ନୂଆପଡା ଉପନିର୍ବାଚନ,ଆଗରେ ଜୟ ଢୋଲକିଆ

ନୂଆପଡା ଉପନିର୍ବାଚନ,ଆଗରେ ଜୟ ଢୋଲକିଆ

ନୂଆପଡା : ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ ପରେ ନୂଆପଡାରେ ପୁଣି ଥରେ  ହୋଇଛି ଉପନିର୍ବାଚନ I ତେବେ ଚଳିତ ନିର୍ବାଚନରେ ପ୍ରାର୍ଥୀଙ୍କୁ ନେଇ ନୂଆ ଟ୍ଵିଷ୍ଟ ହୋଇଛି I ଅପତ୍ୟାସିତ ଭାବରେ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିଲେ I ସେ ବିଜେପି ପ୍ରାର୍ଥୀ ଭାବରେ ନୂଆପଡ଼ାରୁ ଲଢୁଥିବାବେଳେ ତାଙ୍କ ବିରୋଧରେ ସ୍ନେହାଙ୍ଗିନୀ ଛୁରିଆଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି I ସେହିପରି କଂଗ୍ରେସ ସର୍ବପ୍ରଥମେ ପ୍ରାର୍ଥୀ ଚୟନ କରି ଘାସିରାମ ମାଝୀଙ୍କୁ ମଇଦାନକୁ ଛାଡିଥିଲା  । 

Read More ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଜୟ ଢୋଲକିଆଙ୍କୁ ସମ୍ବର୍ଦ୍ଧନା

ଉପନିର୍ବାଚନରେ ଛିଡ଼ା ହୋଇଥିଲେ ୧୪ ଜଣ ପ୍ରାର୍ଥୀ। ପ୍ରମୁଖ ୩ ଦଳ ବିଜେଡି, କଂଗ୍ରେସ ଓ ବିଜେପି ମଧ୍ଯରେ ତ୍ରିମୁଖୀ ପ୍ରତିଦ୍ବନ୍ଦ୍ବିତା ହୋଇଛି। ୨୬ଟି ରାଉଣ୍ଡରେ କାଉଣ୍ଟିଂ ହେବ। ଏଥିପାଇଁ ୧୪ଟି ଟେବୁଲର ବ୍ୟବସ୍ଥା କରାଯାଇଛି।  ଷ୍ଟ୍ରଙ୍ଗରୁମରେ ଥିବା ଇଭିଏମ ଓ ଭିଭିପାଟ୍ ମେସିନର ନିରୀକ୍ଷଣ କରାଯାଇଛି । ପ୍ରତ୍ୟେକ ଟେବୁଲରେ ଜଣେ ଗଣତି ସହକାରୀ ଅଧିକାରୀ, ଗଣତି ସୂପରଭାଇଜର ଏବଂ ମାଇକ୍ରୋ ଅବଜର୍ଭର୍ ନିୟୋଜିତ ରହିଛନ୍ତି ।

Read More ଜଗତସିଂହପୁରରେ ବାଂଲାଦେଶୀଙ୍କ ଜବରଦଖଲ ଉଚ୍ଛେଦ,୪ ପ୍ଲାଟୁନ ପୋଲିସ ମୁତୟନ

 

Read More ଆଜି ଶ୍ରୀମନ୍ଦିରରେ ପଇତାଲାଗି ନୀତି,୫ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

1977086-nuapada-bypoll-representative-image
ନୂଆପଡା ଉପନିର୍ବାଚନ,ଆଗରେ ଜୟ ଢୋଲକିଆ

ନଭେମ୍ବର ୧୧ ରେ ଉପନିର୍ବାଚନ ପରେ ୧୪ ରେ ହେଉଛି ଗଣତି I  ସକାଳ ୮ଟାରୁ ଗଣତି ଆରମ୍ଭ କରାଯାଇ ପ୍ରଥମେ ପୋଷ୍ଟାଲ ବାଲଟ ଗଣତି ପରେ ସକାଳ ୮ଟା ୩୦ରୁ ଇଭିଏମ ଗଣତି ଆରମ୍ଭ ହୋଇଛି । ମୋଟ ୨୬ ରାଉଣ୍ଡରୁ ୭ମ ରାଉଣ୍ଡ ଗଣତି ସୁଦ୍ଧା ଜୟ ଢୋଲକିଆ ୨୫ ହଜାର ୩୪୬ ଭୋଟ ପାଇ ବୃହତ ବିଜୟ ପଥରେ ଆଗେଇ ଯାଉଥିବାବେଳେ ତାଙ୍କ ପଛକୁ ରହିଛନ୍ତି ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ । ସେ ୧୦ ହଜାର ୭୪୨ ପାଇଛନ୍ତି ସେହିପରି କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ୯ ହଜାର ୪୪୭ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ଅଛନ୍ତି I ତେବେ ଗଣତି ସମୟରେ ବିଜେଡ଼ିକୁ ପଛରେ ପକାଇ ୨ୟ ସ୍ଥାନରେ ରହିଥିଲା କଂଗ୍ରେସ । କିଏ ଜିତିବ ବାଜି, କାହାର ରହିବ ଦବ୍‌ଦବା, ତାହାକୁ ନେଇ ଜନତାଙ୍କ ରହିଛି ନଜର । 

ଗଣତି ପ୍ରକ୍ରିୟା ଶାନ୍ତିଶୃଙ୍ଖଳା ସହ ସମ୍ପନ୍ନ କରିବା ପାଇଁ ୩୦୦ ପୋଲିସ ଫୋର୍ସ ମୁତୟନ କରାଯିବା ସହ ୧୧୦ରୁ ୧୨୦ ଜଣ ସଶସ୍ତ୍ର ବିଏସଏଫ ଯବାନ ମୁତୟନ କରାଯାଇଛି। ଭୋଟଗଣତି କେନ୍ଦ୍ର ଭିତରେ ମୁତୟନ ରହିଛନ୍ତି ୯୦ ବିଏସଏଫ ସଶସ୍ତ୍ର ଯବାନ। କୌଣସି ଅପ୍ରୀତିକର ସ୍ଥିତି ନ ଘଟିବା ପାଇଁ ଭୋଟ ଗଣତି କେନ୍ଦ୍ର ପାଇଁ ସ୍ଥିର ହୋଇଥିବା ନ୍ଯାସନାଲ କଲେଜ ଅଞ୍ଚଳରେ ସକାଳ ୬ଟାରୁ ବିଏନଏସଏସର ଧାରା ୧୬୩ ଲାଗୁ କରାଯାଇଛି। ଭୋଟଗଣତି ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବା ପର୍ଯ୍ଯନ୍ତ ବଳବତ୍ତର ରହିବ କଟକଣା। ଭୋଟ ଗଣତି ନ ସରିବା ପର୍ଯ୍ୟନ୍ତ ସେହି ଅଞ୍ଚଳରେ କୌଣସି ରାଜନୈତିକ ଦଳର ଶୋଭାଯାତ୍ରା କିମ୍ବା ନାରାବାଜି କରାଯାଇପାରିବ ନାହିଁ। 

Tags: