ମାମୁଁଘର ପାଇଖାନା ଟାଙ୍କିରୁ ଭାଣିଜୀର ମୃତଦେହ ଉଦ୍ଧାର

ମାମୁଁଘର ପାଇଖାନା ଟାଙ୍କିରୁ ଭାଣିଜୀର ମୃତଦେହ ଉଦ୍ଧାର
Samaya Live News Picture
Published On

ଗଞ୍ଜାମ : ସନ୍ଦେହ ଜଣକ ଅବସ୍ଥାରେ ମାମୁଁଘରେ ଭାଣିଜୀର ମୃତ୍ୟୁ । ପାଇଖାନା ଟାଙ୍କିରୁ ଉଦ୍ଧାର ହେଲା ମୃତଦେହ । ତେବେ ଭାଣିଜୀକୁ ମାମୁଁଘରେ ତଣ୍ଟିଚିପି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ଆଣିଛନ୍ତି ମୃତକଙ୍କ ପରିବାର । ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଛାମୁଣ୍ଡା ନିକଟସ୍ଥ ଲକ୍ଷ୍ମଣପଲ୍ଲୀ ଗାଁରେ । ଅଭିଯୋଗ ଅନୁସାରେ ମାଇଁ ୯ ବର୍ଷିଆ ଭାଣିଜୀର ତଣ୍ଟିଚିପି ହତ୍ୟା କରିଥିବା ସୂଚନା ମିଳିଛି ।

ପ୍ରାଥମିକ ସୂଚନା ମୁତାବକ, ବୁଗୁଡା ବ୍ଳକ୍ କାନକୁଟୁରୁ ଗାଁର ନାବାଳିକା ଅର୍ଚ୍ଚନା ନିଜ ମାମୁ ଘର ଗଣେଶ ମହାରଣାଙ୍କ ଘରକୁ ବୁଲି ଆସିଥିଲା । ବୁଧବାର ସକାଳେ ଅର୍ଚ୍ଚନା ହଠାତ୍ ନିଖୋଜ ହୋଇଯାଇଥିଲେ। ପରିବାରବର୍ଗ ଖୋଜାଖୋଜି କରିବା ପରେ ଝିଅକୁ ନ ପାଇଁ ଥାନାରେ ନିଖୋଜ ଅଭିଯୋଗ କରିଥିଲେ । କିନ୍ତୁ ରାତିରେ ଅର୍ଚ୍ଚନାଙ୍କ ମୃତଦେହ ମାମୁଁ ଘର ବାରିପଟେ ୨୦ ମିଟର ଦୂରରେ ଥିବା ଏକ ପାଇଖାନା ଘରୁ ମିଳିଥିଲା । 

ପରିବାର ଲୋକେ ଏ ନେଇ ପୋଲିସକୁ ଖବର ଦେଇଛନ୍ତି । ପୋଲିସ ମୃତ ଦେହକୁ ଜବତ କରି ତଦନ୍ତ ଜାରି ରଖିଛି । ଘର ଲୋକେ ମାଇଁ ଉପରେ ସନ୍ଦେହ କରିଛନ୍ତି । ମାଇଁ ତାକୁ ହତ୍ୟା କରିଥିବା ଅନୁମାନ କରାଯାଉଛି ଘଟଣାସ୍ଥଳରେ ଭଞ୍ଜନଗର ପୋଲିସ ଓ ଏସଡିପିଓ ପହଞ୍ଚି ତଦନ୍ତ କରୁଛନ୍ତି । ମାଇଁ ପୋଲିସ ଅଟକ ରଖି ପଚରାଉଚରା କରୁଥିବାବେଳେ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି ।

Tags: