ମଧ୍ୟପ୍ରଦେଶରେ ମର୍ମନ୍ତୁଦ ଦୁର୍ଘଟଣାରେ ମୃତ ଜ୍ଞାନେନ୍ଦ୍ର ବେହେରାଙ୍କ ଝିଅର ପଢ଼ାଖର୍ଚ୍ଚ ବହନ କଲେ ନିରଞ୍ଜନ

ମଧ୍ୟପ୍ରଦେଶରେ ମର୍ମନ୍ତୁଦ ଦୁର୍ଘଟଣାରେ ମୃତ ଜ୍ଞାନେନ୍ଦ୍ର ବେହେରାଙ୍କ ଝିଅର ପଢ଼ାଖର୍ଚ୍ଚ ବହନ କଲେ ନିରଞ୍ଜନ
Samaya Live News Picture
Published On

ଭୁବନେଶ୍ୱର, ତା ୨୦.୯.୨୬:-  ମଧ୍ୟପ୍ରଦେଶରେ ଠାକୁର ଦର୍ଶନ କରିବାକୁ ଯାଇଁ ଏକ ମର୍ମନ୍ତୁଦ ଦୁର୍ଘଟଣାରେ  ବଡ଼ମ୍ବାର ଜ୍ଞାନେନ୍ଦ୍ର ବେହେରା ଏବଂ ତାଙ୍କ ପରିବାରର ୭ ଜଣ ଓଡ଼ିଆ ଶ୍ରଦ୍ଧାଳୁଙ୍କ ପ୍ରାଣହାନୀ ଘଟିଛି। ଏହି ଦୁଃଖଦ ଖବର ଗଭୀର ମର୍ମାହିତ କରିବା ସହ ଦୁଃଖ ଦେଇଛି ବୋଲି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ତାଙ୍କ ଶୋକବାର୍ତ୍ତାରେ ପ୍ରକାଶ କରିଛନ୍ତି । ସେ  ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ଦିବଙ୍ଗତ ଆତ୍ମାମାନଙ୍କର ଅମର ଆତ୍ମାର  ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର  ସମବେଦନା ଜଣାଇଛନ୍ତି।

ଏହି ଅବସରରେ ଶ୍ରୀଯୁକ୍ତ ପଟ୍ଟନାୟକ ସ୍ୱର୍ଗତ  ଜ୍ଞାନେନ୍ଦ୍ର ବେହେରାଙ୍କ ଏକ ମାତ୍ର ଝିଅ ଯିଏ କି +୨ ଛାତ୍ରୀ ଅଟେ ତାଙ୍କର ପଢ଼ା ବନ୍ଦ ନ କରିବାକୁ ନିବେଦନ କରିବା ସହ ଝିଅର ସମସ୍ତ ପଢାଖର୍ଚ୍ଚ ବହନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।

Tags: