ସୋମବାର ହେବ ନାହିଁ କୌଣସି ସରକାରୀ ବୈଠକ

ସୋମବାର ହେବ ନାହିଁ କୌଣସି ସରକାରୀ ବୈଠକ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ଜନ ଶୁଣାଣିକୁ ଗୁରୁତ୍ତ୍ଵ । ସୋମବାର ହେବ ନାହିଁ କୌଣସି ବିଭାଗର ସରକାରୀ ବୈଠକ । ଏନେଇ ନିର୍ଦେଶନାମା ଜାରି କରିଛନ୍ତି ମୁଖ୍ୟ ଶାସନ ସଚିବ ଅନୁଗର୍ଗ । ପ୍ରତ୍ୟେକ ସୋମବାର ସରକାରୀ କାର୍ଯ୍ୟାଳୟରେ ଅଭିଯୋଗ ଶୁଣାଣି ରହିଥିବାରୁ ଏପରି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏନେଇ ସଚିବସ୍ତରୀୟ ବୈଠକରେ ଆଲୋଚନା ସହ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଏହାସହ ପ୍ରତ୍ୟେକ ମାସର ତୃତୀୟ ଶନିବାର ଭିତ୍ତିଭୂମି ପ୍ରକଳ୍ପର ସମୀକ୍ଷା କରାଯିବ । ୧୦ରୁ ୧୧ଟି ପ୍ରକଳ୍ପର ସମୀକ୍ଷା କରାଯିବ । 

ସମ୍ବନ୍ଧିତ ଖବର ନିଦ ପାଇଁ ଆବଶ୍ୟକ ମିନେରାଲ୍ସ

Tags: