ଏବେ ମୁଁ ନିଜ ଘରକୁ ଫେରିଲି - ଦେବାଶିଷ

ମୁଁ ଏନଡିଏ ସହ ମୋ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲି

ଏବେ ମୁଁ ନିଜ ଘରକୁ ଫେରିଲି - ଦେବାଶିଷ
Samaya Live News Picture
Published On

ଭୁବନେଶ୍ୱର : ଏବେ ମୁଁ ନିଜ ଘରକୁ ଫେରି ଆସିଛି । ବିଜେପିରେ ମିଶିବା ପରେ ସାମ୍ବାଦିକ ସମ୍ମିଳନୀ କରି ଏପରି କହିଛନ୍ତି ବିଜେପି ନେତା ଦେବାଶିଷ ସାମନ୍ତରାୟ । ସେ ଆହୁରି କହିଛନ୍ତି, 'ମୁଁ ମୋ ଘରକୁ ଫେରିଵା ଭଳି ଅନୁଭବ କରୁଛି । 'କାରଣ ମୁଁ ଏନଡିଏ ସହ ମୋ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲି । 

ବିଜେଡିରେ ଥିବା ବେଳେ ମୁଁ ଅଣନିଶ୍ୱାସୀ ହୋଇ ରହିଥିଲି । ହଠାତ୍ ମୋତେ ନବୀନ ନିବାସକୁ ଯିବାକୁ ମନା କରାଗଲା । ନବୀନ ବାବୁ କହିଥିଲେ ପାଣ୍ଡିଆନ୍ ମୋ ଉତ୍ତରାଧିକାରୀ ନୁହେଁ। ପାଣ୍ଡିଆନ୍ ଭୈରବ ହୋଇ ନବୀନଙ୍କ ପାଖକୁ କାହାରିକୁ ଛାଡୁ ନାହିଁ । ନବୀନ ନିବାସରେ ପାଣ୍ଡିଆନ୍ କିଏ ବୋଲି ମଧ୍ୟ ଦେବାଶିଷ ପ୍ରଶ୍ନ କରିଛନ୍ତି। ବିଜୁ ବାବୁଙ୍କୁ ଜାଣିନଥିବା ଲୋକେ କରିଛନ୍ତି ବିଜୁ ଫାଉଣ୍ଡେସନ୍। ବିଜୁ ବାବୁଙ୍କୁ ସମ୍ମାନ ଦେବାରେ ବିଜେଡି ଅସମର୍ଥ ବୋଲି ମଧ୍ୟ କହିଛନ୍ତି । ଏବେ ବିଜୁ ଜନତା ଦଳରେ ମାଆ ବାପା ନାହାଁନ୍ତି । ବିଜୁ ବାବୁଙ୍କ ସଂପତ୍ତି ହାତେଇବା ପାଇଁ ଷଡ଼ଯନ୍ତ୍ର ଚାଲିଛି । ଏବେ ବିଜେପି ମତେ ଯେଉଁ କାମ ଦେବ ସେ କାମ କରିବି ।

ସୂଚନାନୁସାରେ, ବିଜେଡି ଛାଡିବା ପରେ ଗତ ୨୬ତାରିଖ ଦିନ ଦିଲ୍ଲୀରେ ବିଜେପିର ମୁଖ୍ୟ କାର୍ଯ୍ୟାଳୟରେ ଯୋଗ ଦେଇଥିଲେ ଦେବାଶିଷ ସାମନ୍ତରାୟ । ସେ ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହ, ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ, ପ୍ରଦେଶର ସଭାପତି ମନ ମୋହନ ସାମଲ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ଅନ୍ୟ କର୍ମୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ସେ ବିଜେଡିକୁ ଟାର୍ଗେଟ କରି ଅନ୍ୟାନ୍ୟ ଆରୋପ ପ୍ରତ୍ୟାରୋପ କରିଥିବା ଦେଖାଯାଇଛି।

Tags: