୭ରୁ ୧୨ ପର୍ଯ୍ୟନ୍ତ ଜଖପୁରା ଷ୍ଟେସନରେ ରହିବ ନାହିଁ ଯାତ୍ରୀବାହୀ ଟ୍ରେନ
By: Samaya Live News
ଭୁବନେଶ୍ୱର: ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ଜଖପୁରା-ଯାଜପୁର କେନ୍ଦୁଝର ରୋଡ ମଧ୍ୟରେ ତୃତୀୟ ରେଳ ଲାଇନର କାର୍ଯ୍ୟକ୍ଷମ ସହିତ ଜଖପୁରା ଷ୍ଟେସନରେ ଆଧୁନିକୀକରଣ କାର୍ଯ୍ୟ ପାଇଁ କିଛି ଯାତ୍ରୀବାହୀ ରେଳ ଫେବୃଆରୀ ୭ରୁ ୧୨ ପର୍ଯ୍ୟନ୍ତ ଜଖପୁରା ଷ୍ଟେସନରେ ରହଣି କରିବ ନାହିଁ। ଏଥିମଧ୍ୟରେ ଭଦ୍ରକ-ଦଶପଲ୍ଲା-ଭଦ୍ରକ ମେମୁ, ବାଲେଶ୍ୱର-ଭୁବନେଶ୍ୱର-ବାଲେଶ୍ୱର ମେମୁ, କେନ୍ଦୁଝରଗଡ଼-ପାରାଦ୍ବୀପ-କେନ୍ଦୁଝରଗଡ଼ ମେମୁ ରହିଛି। ଏନେଇ ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।
ସମ୍ବନ୍ଧିତ ଖବର ଶଶୀ ସାହୁ ବିଜେଡିରୁ ନିଲମ୍ବିତ
Tags:



