ନିକୋ ପାର୍କର ହେବ ନବକଳେବର - ମନ୍ତ୍ରୀ
୩ଟି ପର୍ଯାୟରେ ଖର୍ଚ୍ଚ ହେବ ୬ ଶହ କୋଟି ଟଙ୍କା
By: Samaya Live News
ଭୁବନେଶ୍ୱର : ବଦଳିବ ନିକୋ ପାର୍କର ରୂପରେଖ । ଖର୍ଚ୍ଚ ହେବ ୬ ଶହ କୋଟି ଟଙ୍କା । ୩ଟି ପର୍ଯାୟରେ ୨ ଶହ କୋଟି କରି ସମୁଦାୟ ୬ ଶହ କୋଟି ଟଙ୍କା ଖର୍ଚ୍ଚ ହେବ । ଏଥିରେ ପିଲାଙ୍କ ମନୋରଞ୍ଜନ ପାଇଁ କାର୍ଯ୍ୟକ୍ରମ କରାଯିବା ସହିତ ମାର୍କେଟ କମ୍ପ୍ଲେକ୍ସ ଓ ଫୁଡ ମାର୍କେଟ ଖୋଲାଯିବ । ଏନେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି । ସୌନ୍ଦର୍ଯ୍ୟକରଣ ସହିତ ଆଲୋକୀକରଣ, ସାଇକେଲ ଟ୍ରାକ୍, ଆୟୁର୍ବେଦିକ ପାର୍କ, ଫୁଟ୍ ଓଭରବ୍ରିଜ୍ ଭଳି ଆଧୁନିକ ସୁବିଧା ଯୋଗାଇବାର ଲକ୍ଷ୍ୟ ରଖାଯାଇଛି ।
ସମ୍ବନ୍ଧିତ ଖବର ୧୦ ରୁ ମିଳିବ ଗ୍ରୀନ ଷ୍ଟିକର
ସୂଚନାନୁସାରେ,ଦୀର୍ଘ ୭ ମାସ ପୂର୍ବେ ଭୁବନେଶ୍ବର ନିକୋ ପାର୍କ ଜୋନର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପରାମର୍ଶ ଦେଇଥିଲେ । ଲେକ୍ ଜୋନର ୩.୨୬୦ କିଲୋମିଟର ଅଞ୍ଚଳକୁ ବିଶ୍ବସ୍ତରୀୟ ଆକର୍ଷଣୀୟ କେନ୍ଦ୍ର ଭାବରେ ବିକଶିତ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।
ସମ୍ବନ୍ଧିତ ଖବର ଭୁବନେଶ୍ୱର ବିମାନ ବନ୍ଦରରୁ ଦାମୀ ସିଗାରେଟ ଜବତ
Tags:



