ଦୁର୍ଘଟଣାର ୯ ଦିନ ପରେ ମଧ୍ୟ କେନ୍ଦ୍ରରୁ କେହି ଆସି ନାହାନ୍ତି - ନବୀନ
ଭୁବନେଶ୍ୱର : SCB ଅଗ୍ନିକାଣ୍ଡ ଘଟଣାରେ ଉଦବେଗ ପ୍ରକାଶ କଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ । ସ୍ୱାସ୍ଥ୍ୟମନ୍ତ୍ରୀ ଇସ୍ତଫା ନଦେବା ଯାଏଁ ପ୍ରତିବାଦ ଜାରି ରହିବ କହି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି ଏହା ଦୁଃଖର ବିଷୟ ଯେ, SCB ମେଡିକାଲ ନିଆଁକୁ ୯ ଦିନ ପରେ ବି ଜଣେ ବି କେନ୍ଦ୍ର ମନ୍ତ୍ରୀ କଟକ ଯାଇ ନାହାନ୍ତି । ଆମ ସରକାର ସମୟରେ ଅନେକ କେନ୍ଦ୍ରମନ୍ତ୍ରୀ ନିଆଁ ଲାଗିଥିବା ସେହି ଘରୋଇ ହସ୍ପିଟାଲ ଯାଇ ଅନେକ ତୁମ୍ଭି ତୋଫାନ କରିଥିଲେ ଏବଂ ସେହି ସମୟରେ ଥିବା ସ୍ୱାସ୍ଥ୍ୟମନ୍ତ୍ରୀ ତୁରନ୍ତ ଇସ୍ତଫା ଦେଇଥିଲେ । ଏଥିରୁ ଆପଣ ତୁଳନା କରି ପାରିବେ ଯେ, ମୃତ୍ୟୁବରଣ କରିଥିବା ରାଜ୍ୟବାସୀଙ୍କ ପାଇଁ ଏ ସରକାର କେତେ ଚିନ୍ତିତ । ସେହିପରି ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫାକୁ ଦୋହରାଇଛନ୍ତି ନବୀନ । ବିରୋଧୀ କହିଛନ୍ତି ବିରୋଧୀଙ୍କ କଥାକୁ କର୍ଣ୍ଣପାତ କରୁନାହାନ୍ତି ସରକାର । ତଳତଳିଆ କର୍ମଚାରୀଙ୍କୁ ଦଣ୍ଡ ଦେଇ ଖସି ଯିବାକୁ ବସିଛନ୍ତି ।
ଅନ୍ୟପଟେ ଅଗ୍ନିକାଣ୍ଡ ଘଟଣାରେ ତତ୍ପରତା ଦେଖାଇଛନ୍ତି ସରକାର । ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୪ ଜଣଙ୍କୁ ନିଲମ୍ବନ କରାଯାଇଥିବାବେଳେ ଅଧ୍ୟକ୍ଷ ଏବଂ ଅଧିକ୍ଷକଙ୍କୁ ବଦଳି କରାଯାଇଛି ।



