ବର୍ତ୍ତମାନ ହେବନାହିଁ ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ - ବିଜେପି ପ୍ରଭାରୀ

ବର୍ତ୍ତମାନ ହେବନାହିଁ ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ - ବିଜେପି ପ୍ରଭାରୀ

ଭୁବନେଶ୍ୱର : ନୂଆପଡା ଉପନିର୍ବାଚନର ଫଳାଫଳ ଆସିବା ପରେ ଏବେ ରାଜ୍ୟର ବିଜେପି ସରକାର ବୋର୍ଡ ନିଗମ ନିଯୁକ୍ତି ନେଇ ପ୍ରକ୍ରିୟା ଜୋରଦାର କରିଛନ୍ତି । ତାଲିକା ପ୍ରସ୍ତୁତ ସରିଛି । ଖୁବଶୀଘ୍ର ବୋର୍ଡ-ନିଗମରେ ନିଯୁକ୍ତି ହେବ । କେନ୍ଦ୍ରରୁ ମଞ୍ଜୁରୀକୁ ଅପେକ୍ଷା କରାଯାଇଛି ବୋଲି କହିଛନ୍ତି ରାଜ୍ୟ ବିଜେପି ପ୍ରଭାରୀ ବିଜୟପାଲ ସିଂହ ତୋମାର ।  

Read More ନିରବି ଗଲେ ହ୍ୟୁମାନ,ଜନ୍ମ ମାଟିରେ ହେବ ଶେଷକୃତ୍ୟ

ଉପନିର୍ବାଚନରେ ବିଜୟ ପରେ ବାକି ଥିବା କାମ କରାଯିବ । ଖୁବଶୀଘ୍ର ଖାଲିପଡ଼ିଥିବା ବୋର୍ଡ ଓ ନିଗମ ଅଧ୍ୟକ୍ଷଙ୍କୁ ନିଯୁକ୍ତି କରାଯିବ । ତେବେ ବର୍ତ୍ତମାନ ସମୟରେ ରାଜ୍ୟରେ ମନ୍ତ୍ରୀମଣ୍ଡଳ ଅଦଳବଦଳର କୌଣସି ପ୍ରଶ୍ନ ଉଠୁନାହିଁ । ପରେ ସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ । 

Read More ଜିଲ୍ଲାପାଳଙ୍କ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ

ଏହାସହ ନୂଆପଡ଼ା ଫଳାଫଳ ପାଇଁ ନୂଆପଡ଼ାବାସୀ ଏବଂ କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ । ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତା ଏବଂ ରାଜ୍ୟ ସରକାରଙ୍କ ୧୬ ମାସର ବିକାଶ କାର୍ଯ୍ୟକୁ ଦେଖି ଲୋକମାନେ ବିଜେପିକୁ ବାଛିଛନ୍ତି । ନୂଆପଡ଼ାରେ ବିଜେପି ଏକତରଫା ଭାବେ ବିଜୟୀ ହୋଇଛି । ବିଜେଡି-ବିଜେପି ମିଶିକି ଯେତିକି ଭୋଟ ପାଇନାହାନ୍ତି । ତାଠରୁ ଅଧିକ ଭୋଟ ବିଜେପି ପାଇଛି ବୋଲି କହିଛନ୍ତି ପ୍ରଭାରୀ ।

Read More ଭିଜିବ ରାଜ୍ୟ,ଆଉ ଏକ ଲଘୁଚାପ ସମ୍ଭାବନା

 

Tags: