ଜୁନ ୧୮ରେ ରାଜ୍ୟସଭା ଉପ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ
ଜୁନ ୧ରେ ବିଧିବଦ୍ଧ ବିଜ୍ଞପ୍ତି ୮ ରେ ନାମାଙ୍କନ ଦାଖଲ
ଭୁବନେଶ୍ୱର : ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ । ଜୁନ୍ ୧୮ରେ ରାଜ୍ୟସଭା ଉପନିର୍ବାଚନ ପାଇଁ ECI ଙ୍କ ତାରିଖ ଘୋଷଣା । ଦେବାଶିଷଙ୍କ ଇସ୍ତଫା ପରେ ଖାଲି ଥିବା ଆସନରେ ନିର୍ବାଚନ ଲାଗି ପ୍ରକାଶ ପାଇଛି ବିଜ୍ଞପ୍ତି । ନିର୍ବାଚନ ପାଇଁ ଜୁନ୍ ୧ରେ ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି । ଜୁନ ୮ରେ ନାମାଙ୍କନ ଦାଖଲର ଶେଷ ଦିନ ଥିବାବେଳେ ଜୁନ୍ ୯ରେ ଯାଞ୍ଚ ପ୍ରକ୍ରିୟା ହେବ। ଜୁନ୍ ୧୧ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ନାମାଙ୍କନ ପ୍ରତ୍ୟାହାର କରିପାରିବେ ଏବଂ ଜୁନ ୧୮ରେ ଭୋଟ ପରେ ଅପରାହ୍ନ ୫ଟାରେ ଭୋଟ ଗଣତି ପରେ ଫଳାଫଳ ପ୍ରକାଶ ପାଇବ । ଜୁନ୍ ୨୦ ସୁଦ୍ଧା ସମଗ୍ର ନିର୍ବାଚନ ପ୍ରକ୍ରିୟା ସମାପ୍ତ କରାଯିବ ବୋଲି ଆୟୋଗ ସୂଚନା ଦେଇଛନ୍ତି।
ଦେବାଶିଷ ସାମନ୍ତରାୟଙ୍କ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ପରେ ଓଡ଼ିଶାରୁ ଖାଲି ପଡ଼ିଥିବା ରାଜ୍ୟସଭା ଆସନ ପାଇଁ ECI ତାରିଖ ଘୋଷଣା କରିଛନ୍ତି। ତାଙ୍କର ପଦତ୍ୟାଗ ୨୫ ମେ ୨୦୨୬ରୁ କାର୍ଯ୍ୟକାରୀ ହୋଇଥିବା ବେଳେ ଏହି ଆସନର କାର୍ଯ୍ୟକାଳ ୩ ଏପ୍ରିଲ ୨୦୩୦ ପର୍ଯ୍ୟନ୍ତ ଥିଲା।
Tags:




