ଗଣତନ୍ତ୍ର ଦିବସରେ ଆମିଷ ନିଷେଧ

ଗଣତନ୍ତ୍ର ଦିବସରେ ଆମିଷ ନିଷେଧ
Samaya Live News Picture
Published On

କୋରାପୁଟ : ଜାନୁଆରୀ ୨୬କୁ ୭୭ ତମ ଗଣତନ୍ତ୍ର ଦିବସ ଭାବରେ ପାଳନ କରିବାକୁ ଯାଉଛି ସାରାଦେଶ । ଏହି ସମୟରେ କୋରାପୁଟ ଜିଲାରେ ଆମିଷ ବିକ୍ରି ଉପରେ ଜିଲାପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି । କୋରାପୁଟ ଜିଲାପାଳ ମନୋଜ ସତ୍ୟବାନ ମହାଜନ ଶୁକ୍ରବାର ଏ ସମ୍ପର୍କରେ ଜିଲାର ସମସ୍ତ ବିଡିଓ, ତହସିଲଦାର ଓ ନିର୍ବାହୀ ଅଧିକାରୀ ମାନଙ୍କୁ ଚିଠି କରି ଏହା କଡାକଡି ଭାବେ ରୂପାୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । 

ଜାନୁଆରୀ ୨୬ ଦିନ ମାଂସ, ଚିକେନ୍, ଅଣ୍ଡା ଓ ମାଛ ସମେତ ଆମିଷ ଜାତୀୟ ଖାଦ୍ୟ ବିକ୍ରି ବନ୍ଦ କରିବାକୁ କଡ଼ା ନିର୍ଦ୍ଦେଶ ରହିଛି। ଏଥିସହ ଆସନ୍ତା ୭୭ ତମ ଗଣତନ୍ତ୍ର ଦିବସରେ ନିରାମିଷ ଖାଇବାକୁ ଅନୁରୋଧ କରିଛନ୍ତି। ପ୍ରଥମ ଥର ପାଇଁ କୋରାପୁଟ ଜିଲ୍ଲା ପ୍ରଶାସନର ଏଭଳି ନିର୍ଦ୍ଦେଶନାମାଜାରି କରିଛନ୍ତି ।

 

 

Tags: