ପୋଲିସ ବିଭାଗରେ ବଡ଼ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି

ପୋଲିସ ବିଭାଗରେ ବଡ଼ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି
Samaya Live News Picture
Published On

ଭୁବନେଶ୍ୱର : ଓଡ଼ିଶା ପୋଲିସରେ ବଡ଼ ଧରଣର ନିଯୁକ୍ତି ପାଇଁ ମଞ୍ଜୁରୀ । ପୋଲିସ ବିଭାଗରେ ମୋଟ ୪ ହଜାର ୧୯୫ଟି ନୂଆ ପଦବୀ ସୃଷ୍ଟି କରାଯାଇଛି । ଡିଜିପିଙ୍କ ଅନୁମୋଦନ କ୍ରମେ ଏହି ପଦବୀଗୁଡ଼ିକୁ ରାଜ୍ୟର ବିଭିନ୍ନ ଜିଲ୍ଲା ଏବଂ ପୋଲିସ କମିଶନରେଟଗୁଡ଼ିକ ମଧ୍ୟରେ ବଣ୍ଟନ କରାଯାଇଛି । ଏହା ମଧ୍ୟରେ କନେଷ୍ଟବଳଠାରୁ ଆରମ୍ଭ କରି ଏଏସ୍‌ଆଇ, ଏସ୍‌ଆଇ ଓ ଅତିରିକ୍ତ ଏସ୍‌ପି ପର୍ଯ୍ୟନ୍ତ ବିଭିନ୍ନ ପଦ ସାମିଲ ରହିଛି ।

ନୂଆ ପଦବୀ ଅନୁସାରେ, ୨ ହଜାର ୬୯୯ଟି କନେଷ୍ଟବଳ ପଦ ସୃଷ୍ଟି ହୋଇଛି । ସେହିପରି ୯୭୨ଟି ଏଏସ୍‌ଆଇ ଏବଂ ୧୦୮ଟି ସବ୍‌-ଇନ୍ସପେକ୍ଟର ବା ଏସ୍‌ଆଇ ପଦ ପାଇଁ ନିଯୁକ୍ତି ସୁଯୋଗ ରହିଛି । ଏହାବ୍ୟତୀତ ୩୭୭ଟି ହାବିଲଦାର ମେଜର, ୩୬ଟି ଏସ୍‌ଆଇ ଏବଂ ୨ଟି ଅତିରିକ୍ତ ଏସ୍‌ପି ପଦ ସୃଷ୍ଟି କରାଯାଇଛି ।

ପୋଲିସ ବିଭାଗରେ ଏହି ବଡ଼ ନିଯୁକ୍ତି ଦ୍ୱାରା ଖାଲି ପଦ ପୂରଣ ହେବା ସହ ରାଜ୍ୟରେ ପୋଲିସ ବ୍ୟବସ୍ଥା ଆହୁରି ସୁଦୃଢ଼ ହେବ ବୋଲି ଆଶା କରାଯାଉଛି । ଏହା ଚାକିରି ଆଶାୟୀଙ୍କ ପାଇଁ ମଧ୍ୟ ଏକ ବଡ଼ ସୁଯୋଗ ସୃଷ୍ଟି କରିଛି ।

Tags: