ପଶ୍ଚିମବଙ୍ଗରେ ନିପା ଭାଇରସ ଚିହ୍ନଟ,ଓଡ଼ିଶାରେ ଆଲର୍ଟ

ପଶ୍ଚିମବଙ୍ଗରେ ନିପା ଭାଇରସ ଚିହ୍ନଟ,ଓଡ଼ିଶାରେ ଆଲର୍ଟ

ଭୁବନେଶ୍ୱର : ରାଜ୍ୟକୁ ଘାରିଲା ନିପା ଭାଇରସ ଆତଙ୍କ । ପଡୋଶୀ ପଶ୍ଚିମବଙ୍ଗରେ ସନ୍ଦିଗ୍ଧ ନିପା ଭୁତାଣୁ ଦେଖାଦେବା ପରେ ଓଡ଼ିଶାରେ ଆତଙ୍କ ଦେଖାଦେଇଛି  ।  ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣାରେ ଘରୋଇ ହସ୍ପିଟାଲରେ ୨ଜଣ ନର୍ସ ନିପା ଭୂତାଣୁରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ରିସର୍ଚ୍ଚ ଆଣ୍ଡ ଡାଇଗ୍ନୋଷ୍ଟିକ ଲାବୋରେଟୋରୀରେ ନିପା ଭାଇରସ୍‌ ଚିହ୍ନଟ ହୋଇଛି । ଦୁଇ ସ୍ବାସ୍ଥ୍ୟକର୍ମୀଙ୍କ ମଧ୍ୟରେ ଜଣେ ପୁରୁଷ ଏବଂ ଜଣେ ମହିଳା ଅଛନ୍ତି । ଏମାନେ ଉତ୍ତର ୨୪ ପ୍ରଗଣା ଜିଲାର ବାରାସତର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଅସୁସ୍ଥ ହେବା ପୂର୍ବରୁ ସେମାନେ ଡିସେମ୍ବରରେ ପୂର୍ବ ମେଦିନୀପୁର ଏବଂ ପୂର୍ବ ବର୍ଦ୍ଧମାନରେ ନିଜ ଘରକୁ ଯାଇଥିଲେ। ସେମାନଙ୍କର ରାଜ୍ୟ ବାହାରକୁ ଯାତ୍ରା କରିବାର କୌଣସି ହିଷ୍ଟ୍ରି ନାହିଁ । 

ସମ୍ବନ୍ଧିତ ଖବର  ୨୮.୨.୨୦୨୬ ଶନିବାର 

ପଶୁ, ସଂକ୍ରମିତ ଖାଦ୍ୟ କିମ୍ବା ସିଧାସଳଖ ମଣିଷକୁ ନିପା ଭୂତାଣୁ ବ୍ୟାପିଥାଏ । ଏହା ଘୁଷୁରି ଏବଂ ବାଦୁଡ଼ି ଭଳି ପ୍ରାଣୀଠାରୁ ମଣିଷ ଶରୀରକୁ ସ୍ଥାନାନ୍ତରିତ ହୁଏ । ପରେ ଏହି ଭାଇରସ୍‌ ମଣିଷଠାରୁ ମଣିଷକୁ ମଧ୍ୟ ସଂକ୍ରମଣ ହୋଇଥାଏ । ଏହା ରୋଗୀଙ୍କ ମଧ୍ୟରେ ଜ୍ୱର ଏବଂ ଥଣ୍ଡା ଭଳି ଲକ୍ଷଣ ସୃଷ୍ଟି କରେ। ଏହି ସଂକ୍ରମଣ ଏନ୍‌ସେଫାଲାଇଟିସ ମଧ୍ୟ ସୃଷ୍ଟି କରିପାରେ, ଯାହା କୋମା ଏବଂ କିଛି କ୍ଷେତ୍ରରେ ମାୟୋକାର୍ଡାଇଟିସ ପରି ରୋଗ ଦେଖାଦିଏ । ସଂକ୍ରମଣ ରୋକିବାକୁ ଏକ ଜାତୀୟ ଯୁଗ୍ମ ସଂକ୍ରମଣ ରେସପନ୍‌ସ ଦଳ ଗଠନ ହୋଇଛି । ତେବେ ପଶ୍ଚିମବଙ୍ଗରୁ ଓଡ଼ିଶାକୁ ପ୍ରତିଦିନ ଲୋକଙ୍କ ଯିବାଆସିବା ଲାଗି ରହିଥିବାରୁ ଓଡ଼ିଶା ପାଇଁ ଏହା ଭୟ ବଢ଼ାଇଛି । ତେବେ ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ନିପା ଭୁତାଣୁ ଦେଖାଯାଇ ନାହିଁ।

ସମ୍ବନ୍ଧିତ ଖବର ମଣ୍ଡି ଅବ୍ୟବସ୍ଥାରୁ ଚାଷୀଙ୍କ ମୃତ୍ୟୁ,ଅସ୍ବୀକାର କଲେ ସମବାୟ ମନ୍ତ୍ରୀ

ସେପଟେ,ପଶ୍ଚିମବଙ୍ଗରେ ନିପା ଭାଇରସ୍‌ର ଦୁଇଟି ସନ୍ଦିଗ୍ଧ ମାମଲା ସାମ୍ନାକୁ ଆସିବା ପରେ କେନ୍ଦ୍ର ସରକାର ତତ୍ପର ହୋଇ ଉଠିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖି ତାଙ୍କ ସହ ଫୋନରେ କଥା ହୋଇ ସମସ୍ତ ପ୍ରକାରର ସମର୍ଥନର ପ୍ରତିଶ୍ରୁତି ଦେଇଛନ୍ତି ।

ସମ୍ବନ୍ଧିତ ଖବର ବଦଳିବ ଇଂରାଜୀ ନାଁ

 

 

Tags: