିତ ଜନାଦେଶକୁ ଦେଖି ବାପା ତଥା ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆଙ୍କୁ ଟପି ଯାଇଛନ୍ତି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ I ଗତ ସାଧାରଣ ନିର୍ବାଚନରେ ଜୟ ଢୋଲକିଆଙ୍କ ବାପା ରାଜେନ୍ଦ୍ର ଢୋଲକିଆ ୬୧ ହଜାର ୮୨୨ ଭୋଟ୍ ପାଇଥିଲେ । ହେଲେ ଉପ ନିର୍ବାଚନରେ କିନ୍ତୁ ତାଙ୍କ ପୁଅ ଜୟ ଢୋଲକିଆ ମାତ୍ର ୧୪ ରାଉଣ୍ଡ ସୁଦ୍ଧା ୬୮ ହଜାରରୁ ଅଧିକ ଭୋଟ୍ ପାଇ ବାପାଙ୍କୁ ଟପିଯାଇଛନ୍ତି   ।

Read More ଚିପ୍ସ ପ୍ୟାକେଟରେ ଥିବା ପ୍ଲାଷ୍ଟିକ ଖେଳନା ଗିଳି ଶିଶୁପୁତ୍ର ମୃତ

 

Read More ଜଳପ୍ରପାତରେ ଭାସି ଯାଇ ୨ ଛାତ୍ର ନିଖୋଜ

Read More ବିର୍ସା ମୁଣ୍ଡା

 

 

 

Tags: