ବର୍ତ୍ତମାନ କୌଣସି ପଞ୍ଚାୟତ କି ବ୍ଲକ୍ ଗଠନ ହେବ ନାହିଁ - ମନ୍ତ୍ରୀ
By: Samaya Live News
ଭୁବନେଶ୍ୱର : ବର୍ତ୍ତମାନ ରାଜ୍ୟରେ କୌଣସି ପଞ୍ଚାୟତ କି ବ୍ଲକ୍ ଗଠନ ହେବ ନାହିଁ । ଏନେଇ ଆଜି ଗୃହରେ ଉତ୍ତର ରଖିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ । ମନ୍ତ୍ରୀଙ୍କ କହିବା ଅନୁସାରେ,୫ ହଜାର ୫୬୬ ଗାଁକୁ ପଡା ଗାଁ ମାନ୍ୟତା ଦେବାକୁ ରାଜସ୍ୱ ବିଭାଗ ପାଖରେ ଆବେଦନ ହୋଇଥିଲା। ତେବେ ୨୫୦୧ ଗାଁର ପଡା ଗାଁ ମାନ୍ୟତା ଆବେଦନ ଖାରଜ କରିଛି ରାଜସ୍ୱ ବିଭାଗ । ଅବଶିଷ୍ଟ ୧୧୭୭ ଗାଁର ପ୍ରସ୍ତାବ ବିଚାରାଧୀନ ଅଛି । ଏହାସହ ରାୟଗଡାରୁ ସର୍ବାଧିକ ୨୫୬, ମାଲକାନଗିରିରୁ ୨୩୫, ଗଜପତିରୁ ୨୩୩, ଗଞ୍ଜାମର ୨୦୦ ଗାଁକୁ ପଡା ଗାଁ କରିବାର ଆବେଦନ ଖାରଜ ହୋଇଛି ବୋଲି ଗୃହରେ ଉତ୍ତର ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।
Read More ପିଏମଶ୍ରୀ ସ୍କୁଲର ୩୫ ଛାତ୍ରଛାତ୍ରୀ ଅସୁସ୍ଥ
Tags:


